କିଛିଦିନ ଆଶ୍ୱସ୍ତି ପରେ ପୁଣି ଫେରିବ ତାତି । ପାଣିପାଗ ବିଭାଗର ପୂର୍ବାନୁମାନ,୪୮ ଘଣ୍ଟା ପରେ ୨ ରୁ ୪ ଡିଗ୍ରୀ ବଢିବ ତାପମାତ୍ରା ।

231

କନକବ୍ୟୁରୋ : ପୁଣି ଫେରିବ ତାତି । ଆଗାମୀ ୪୮ ଘଂଣ୍ଟା ପରେ ପୁଣି ବଢିବ ତାତି । ୨ ରୁ ୪ ଡିଗ୍ରୀ ତାପମାତ୍ରା ବଢିବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଗତ ୨୪ ଘଂଣ୍ଟା ରେ ଢେଙ୍କାନାଳରେ ସର୍ବାଧିକ ୬୪ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଆଗାମୀ ୩ ଦିନ ରାଜ୍ୟରେ ବିକ୍ଷିପ୍ତ ବର୍ଷା ଦେଖିବାକୁ ମିଳିବ । ୪ ଦିନ ପରେ ବର୍ଷାର ପରିମାଣ କମି ପାଗ ଶୁଖିଲା ହେବ । ଏହାସହ ତାପମାତ୍ରା ବୃଦ୍ଧି ପାଇବ ।