ଅଜୟ ଦେବଗନଙ୍କ ନାମରେ ୨୦୦ କୋଟିର ଠକେଇ ଅଭିଯୋଗ, ମାମଲା ରୁଜୁ କଲା ଉତ୍ତର ପ୍ରଦେଶ ଏସଟିଏଫ

30

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ନାମରେ ୨୦୦ କୋଟି ଟଙ୍କା ଠକେଇ ଅଭିଯୋଗ । ୟୁପିର ସ୍ୱେଶାଲ ଟାସ୍କ ଫୋର୍ସ ବା ଏସଟିଏଫ ଟଙ୍କା ଠକେଇ ଅଭିଯୋଗରେ ମାମଲା ରୁଜୁ କରିଛି । କେବଳ ଅଜୟ ନୁହେଁ ଏହି ମାମଲାରେ ଜମ୍ମୁର ପୂୁର୍ବତନ ସୁନ୍ଦରୀ ଅନାରା ଗୁପ୍ତାଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି । ତେବେ ଏହି ଠକେଇର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଓମପ୍ରକାଶ ଯାଦବଙ୍କୁ ଏହ୍ଲାବାଦର ସିଭିଲ ଲାଇନସ ଅଞ୍ଚଳରୁ ଗିରଫ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ଓମପ୍ରକାଶ ଠାରୁ ମୋବାଇଲ, ଲ୍ୟାପଟପ, ବିଭିନ୍ନ କାଗଜପତ୍ର ସହ ଅନାରା ଗୁପ୍ତାଙ୍କ ସହ ହ୍ୱାଟସଆପରେ ହୋଇଥିବା ବାର୍ତ୍ତାଳପର ରେକର୍ଡିଂ ଜବତ କରିଛି ପୋଲିସ ।

e3a8bab1e2c887fc1e01fc4bb2077504_342_660ଏସଟିଏଫର ସୂଚନା ଅନୁସାରେ ଏହି ଲୋକମାନଙ୍କର ଜାଲ ହରିୟାଣା, ରାଜସ୍ଥାନ, ଚଣ୍ଡିଗଡ଼ ଏବଂ ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ପର୍ଯ୍ୟନ୍ତ ବିଛାଇ ହୋଇ ରହିଥିଲା । ଏ ସମସ୍ତେ ଖୁବ ଚାଲାକିର ସହିତ ରାଜ୍ୟର ହଜାର ହଜାର ଲୋକଙ୍କ ଠାରୁ ଠକେଇ କରିଛନ୍ତି । ତେବେ ଏହି ଠକେଇରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଅନାରା ଗୁପ୍ତା । ପୂର୍ବ ମିସ ଜମ୍ମୁ ଅନାରା ଗୁପ୍ତା ଭିନ୍ନ ଭିନ୍ନ ସହରକୁ ଯାଇ ନିଜ ପ୍ରଡକ୍ସନ ହାଉସ ବିଷୟରେ ସୂଚନା ଦେଉଥିଲେ ଏବଂ ଟଙ୍କା ରୋଜଗାରର ଲୋଭ ଦେଖାଇ ତାଙ୍କ ପ୍ରଡକ୍ସନ ହାଉସରେ ଟଙ୍କା ବିନିଯୋଗ କରିବାକୁ ପ୍ରବର୍ତ୍ତାଉଥିଲେ ।

କେବଳ ଏହି ଦୁଇଜଣ ନୁହେଁ ଏସଟିଏଫର ସନ୍ଦେହ ଅନୁଯାୟୀ ଏହି ଠକେଇରେ ଆହୁରି ଅନେକ ଲୋକ ସାମିଲ ଅଛନ୍ତି । ଯେଉଁ ମାନଙ୍କୁ ଧରିବା ଏବେ ପୋଲିସ ପାଇଁ ଚ୍ୟାଲେଞ୍ଚ ପାଲଟିଛି । ଏହି ଠକେଇର ମାଷ୍ଟରମାଇଣ୍ଡ ଓମପ୍ରକାଶ ନାମରେ ହଜାରରୁ ଅଧିକ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି । ତେବେ କିଛି ଲୋକ କେସ ଦେବା ପରେ ପୋଲିସ ଏମାନଙ୍କୁ ଗିରଫ କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲା । ଏହ୍ଲାବାଦ ସିଭିଲ ଲାଇନ ଅଞ୍ଚଳରେ ଏକ ପ୍ରଡକ୍ସନ ହାଉସ ଖୋଲି ଲୋକଙ୍କୁ କାମ ଦେବା ଆଶାରେ ତାଙ୍କ କଂପାନୀ ସହିତ ଯୋଡ଼ି ହେବାକୁ କହୁଥିଲେ ଓମପ୍ରକାଶ ଓ ଅନାରା । ତେବେ ଖୁବ କମ ଦିନ ମଧ୍ରରେ ଏକ ହଜାର ଲୋକଙ୍କୁ ପ୍ରଡକ୍ସନ ହାଉସ ସହ ଯୋଡି ପ୍ରାୟ ତିନି କୋଟି ଟଙ୍କା ଜମା କରିଥିଲେ ।

ଟଙ୍କା ଜମା କରିଥିବା ଲୋକଙ୍କୁ କୁହାଯାଉଥିଲା ଯେ, ଏହି ଟଙ୍କା ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ଦିଲୱାଲେ ପାର୍ଟ ଟୁ ବିନିଯୋଗ କରାଯାଉଛି । ଏପରିକି ଫିଲ୍ମ ରିଲିଜ ହେବା ପରେ ଯେଉଁ ଲାଭାଂଶ ମିଳିବ ତାହାକୁ ସମସ୍ତ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଥିଲା । ତେବେ ଏମାନଙ୍କ ଚାଲାଖିକୁ ବୁଝିବାକୁ ପୋଲିସକୁ ବେଶି ସମୟ ଲାଗିନଥିଲା । ଶୁକ୍ରବାର ଅନାରା ଗୁପ୍ତା ଓ ଅନ୍ୟ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ପୋଲିସ ଏମାନଙ୍କୁ ଧରିବାକୁ ତତ୍ପର ହୋଇ ଉଠିଥିଲା । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅନଲାଇନ ମାଧ୍ୟମରେ ଲୋକଙ୍କ ଠକୁ ଥିଲା ଅନାମାଙ୍କ ପ୍ରଡକ୍ସନ ହାଉସ । ତେବେ ଏହି ଠକେଇ ସହ ଅଜୟଙ୍କର କୌଣସି ସର୍ମ୍ପକ ନାହିଁ ବୋଲି କହିଛନ୍ତି ତାଙ୍କର ମ୍ୟାନେଜର । ଏବେ ଅଜୟ ରେଡ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି ।