ରୋଚକ ହେଉଛି ସୋର ରାଜନୀତି: ନାମାଙ୍କନ ଭରିଲେ ବିଜେପି ନେତା ରାଜୁ ଦାସ, ସେପଟେ ସମର୍ଥକଙ୍କ ସହ ରାଲିରେ ଆସି ପ୍ରାର୍ଥିପତ୍ର ଦାଖଲ କଲେ ପର୍ଶୁରାମ ଧଡ଼ା

3,794

କନକ ବ୍ୟୁରୋ: ରୋଚକ ହେଉଛି ସୋର ରାଜନୀତି । କାହାକୁ ମିଳିଛି ବିଜେପି ଟିକେଟ । ପ୍ରଥମେ ରାଜୁ ଦାସଙ୍କ ଟିକେଟ ମିଳିଥିବା ଘୋଷଣା ହୋଇଥିଲା । ଏହାପରେ ଜୋରଦାର ପ୍ରଚାର ବି କରିଛନ୍ତି ରାଜୁ ଦାସ । ଆଜି ନାମାଙ୍କନର ଶେଷ ତାରିଖ ଥିବା ବେଳେ ପ୍ରାର୍ଥୀପତ୍ର ଦାଖଲ ପାଇଁ ନିଜ ସମର୍ଥକଙ୍କ ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଟିକେଟ ନଥିଲେ ବି ନାମାଙ୍କନ ଦାଖଲ କରିଛନ୍ତି, ଏବଂ ଯାଂଚ ବେଳେ ଟିକେଟ ଦାଖଲ କରିବେ ବୋଲି କହିଛନ୍ତି । ଅପରପକ୍ଷରେ ରାଜୁ ଦାସଙ୍କ ଟିକେଟ କାଟି ତାଙ୍କ ସ୍ଥାନରେ ପର୍ଶୁରାମ ଧଡ଼ାଙ୍କୁ ପ୍ରାର୍ଥୀ କରାଯାଇଥିବା ଚର୍ଚ୍ଚା ଉଠିଛି । ଏସବୁ ଭିତରେ ପର୍ଶୁରାମ ଧଡ଼ା ମଧ୍ୟ ନାମାଙ୍କନ ଦାଖଲ ପାଇଁ ନିଜ ସମର୍ଥକଙ୍କ ସହ ଯାଉଛନ୍ତି । ତେବେ ପ୍ରକୃତରେ ବିଜେପି ସୋର ବିଧାନସଭା ଆସନ ପାଇଁ କାହାକୁ ଟିକେଟ ଦେଇଛି ତାହା ଏବେବି ସ୍ପଷ୍ଟ ହୋଇନାହିଁ ।