ପୁଣି ଗୁଳିମାଡରେ ଗଲା ଗଜରାଜଙ୍କ ପ୍ରାଣ: ଆହତ ଅବସ୍ଥାରେ ବୁଲୁଥିବା ଦନ୍ତାହାତୀକୁ ବଞ୍ଚାଇ ପାରିଲେନି ଡାକ୍ତରୀ ଦଳ 

100

କନକ ବ୍ୟୁରୋ: ପୁଣି ଶୀକରୀ ଗୁଳିରେ ପ୍ରାଣ ହରାଇଲା ଦନ୍ତାହାତୀ । ଉତର ଘୁମୁସର ବନଖଣ୍ଡ ତାରାସିଂ ବନାଚଂଳ ରାମ୍ପ ଜଙ୍ଗଲରେ ଆହତ ଦନ୍ତାହାତୀର ମୃତ୍ୟୁ ହୋଇଛି । କିଛି ଦିନ ଧରି ଏହି ଅଂଚଳରେ ଦନ୍ତାହାତୀଟି ଆହତ ଅବସ୍ଥାରେ ବୁଲୁଥିଲା । ଖାଦ୍ୟ ଓ ପାନୀୟ ଗ୍ରହଣ ନକରିପାରିବାରୁ କ୍ରମେ ତାର ସ୍ୱାସ୍ଥ୍ୟରେ ଅବନତି ପରିଲକ୍ଷିତ ହୋଇଥିଲା । ଏବଂ ଶେଷରେ ନିଶ୍ଚଳ ହୋଇ ପଡିରହିଥିଲା ଏହି ଦନ୍ତା । ତେବେ ଭୁବନେଶ୍ୱରରୁ ଯାଇଥିବା ଡାକ୍ତରୀଦଳର ଚେଷ୍ଟା ସତ୍ୱେ ଆଖି ବୁଜିଛି ହାତୀ । ପରେ ବ୍ୟବଛେଦ କରାଯାଇ ଭୃତଦେଡକୁ ମାଟି ତଲେ ପୋତିଦେଇଛି ବନବିଭାଗ ।

ଶିକାରୀ ଗୁଳିରେ ରାଜ୍ୟରେ ହାତୀମୃତ୍ୟୁର ଖବର କିଛି ନୂଆ କଥା ନୁହେଁ । ଏପରିକି ବନବିଭାଗ କର୍ମଚାରୀ ଓ ହାତୀ ଶୀକାରୀଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକାର ପ୍ରମାଣ ମଧ୍ୟ ଅନେକ ଥର ପ୍ରମାଣିତ ହୋଇସାରିଛି ।

ବନବିଭାଗ ଏହି ଦନ୍ତାହାତୀ ମୃତ୍ୟୁର କାରଣ କଣ ଖୋଜୁଥିବା ବେଳେ ଶୀକରୀ ଗୁଳିରେ ସେ ମରିଥିବା ସ୍ଥାନୀୟ ଲୋକ ଚର୍ଚ୍ଚା କରୁଛନ୍ତି । କିଛି ଦିନ ତଲେ ଏହି ଅଂଚଳରେ ଗୁଳିମାଡରେ ଦୁଇଟି ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦାନ୍ତ ଲୋଭରେ ଏହି ଦନ୍ତାକୁ ମଧ୍ୟ ମରାଯାଇଥିବା ସନ୍ଦେହ କରାଯାଉଛି ।

ହାତୀ ମୃତ୍ୟୁକୁ ନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିବା ପରେ ତଦନ୍ତ ପାଇଁ ଏସଆଇଟି ଗଠନ କରିଛି ବନବିଭାଗ । ହାଇକୋର୍ଟ ମଧ୍ୟ ରାଜ୍ୟରେ ହାତୀ ଶୀକାର ଘଟଣାକୁ ଗୁରୁତ୍ୱର ସହ ନେଇ ଏହାକୁ ରୋକିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  କିନ୍ତୁ ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ହାତୀ ମୃତ୍ୟୁର ଖବର ଆସୁଥିଲେ ମଧ୍ୟ ବନବିଭାଗ କେବଳ ଦେଖେଣାହାରୀ ସାଜିବାକୁ ନେଇ ବିଭାଗର ଆନ୍ତରିକତା ଉପରେ ପ୍ରଶ୍ନ ଉଠିଛି ।