ଓଡ଼ିଶା-ଛତିଶଗଡ ସୀମାରେ ଧରାପଡିଲା ୫୦ଲକ୍ଷର ହୀରା । ୭୪୫ ଗ୍ରାମ ହୀରା ଜବତ କଲା ଛତିଶଗଡ ପୋଲିସ

120

କନକ ବ୍ୟୁରୋ: ଓଡ଼ିଶା ସୀମାରୁ ଧରାପଡିଲା ୫୦ଲକ୍ଷ ଟଙ୍କାର ହୀରା । ଅନେକ ସମୟରେ ଆପଣ ଗଞ୍ଜେଇ, ଡ୍ରଗ୍ସ କିମ୍ବା ବିମାନବନ୍ଦରରେ ସୁନା ଚୋରା ଚାଲାଣ କଥା ଶୁଣିଛନ୍ତି । ହେଲେ ପ୍ରଥମ ଥର ଓଡ଼ିଶାରୁ ଛତିଶଗଡକୁ ଚାଲାଣ ହେଉଥିବା ବେଳେ ବହୁ ପରିମାଣର ହୀରା ଜବତ ହୋଇଛି । ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଛତିଶଗଡ ପୋଲିସ ଦ୍ୱାରା ଏହି ହୀରା ଜବତ ହୋଇଛି । ୭୪୫ ଗ୍ରାମ ହୀରା ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି । ଏନେଇ ସୂଚନା ଦେଇଛନ୍ତି ଛତିଶଗଡ଼ ଗରିଆବନ୍ଧ ଏସପି ।

ହୀରା ନେଇ ଯାଉଥିବା ବାପ-ପୁଅ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ରାଇଘର ବ୍ଲକ ଅନ୍ତର୍ଗତ ଭାରମୁଣ୍ଡ ଗାଁର ଖକନ ଢାଲି ଓ ପୁଅ ବିପ୍ଳବ ଢାଲି । ସୂଚନା ଅନୁସାରେ ଟୋଲା ଗାଁର ଖକନ ଢାଲି ଓ ତାଙ୍କ ପୁଅ ବିପ୍ଲବ ଢାଲି ଏକ ସ୍କୁଟି ହୀରା ନେଇ ରାୟପୁର ଅଭିମୁଖେ ଯାଉଥିଲେ । ଛତିଶଗଡ଼ ଶୋଭା ପୋଲିସ ପକ୍ଷରୁ ଯାନବାହାନ ଯାଞ୍ଚ ଚାଲିଥିବା ବେଳେ ପୋଲିସକୁ ଦେଖି ଭୟରେ ବାପା ପୁଅ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ପୋଲିସର ସ୍ୱତନ୍ତ୍ର ସ୍କାଡ଼ ସେମାନଙ୍କୁ ଧରିବା ସହ ହୀରା ଜବତ କରିଛି ।