ରଜରେ କରିବ ରାଜ୍: ରିଲିଜ ହେଲା ଓଡିଆ ଚଳଚ୍ଚିତ୍ର ‘ଦିଲ୍ ମୋର ମାନେନା’

248

କନକ ବ୍ୟୁରୋ: ଆଜି ସୁପର ଫ୍ରାଇଡେରେ ରିଲିଜ ହୋଇଛି ଓଡିଆ ଫିଲ୍ମ ଦିଲ୍ ମୋର ମାନେନା । ଆରଆରସି ଫିଲ୍ମସ ପକ୍ଷରୁ ନିର୍ମିତ ଏହି ସିନେମାରେ ପୁରୁଣା ଯୋଡ଼ି ସ୍ୱରାଜ ଓ ଶିବାନୀଙ୍କୁ ଲିଡ଼ ରୋଲରେ ଦେଖିବାକୁ ପାଇବେ ଦର୍ଶକ । ତାଙ୍କ ସାଙ୍ଗକୁ ସଲିଲ ମିତ୍ର, ମିହିରି ଦାସ, ହରି, ଉଷସୀ ମିଶ୍ର, ଗୁଡ଼ୁ, ଅମର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ପ୍ରଯୋଜକ ଶ୍ରୀଧର ମାର୍ଥା ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମରେ ମୋଟ ୭ଟି ଗୀତ ଥିବା ବେଳେ ‘ଝୁଲ ବେବି ଝୁଲ’ ସହ ଫିଲ୍ମର ଟ୍ରେଲର ଲୋକଙ୍କୁ ବେଶ ଆକୃଷ୍ଟ କରିଛି ।

ବହୁ ବର୍ଷ ପରେ ପ୍ରଥମ ଥର ପାଇଁ ପୁଣି ରଜରେ ଓଡିଆ ଫିଲ୍ମର ମଜା ନେଇ ପାରିବେ ଦର୍ଶକ । ଫିଲ୍ମଟି ସମ୍ପୂର୍ଣ୍ଣ ପ୍ରେମ କାହାଣୀ ଉପରେ ଆଧାରିତ ହୋଇଛି । ବରିଷ୍ଠ ଅଭିନେତାଙ୍କ ସହ ନବାଗତ ମଧ୍ୟ ଏହି ଚଳଚ୍ଚିତ୍ରରେ ସ୍ଥାନ ପାଇଛନ୍ତି । ତେଣୁ ଫିଲ୍ମଟି ବେଶ ଭଲ ହୋଇଛି ବୋଲି ଦର୍ଶକମାନେ ନିଜ ମତ ଦେଇଛନ୍ତି । ଓଡିଆ ଫିଲ୍ମ ପ୍ରତି ଦର୍ଶକ ଦୂରେଇ ଯାଉଥିବା ବେଳେ ନୂଆ କାହାଣୀ ଉପରେ ଆଧାରିତ ଏହି ଫିଲ୍ମ କିନ୍ତୁ ନିହାତି ଭାବେ ଦର୍ଶକଙ୍କୁ ମନକୁ ଛୁଇଁବ ।

ଶିଶୁ କଳାକାରଭାବେ ସ୍ୱରାଜ ଓ ଶିବାନୀ ଆଗରୁ ନିର୍ଦ୍ଦେଶକ ହିମାଂଶୁ ପରିଜା(ଚଣ୍ଡୀ)ଙ୍କ ସହ କାମ କରିଥିଲେ ବି ନାୟକ-ନାୟିକାଭାବେ ପ୍ରଥମ ଥର ଲାଗି ଏହି ସିନେମାରେ ତାଙ୍କ ନିର୍ଦ୍ଦେଶନାରେ କାମ କରିବାର ସୁଯୋଗ ପାଇଛନ୍ତି । ପୂର୍ବରୁ ‘ଦିଲ୍ ମୋର ମାନେନା’ର ସମସ୍ତ ସୁଟିଂ ଶେଷ ହୋଇଥିଲା ଏବଂ ପୋଷ୍ଟ ପ୍ରଡକସନ୍ କାମ ବି ସରିଥିଲା। କିନ୍ତୁ କରୋନା ସଂକ୍ରମଣ ହେତୁ ‘ଦିଲ୍ ମୋର ମାନେନା’ ରିଲିଜ୍ ହୋଇ ପାରି ନଥିଲା ।