କାଲି ଭାରତ-ପାକିସ୍ତାନ ମ୍ୟାଚ: ଜାଡେଜାଙ୍କ ସ୍ଥାନରେ କାହାକୁ ମିଳିବ ଜାଗା? ଏହି ଖେଳାଳିଙ୍କ ନାଁ ନେଲେ ଦ୍ରାବିଡ

698

କନକ ବ୍ୟୁରୋ: ଆସନ୍ତାକାଲି ଭାରତ-ପାକିସ୍ତାନ ମ୍ୟାଚ । ଏହି ହାଇଭୋଲଟେଜ ମୁକାବିଲାରେ କିଏ ମାରିବ ବାଜି ତାକୁ ନେଇ ବଢିଛି ଚର୍ଚ୍ଚା । ଗତ ରବିବାର ଏହି ଦୁଇ ପ୍ରତିଦ୍ୱନ୍ଦୀ ମୁହାଁମୁହିଁ ହୋଇଥିଲେ । ପାକିସ୍ତାନ ଏହି ମ୍ୟାଚରେ ପରାସ୍ତ ହୋଇଥିଲା । ତେଣୁ ଆସନ୍ତାକାଲିର ମ୍ୟାଚ ଦୁଇ ଦେଶ ପାଇଁ ବଡ ଚ୍ୟାଲେଞ୍ଜ ରହିବ । ତେବେ ଆହତ କାରଣରୁ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ବାଦ୍ ପଡିଛନ୍ତି । ଏସିଆ କପରୁ ସେ ବାଦ୍ ପଡିବା ପରେ ତାଙ୍କ ସ୍ଥାନରେ କିଏ ଖେଳିବେ ସେ ନେଇ ଚର୍ଚ୍ଚା ଚାଲିଛି । ଏହାରି ଭିତରେ କୋଚ୍ ରାହୁଲ ଦ୍ରାବିଡ ପ୍ରେସିମିଟ୍ କରିଛନ୍ତି । ଯଦିଓ ଅକ୍ଷର ପଟେଲଙ୍କୁ ସ୍କାର୍ଡରେ ସାମିଲ କରାଯାଇଛି ହେଲେ କୋଚ୍ ଅନ୍ୟ ଜଣେ ଖେଳାଳିଙ୍କୁ ଇସାରା ଦେଇଛି । ଆଉ ଏହି ଖେଳାଳି ହେଉଛନ୍ତି ଆର ଅଶ୍ୱୀନ । ଦଳରେ ଆର ଅଶ୍ୱିନଙ୍କ ପରି ଜଣେ ବ୍ୟକ୍ତି ରହିବା ଭଲ, ଯିଏ ଚାରି ଓଭର ବୋଲିଂ କରିବା ସହ ବ୍ୟାଟିଂ କରିପାରିବାର କ୍ଷମତା ରଖିଛନ୍ତି । ଟି -୨୦ ଖେଳାଳିରେ ଅଫ୍ ସ୍ପିନରମାନେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ବାଂଲାଦେଶ ଏବଂ ଶ୍ରୀଲଙ୍କା ଭଳି ଦଳରେ ଭଲ ଅଫ୍ ସ୍ପିନର୍ସ ରହିଛନ୍ତି । ଯଦି ଆବଶ୍ୟକ ପଡେ ତେବେ ଅଫ ସ୍ପିନରକୁ ସାମିଲ କରାଯିବ ବୋଲି ଦ୍ରାବିଡ କହିଛନ୍ତି ।