Daily Archives

April 10, 2022

କର୍ତ୍ତବ୍ୟରୁ ଖସିପାରିବେନି ସ୍ୱାମୀ । ସ୍ତ୍ରୀ, ସନ୍ତାନଙ୍କ ଭରଣପୋଷଣ ସ୍ୱାମୀଙ୍କ ପାଇଁ ବାଧ୍ୟ

କନକ ବ୍ୟୁରୋ: ପତ୍ନୀ ସହ ସନ୍ତାନର ଭରଣପୋଷଣ କରିବା ପାଇଁ ସ୍ୱାମୀ ଆଇନ୍ ଅନୁସାରେ ବାଧ୍ୟ । ବିବାହ ବନ୍ଧନରେ ଯଦି କୌଣସି ପୁରୁଷ ଥାଏ ତେବେ ସ୍ତ୍ରୀ ଆଉ ସନ୍ତାନର ଭରଣପୋଷଣ ତାର ଆଇନଗତ କର୍ତବ୍ୟ । ଯେଉଁ ଦାୟିତ୍ୱରୁ ସ୍ୱାମୀ କେବେ ବି, କୌଣସି ବାଟରେ ବି ଖସିପାରିବ ନାହିଁ । ମାସିକ ଭରଣପୋଷଣ…

ଅସହାୟ ବୃଦ୍ଧଙ୍କ ପାଖରେ ପହଞ୍ଚୁନି ସରକାରୀ ଯୋଜନା । ୧୦ ବର୍ଷ ହେବ ଗାଁ ହାଟରେ ବାଉଁଶ, ପାଲରେ ଘର କରି ରହୁଛନ୍ତି ।

କନକ ବ୍ୟୁରୋ : ଯେତେବେଳେ ଗରିବିର କୁଠାରଘାତ ଏବଂ ଭାଗ୍ୟ ନିଜ ଉପରେ ଦାଉ ସାଧେ ସେତେବେଳେ ବା ମଣିଷଟିଏ କରିବ କଣ । ସାତ ଜନ୍ମ ପାଇଁ ହାତ ଧରିଥିବା ସ୍ତ୍ରୀ ଅଧାବାଟରେ ହାତଛାଡି ଚାଲିଯିବା ପରେ ଦୁଇ ଝିଅଙ୍କୁ ବହୁ କଷ୍ଟରେ ବିବାହ କରାଇଥିଲେ । ବିବାହ ପରେ ଦୁଇ ଝିଅ ମାନସିକ ବିକାରଗ୍ରସ୍ତ ସାଜି…

ପ୍ରଧାନମନ୍ତ୍ରୀ ଆସନରେ ବସିବା ପୂର୍ବରୁ କାଶ୍ମୀର ପ୍ରସଙ୍ଗରେ ମୁହଁ ଖୋଲିଲେ ଶାହବାଜ ଶରିଫ, କହିଲେ ….

କନକ ବ୍ୟୁରୋ : ଆସ୍ଥା ଭୋଟରେ ହାରିବା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିବା ଇମ୍ରାନ ଖାନ ଗାଦିଚ୍ୟୁତ ହୋଇଛନ୍ତି । ଏହାପରେ ସଂଯୁକ୍ତ ବିରୋଧୀ ଦଳ ନୱାଜ ଶରିଫଙ୍କ ଭାଇ ଶାହବାଜ ଶରିଫଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କରିଛନ୍ତି । ଯଦି ସବୁକିଛି ଠିକଠାକ ଚାଲେ ତେବେ ସୋମବାର ଦିନ…

ଦୁଆର ମୁହଁକୁ ଆସୁଛି ଚାଚାଙ୍କ ସାଇକେଲ ସପିଂ ମଲ୍ । ମନଇଚ୍ଛା ବାଛି କିଣିପାରିବେ ଡ୍ରେସ୍ । ନିଆରା ଦୋକାନକୁ ନେଇ ସବୁଠି…

କନକ ବ୍ୟୁରୋ: ମୁଣ୍ଡ ଉପରେ ଖଇଫୁଟା ଖରା, ଦେହରୁ ବହିପଡୁଛି ଗମଗମ ଝାଳ । କାନ୍ଧରେ ଖଣ୍ଡେ ଗାମୁଛା ଆଉ ଚିରାଫଟା ଗଞ୍ଜିଟିଏ ପିନ୍ଧି ସହରର ଗଳିଗଳିରେ ଡାକ ପକାଉଛନ୍ତି ଚାଚା । ଡ୍ରେସ ନେବ ଡ୍ରେସ... ସାଇକେଲଟିଏ ଧରି ସେଥିରେ ଭଳିକି ଭଳି ଲୁଗା ନେଇ ଲୋକଙ୍କ ଦୁଆର ମୁହଁରେ ପହଞ୍ଚୁଛନ୍ତି ।…

ଆଶା କର୍ମୀରୁ ପୌର ଉପାଧ୍ୟକ୍ଷ । ୧୫ ବର୍ଷ ହେବ ସେବା କରି ଲୋକଙ୍କ ବିଶ୍ୱାସ ଜିତିଥିଲେ ପାରାଦୀପର ଛବିରାଣୀ ।

କନକ ବ୍ୟୁରୋ : ଆଶା କର୍ମୀରୁ ପୌର ଉପାଧ୍ୟକ୍ଷା । ନିଜର ସେବା ମନୋବୃତି ଓ କାର୍ଯ୍ୟଦକ୍ଷତା ବଦଳାଇ ଦେଇଛି ପରିଚୟ । ଦୀର୍ଘ ୧୫ ବର୍ଷ ଧରି ନିଜର ୱାର୍ଡରେ ନିରନ୍ତର ସେବା ପ୍ରଦାନ କରିବା ସହିତ ଓାର୍ଡର ଘର ଘର ବୁଲି ଦିନ ରାତି ସେବା ଯୋଗାଇଥିବା ଆଶାକର୍ମୀଙ୍କୁ ୱାର୍ଡବାସିନ୍ଦା କାଉନସିଲର…

ମିଳିଲାନି ମହାପ୍ରୟାଣ ଗାଡି, ବାଇକରେ ୧୨ କିଲୋମିଟର ଶବକୁ ବୋହିଲେ ପରିବାର ଲୋକ

କନକ ବ୍ୟୁରୋ: ପୁଣି ମୋଟର ସାଇକେଲରେ ବୁହା ହେଲା ଶବ। ଏପରି ଅଭାବନୀୟ ଚିତ୍ର ଆସିଛି ମାଲକାନଗିରି ଜିଲ୍ଲାରୁ । ମହାପ୍ରୟାଣ ଗାଡି ଲାଗି ୭୦୦ ରୁ ୮୦୦ ଟଙ୍କା ଲାଗିବ ବୋଲି କହିଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ । ଆଉ ଟଙ୍କା ନଦେଇ ପାରିବାରୁ ୧୨ କିଲୋମିଟର ମୋଟର ସାଇକଲରେ ଶବ ବୋହି ନେଇଥିଲେ…