ମେହମ୍ମୁଦଙ୍କୁ ନିଜ ବାପା ପରି ମାନୁଥିଲେ ବିଗ୍ ବି ! ତଥାପି ଦେଇଥିଲେ ଏମିତି ଆଘାତ ସାରାଜୀବନ ଭୁଲିପାରିନଥିଲେ ଏହି ହାସ୍ୟକଳାକାର

21

ବଲିଉଡର ଲୋକପ୍ରିୟ ହାସ୍ୟଅଭିନେତା ମେହମ୍ମୁଦ୍ ସର୍ବଦା ନିଜ ବିନ୍ଦାସ୍ ଅନ୍ଦାଜ୍ ପାଇଁ ଜଣାଶୁଣା । କୁହାଯାଏ ମେହମ୍ମୁଦଙ୍କ ଜଲୱା ବିଟାଉନରେ ନାୟକ ମାନଙ୍କଠାରୁ ଅଧିକ ଥିଲା । ତେଣୁ ହିରୋମାନଙ୍କଠାରୁ ମେହମ୍ମୁଦ ଅଧିକ ପାରିଶ୍ରମିକ ନେଉଥିଲେ । ବର୍ତ୍ତମାନ ସମୟରେ ହାସ୍ୟଅଭିନେତାମାନେ ସିନେମାରେ କେବଳ ସପୋର୍ଟିଙ୍ଗ୍ ଭୂମିକାରେ ନଜର ଆସୁଛନ୍ତି । କିନ୍ତୁ ସେ ସମୟରେ ସିନେମାକୁ ହିଟ୍ କରିବା ପାଇଁ ପୋଷ୍ଟରରେ ମେହମ୍ମୁଦଙ୍କ ଫଟୋ ଲଗାଯାଉଥିଲା ।

ପରିଶ୍ରମବଳରେ ବଲିଉଡରେ ନିଜ ମୂଳ ମଜଭୂତ କରିଥିବା ମେହମ୍ମୁଦ୍ ଅନେକ ଲୋକଙ୍କର କ୍ୟାରିୟର୍ ତିଆରି କରିଛନ୍ତି । ଆଉ ସେହି ଲମ୍ବା ଲିଷ୍ଟରେ ଅଛନ୍ତି ମହାନାୟକ ଅମିତାଭ୍ ବଚ୍ଚନ । ମେହମ୍ମୁଦଙ୍କୁ ନିଜ ଦ୍ୱିିତୀୟ ବାପା ବୋଲି ମାନନ୍ତି ବିଗ୍ ବି । କିନ୍ତୁ ଥରେ ବିଗ୍ ବି ନିଜ ଦ୍ୱିତୀୟ ବାପା ମେହମ୍ମୁଦଙ୍କ ସହ ଏମିତି କିଛି କରିଥିଲେ ଯାହା ତାଙ୍କୁ ଶକ୍ତ ଧକ୍କା ଦେଇଥିଲା । ମେହମ୍ମୁଦଙ୍କ ପାଇଁ ଏହି ଘଟଣା କୌଣସି ସଦମାଠୁ କମ୍ ନଥିଲା । ଆଉ ସାରାଜୀବନ ମେହମ୍ମୁଦଙ୍କ ମନରେ ଘର କରି ରହିଯାଇଥିଲା ଘଟଣାଟି ।

ପ୍ରକୃତ ଘଟଣା ହେଉଛି , ଅମିତାଭଙ୍କ ବାପା ହରିବଂଶ ରାୟ ପଡି ଯେଉଁ ଡାକ୍ତରଖାନାରେ ଭତ୍ତି ହୋଇଥିଲେ ଗୋଟିଏ ସପ୍ତାହ ପରେ ସେହି ଡାକ୍ତରଖାନାରେ ମେହମ୍ମୁଦ ହାର୍ଟ ସର୍ଜରୀ ପାଇଁ ଭର୍ତ୍ତି ହୋଇଥିଲେ । ହେଲେ ମେହମ୍ମୁଦଙ୍କୁ ଦେଖାକରିବାକୁ ଅମିତାଭ୍ ଯାଇନଥିଲେ । ଯେତେବେଳେ କି ସେ ଜାଣିଥିଲେ କି ମେହମ୍ମୁଦ୍ ଉକ୍ତ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି । ଏହି ଘଟଣା ମେହମ୍ମୁଦଙ୍କୁ ଶକ୍ତ ଆଘାତ ଦେଇଥିଲା ।

ଅମିତାଭଙ୍କ ୨୫ତମ ଜନ୍ମଦିନରେ ମେହମ୍ମୁଦ୍ ଏହି ଘଟଣାର ଖୁଲାସା କରିଥିଲେ । କହିଥିଲେ, ଜଣେ ବ୍ୟକ୍ତିର ଦୁଇଜଣ ବାପା ଥାନ୍ତି । ଜଣେ ଯିଏ ଜନ୍ମ ଦେଇଥାଏ ଆଉ ଜଣେ ଯିଏ ରୋଜଗାର କରିବା ଶିଖାଇଥାଏ । ମୁଁ ମୋ ପୁଅ ଅମିତାଭକୁ ରୋଜଗାର କରିବା ଶିଖାଇଲି, ତାଙ୍କୁ ସିନେମା କାମ କରିବା ସୁଯୋଗ ଦେଲି ଏବଂ କାମ ମଧ୍ୟ ଶିଖାଇଲି । କିନ୍ତୁ ଗୋଟିଏ କଥାକୁ ନେଇ ମୁଁ ଅମିତାଭଙ୍କ ଉପରେ ଖପ୍ପା ଅଛି । ଆମେ ଗୋଟିଏ ହସ୍ପିଟାଲରେ ଥାଇ ମଧ୍ୟ ଥରୁଟିଏ ଅମିତାଭ୍ ମତେ ଦେଖିବାକୁ ଆସିଲେ ନାହିଁ । କିନ୍ତୁ ଯାହା ହେଲେ ବି ପୁଅ ଥିଲା ଆଉ ସବୁବେଳେ ରହିବ ।