ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮ ନୂଆ କରୋନା ଆକ୍ରାନ୍ତ । ଏବେ ସୁଦ୍ଧା ସୁସ୍ଥ ହେଲେଣି ୩ ଲକ୍ଷ ୩୩ ହଜାର ୨୮୦ ଜଣ ।

109

କନକ ବ୍ୟୁରୋ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୫୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୫ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୩ ଜଣ ସ୍ଥାନୀୟ ସଂକ୍ରମିତ। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୪୨ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୩ ହଜାର ୨୮୦ ଜଣ ଓ ଏବେ ବି ସକ୍ରିୟ ଅଛନ୍ତି ୭୯୯ ଜଣ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୬ ଜଣ, ବରଗଡ଼ରୁ ଜଣେ, ଭଦ୍ରକରୁ ଜଣେ, ବଲାଙ୍ଗୀରରୁ ୨ ଜଣ, ଦେଓଗଡ଼ରୁ ୨ ଜଣ, ଗଞ୍ଜାମରୁ ଜଣେ, ଯାଜପୁରରୁ ୫ ଜଣ, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ଜଣେ, ଖୋର୍ଦ୍ଧାରୁ ୭ ଜଣ, ମାଲକାନଗିରିରୁ ୨ ଜଣ, ମୟୂରଗଭଞ୍ଜରୁ ୪ ଜଣ, ନୂଆପଡ଼ାରୁ ୩ ଜଣ, ପୁରୀରୁ ୬ ଜଣ, ସୁନ୍ଦରଗଡ଼ରୁ ୧୦ ଜଣ ଓ ଷ୍ଟେଟ୍‌ ପୁଲରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।