ମନ କଥା କହିଲେ ଅକ୍ଷୟ ! ପୁଣି ପ୍ରିୟଙ୍କାଙ୍କ ସହ ଅଭିନୟ କରିବା ପାଇଁ କଲେ ଇଚ୍ଛା ପ୍ରକାଶ

64

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସହ ଅଭିନୟ କରିବା ପାଇଁ ଇଚ୍ଛା ପ୍ରକାଶ କଲେ ଖିଲାଡି କୁମାର ଅକ୍ଷୟ । ପୂର୍ବରୁୁ ପ୍ରିୟଙ୍କାଙ୍କ ସହ ୫ଟି କ୍ରମାଗତଭାବେ ୫ଟି ହିନ୍ଦୀ ସିନେମାରେ ଅଭିନୟ କରିସାରିଛନ୍ତି ଅକ୍ଷୟ କୁମାର । ତେବେ ଏଦୁହିଁଙ୍କୁ ପ୍ରାୟ ୧୨ ବର୍ଷ ହେବ କୌଣସି ସିନେମାରେ ଆଉ ଦେଖିବାକୁ ପାଇ ନାହାନ୍ତି ସିନେ ପ୍ରେମୀ ।

ତେବେ ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ମନକଥା କହିଛନ୍ତି ଅକ୍ଷୟ । ସେ ପୁଣି ଥରେ ପ୍ରିୟଙ୍କାଙ୍କ ସହ ଯୋଡ଼ି ବନାଇବାକୁ ଆଗ୍ରହୀ ଅଛନ୍ତି ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କର ପ୍ରିୟଙ୍କାଙ୍କ ସହିତ କୌଣସି ସମସ୍ୟା ନାହିଁ । ତେବେ ସୁଟିଂ ସେଟରେ ଅକ୍ଷୟ ଓ ପ୍ରିୟଙ୍କାଙ୍କ ବନ୍ଧୁତାକୁ ଗ୍ରହଣ କରିପାରିନଥିଲେ ପତ୍ନି ଟ୍ୱିଙ୍କି ଖନ୍ନା । ତେଣୁ ୨୦୦୪ ମସିହାରୁ ପ୍ରିୟଙ୍କାଙ୍କ ସହ କୌଣସି ଫିଲ୍ମରେ ଅକ୍ଷୟ ଅଭିନୟ କରିନାହାନ୍ତି ।