ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ବିଜେଡି ନେତାଙ୍କ ଟ୍ୱିଟ୍ । ବିଜେପି ଘୋଷଣା କରିପାରେ ମହିଳା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ।

6,776

କନକ ବ୍ୟୁରୋ: ବଡ ଖବର । ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଟ୍ୱିଟ୍ କଲେ ବିଜେଡି ନେତା । କହିଲେ ମହିଳା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରେ ବିଜେପି । ତେବେ ଟ୍ୱିଟ କରି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଓ ସସ୍ମିତ ପାତ୍ର ଏହା ସୂଚନା ଦେଇଛନ୍ତି । ପଣବ ପ୍ରକାଶ ଲେଖିଛନ୍ତି, ବିଜେପି ବିଜେଡିର ଦାବି ମାନନେଇଥିବା ଜାଣି ଖୁସି ଲାଗିଲା । ଆଜି ଏକ ମିଳିତ ସମ୍ମିଳନୀରେ ଓଡିଶା ବିଜେପିର ବରିଷ୍ଠ ନେତାମାନେ ଏକାଠି ହୋଇ ୨-୦୨୪ ନିର୍ବାଚନ ପାଇଁ ସେମାନଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛନ୍ତି ।