୫ଜି ସେବା: ଭାରତରେ ଅନେକ କିଛି ବଦଳାଇବ ୫ଜି ସେବା। ଶୀଘ୍ର ହୋଇଯିବ ଅନେକ କାମ। ପୂରା ତଥ୍ୟ ପଢନ୍ତୁ…

298

କନକ ବ୍ୟୁରୋ:  ଭାରତରେ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ୫ଜି ସେବା । ଦେଶ ନିଜ ପ୍ରଥମ ୫ଜି ସେବାର ଅଡିଓ ଓ ଭିଡିଓ କଲ ମଧ୍ୟ ଆରମ୍ଭ କରିସାରିଛି । ତେବେ ଏହାକୁ ଶୀଘ୍ର ଆରମ୍ଭ କରିବା ସହ ନିଲାମୀ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ । ସୂଚନା ଅନୁସାରେ ଚଳିତ ବର୍ଷ ଶେଷ ସୁଦ୍ଧା ଦେଶର ଅନେକ ସହରରେ ଏହି ସେବା ଲଞ୍ଚ ହେବ ।

ତେବେ କେବଳ କଣ ଆମକୁ ଦ୍ରୁତ ଇଣ୍ଟରନେଟ ଦେଖିବାକୁ ମିଳିବ ନା ଆହୁରି କିଛି ସୁବିଧା ମିଳିବ ତାକୁ ନେଇ ଉକ୍ରଣ୍ଠା ଲାଗିରହିଛି । ଏହା ଦ୍ୱାରା ଅନ୍ୟ କଣ ସବୁ ପ୍ରଭାବ ପଡିବ ତାକୁ ନେଇ ଲୋକେ ମଧ୍ୟ ଉତ୍ସାହିତ ଅଛନ୍ତି । ତେବେ ଆସନ୍ତୁ ଜାଣିବା ଦେଶରେ ୫ଜି ସେବା କଣ ପରିବର୍ତ୍ତନ କରିବ ।

ଦ୍ରୁତ ହେବ କଲ ଏବଂ ଯୋଗାଯୋଗ ବ୍ୟବସ୍ଥା 

୫ଜି ନେଟୱର୍କ ୪ଜି ନେଟୱର୍କଠାରୁ ଶହେ ଗୁଣ ଅଧିକ ଦ୍ରୁତ ବେଗରେ ସେବା ଯୋଗାଇଥାଏ । କେବଳ ଇଣ୍ଟରନେଟ ନୁହେଁ କଲ ଏବଂ ନେଟୱର୍କ କନେକ୍ଟିଭିଟିରେ ଏହା ଦ୍ରୁତ ଗତିରେ କାମ କରେ । ଲୋକେ ଆଜି ମଧ୍ୟ ୨ଜି ଓ ୩ଜି ସେବା କରୁଛନ୍ତି । ଅନେକ ସମସ୍ୟା ପରେ ମଧ୍ୟ ଲୋକେ ଏହି ସେବା ଉପଭୋଗ କରୁଛନ୍ତି । ତେବେ ଯେଉଁମାନେ ୪ଜି ସେବା ବ୍ୟବହାର କରୁଛନ୍ତି ସେମାନେ ଉତ୍ତମ ସେବା ବ୍ୟବହାର କରୁଛନ୍ତି । ତେବେ ଏହାରି ଭିତରେ ଯଦି ୫ଜି ସେବା ଆସିବ ତେବେ ୟୁଜର୍ସଙ୍କୁ ଆହୁରି ଭଲ ସେବା ମିଳିବ ।

ବଢିବ ଇଣ୍ଟରନେଟ ସ୍ପିଡ

୪ଜି ନେଟୱର୍କ ଯେଉଁଠି ୧୦୦ ଏମବିପିଏସର ନେଟ୍ ବ୍ୟବହାର କରୁଛନ୍ତି ସେଠାରେ ୫ଜି ଆସିବା ପରେ ୧୦ଜିବିପିଏସର ଦ୍ରୁତ ଇଣ୍ଟରନେଟ ସେବା ପାଇପାରିବେ । ଆପଣଙ୍କୁ ସର୍ବନିମ୍ନ ୧୦ଜିବିପିଏସର ଦ୍ରୁତ ଇଣ୍ଟରନେଟ ମିଳିବ । ପରୀକ୍ଷା ବେଳେ ଭୋଡାଫୋନ-ଆଇଡିଆ ଭାରତରେ ୫ଜିକୁ ସବୁଠାରୁ ଭଲ ସ୍ପିଡ ମିଳିଥିବା ଦେଖିବାକୁ ମିଳିଛି । ଗୋଟିଏ ଚୁଟିକରେ ଆପଣ ଫିଲ୍ମ ଡାଉନଲୋଡ କରିପାରିବେ ।

ଦେଶରେ ବଢିବ ଆଇଓଟି ଡିଭାଇସର ପ୍ରଚଳନ

୪ଜି ସେବା ବେଳେ ଆମେ ଆଖପାଖରେ ଯୋଗାଯୋଗ ଡିଭାଇସର ପ୍ରଚଳନ ବଢିଥିଲା । ଯେମିତି ଆଲେକ୍ସା, ଗୁଗୁଲ ହୋମ ଭଳି ଅନେକ ଡିଭାଇସ ୪ଜି ସେବା ଆସିବା ପରେ ଦ୍ରୁତ ପ୍ରଚଳନ ହୋଇଥିଲା । ଯଦି ଆମେ ଆଲେକ୍ସା କଥା ଦେଖିବା ଏହାର ସାହାର୍ଯ୍ୟରେ ଆପଣ ନିଜ ଘରେ ଲାଇଟ, ଫ୍ୟାନ ସମେତ ଅନେକ ଜିନିଷକୁ ବ୍ୟବହାର କରିପାରିବେ । ଆଲେକ୍ସା ଜରିଆରେ ଆମେ ଏହି ସବୁ ଜିନିଷକୁ ବ୍ୟବହାର କରିପାରିବା ।

ସୁରକ୍ଷାକ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ 

୫ଜି ସେବା ଆସିବା ପରେ ଅନେକ ପ୍ରକାର ଡିଭାଇସର ଚଳନ ଦେଶରେ ବଢିବ । ଏହା ଦ୍ୱାର ଆପଣଙ୍କୁ ଯେ କେବଳ ସୁବିଧା ମିଳିବ ତାହା ନୁହେଁ ଆପଣଙ୍କୁ ଅନେକ ସୁରକ୍ଷା ମଧ୍ୟ ମିଳିବ । ଅନେକ ଭଳିକି ଭଳି ସୁରକ୍ଷା ସମ୍ବନ୍ଧୀୟ ସାମଗ୍ରୀ ଆସିବ । ଗେମିଂ କ୍ଷେତ୍ରରେ ମଧ୍ୟ ବିଭିନ୍ନ ପରିବର୍ତ୍ତନ ଦେଖିବାକୁ ମିଳିବ । ନୂଆ ନୂଆ ସମ୍ଭାବନା ମଧ୍ୟ ପ୍ରତ୍ୟେକ ଦିନ ସୃଷ୍ଟି ହେବ ।

ସେହିଭଳି ମେଟାଭର୍ସ ସମ୍ବନ୍ଧୀୟ ଅନେକ ନୂଆ ନୂଆ କଥା ସାମ୍ନାକୁ ଆସିବ । ୫ଜି ସେବା ଆସିବା ପରେ ମେଡିକାଲ ସାଇନ୍ସରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଆସିବ । ରୋବର୍ଟ ଜରିଆରେ ଅନେକ ପ୍ରକାର ସର୍ଜରୀ ଦେଖିବାକୁ ମିଳିବ ।