୬୦ବର୍ଷ ପରେ ନାଗାଲାଣ୍ଡରେ ପାଇଲା ପ୍ରଥମ ମହିଳା ବିଧାୟିକା। ହେକାନୀ ଜାଖାଲୁ ବିଧାନସଭାକୁ ନିର୍ବାଚିତ।

110

କନକ ବ୍ୟୁରୋ: ନାଗାଲାଣ୍ଡର ପ୍ରଥମ ମହିଳା ବିଧାୟିକା । ରାଜ୍ୟ ଗଠନ ହେବାର ୬୦ବର୍ଷ ପରେ ନାଗାଲାଣ୍ଡ ତାର ପ୍ରଥମ ମହିଳା ବିଧାୟିକା ପାଇଛି । ବିଜେପିର ସହଯୋଗୀ ଏନଡିପିପିରୁ ହେକାନୀ ଜାଖାଲୁ ଦିମାପୁର-୩ ଆସନରୁ ବିଜୟୀ ହୋଇଛନ୍ତି । ନାଗାଲାଣ୍ଡ ବିଧାନସଭା ପାଇଁ ପୂର୍ବରୁ ଭୋଟ ଗ୍ରହଣ ହୋଇଥିବାବେଳେ ଆଜି ଗଣତି ହୋଇଛି । ଶ୍ରୀମତି ଜାଖାଲୁ ଆଜୋତେ ଜିମୋମିଙ୍କୁ ପରାସ୍ତ କରି ହେକାନୀ ଜାଖାଲୁ ବିଜୟୀ ହୋଇଛନ୍ତି ।

ହେକାନୀ ଜାଖାଲୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସ୍ନାତକ ଏବଂ ଅଧ୍ୟାପନା କରୁଥିଲେ । ସେହିପରି ପଶ୍ଚିମ ଅଙ୍ଗାମି ଆସନରେ ଏନଡିପିପିରୁ ଅନ୍ୟ ଜଣେ ମହିଳା ପ୍ରାର୍ଥୀ ସାଲ ହୁତୁନ କ୍ରୁସ ମଧ୍ୟ ବିଜୟୀ ହୋଇଛନ୍ତି ।