ଗୁଜବକୁ ରୋକିବା ପାଇଁ ହ୍ୱାଟସଆପ୍ ପ୍ରସ୍ତୁତ କଲା ନୂଆ ପ୍ଲାନ୍ ! ସରକାର ଏବଂ ଜନତାଙ୍କୁ କମ୍ପାନୀ ମାଗିଲା ସାହାଯ୍ୟ ।

42

ଏହି କିଛି ମାସ ହେଲା ସୋସିଆଲ୍ ମିଡିଆର ପପୁଲାର୍ ନେଟୱର୍କିଂ ସାଇଟ୍ ହ୍ୱାଟସଆପରେ ବିଭିନ୍ନ ପ୍ରକାର ଗୁଜବ୍ କାରଣରୁ ଅକାରଣରେ ନୀରିହ ଲୋକଙ୍କ ଜୀବନ ଯାଉଛି । କେଉଁଠି ହିଂସା,ଦଙ୍ଗା ଦେଖାଯାଉଛି ତ ଆଉ କେଉଁଠି ଲୋକଙ୍କୁ ଦଳବଦ୍ଧ ଭାବେ ଆକ୍ରମଣ କରି ଜୀବନରୁ ମାରି ଦିଆଯାଉଛି । ତେବେ ଏଥିପାଇଁ ସରକାରଙ୍କ ତରଫରୁ କଠୋର ନିଷ୍ପତ୍ତି ନେବା କଥା ସାମ୍ମାକୁ ଆସିଥିଲା । ଯେଉଁଥିରେ ସରକାର ହ୍ୱାଟସଆପକୁ ବନ୍ଦ କରିବା ପାଇଁ ମଧ୍ୟ କହିଥିଲେ । କିନ୍ତୁ କମ୍ପାନୀ ଏବଂ ସରକାରଙ୍କ ଆପୋଷ ବୁଝାମଣାରେ ଏହା ଆଗକୁ ବଳବତ୍ତର ରହିବାର ଖବର ଏବେ ସାମ୍ମାକୁ ଆସିଛି । ତେବେ ଏଭଳି ଗୁଜବ ପାଇଁ କମ୍ପାନୀ ମୁଣ୍ଡରେ ମଧ୍ୟ ଚଡକ ପଡିଲାଣି । ତେଣୁ ଲୋକଙ୍କ ମଧ୍ୟରେ ଏଭଳି ଗୁଜବ କିପରି ପହଞ୍ଚି ପାରିବ ନାହିଁ ସେଥିପାଇଁ କମ୍ପାନୀ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି ।

ତେବେ ଆପଣଙ୍କୁ ଆମେ ଏଠାରେ କହିରଖୁଛୁ ଭାରତରେ ପ୍ରାୟ ୨୦ କୋଟି ଲୋକ ହ୍ୱାଟସଆପକୁ ବ୍ୟବହାର କରିଥାନ୍ତି । ଏଭଳି ଗୁଜବ ଖବର ହ୍ୱାଟସଆପରେ ଥରେ ଆସିବା ମାତ୍ରେ ନିଆଁ ଭଳି ଚାରିଆଡେ ବ୍ୟାପିବାକୁ କମ୍ ସମୟ ଲାଗିବ । ତେବେ କମ୍ପାନୀ ଏହାର ସମାଧାନ ବାହାର କରିସାରିଛି ।

୧. କମ୍ପାନୀ ତରଫରୁ ଏଭଳି ଗୁଜବ ଏବଂ ଲିଙ୍କକୁ ବିଶ୍ୱାସ ନ କରିବା ଭଳି ଖବର ପ୍ରତ୍ୟେକ ୟୁଜର୍ସଙ୍କ ପାଖକୁ ଯିବ ।

୨. ଫରୱାର୍ଡ ମେସେଜ୍ ଏବଂ କାହାକୁ ପଠାଯାଉଥିବା ମେସେଜ୍ ମଧ୍ୟରେ ଅନ୍ତରର ସ୍ପଷ୍ଟ ସୁଚନା ଦିଆଯିବ । ହ୍ୱାଟସଆପ୍ ଏବେ ଏଭଳି ଫିଚରର ଖୋଜ୍ କରିବାରେ ଲାଗିଛି ଯେଉଁଥିରେ ୟୁଜରଙ୍କୁ ଫରୱାର୍ଡ ମେସେଜ ଏବଂ ରିୟଲ୍ ମେସେଜର ଖବର ମିଳିପାରିବ ।

୩. ଗ୍ରୁପର ଆଡମିନ୍ ନିର୍ଣ୍ଣୟ କରିବେ ଯେ ଗ୍ରୁପରେ କିଏ ମେସେଜ୍ କରିବେ କିଏ ନାହିଁ ।

୪. ଲୋକଙ୍କୁ ଶିକ୍ଷିତ କରିବା ପାଇଁ ହ୍ୱାଟସଆପ୍ ଶିକ୍ଷଣୀୟ ସାମଗ୍ରୀ ପଠାଇବ ଏବଂ ବେଳେବେଳେ ବିଭିନ୍ନ ପ୍ରକାର ୱାର୍କସପର ଆୟୋଜନ ମଧ୍ୟ ହେବ ।

୫. ଚଳିତ ବର୍ଷ ହ୍ୱାଟସଆପରେ ଗୁଜବର ତାଲିକାକୁ ଆଖି ଅ।।ଗରେ ରଖି କମ୍ପାନୀ ଫେକ୍ ଚେକିଙ୍ଗ୍ ସଂସ୍ଥାଙ୍କ ସହ ହାତ ମିଳାଇଛି ।