୨୦ ବର୍ଷରେ ଚାଟାର୍ଡ ଆକାଉଂଟାଂଟ୍ : ଓଡିଆ ଝିଅ ରେଗାଙ୍କ କମାଲ

76

କନକ ବ୍ୟୁରୋ : ମାତ୍ର ୨୦ ବର୍ଷ ବୟସରେ ଓଡିଆ ଝିଅ ରେଗା ଆରଭି ଦାସ ସର୍ବକନିଷ୍ଠ ଚାଟାର୍ଡ ଆକାଉଂଟାଂଟ୍ ଭାବରେ ଗୈାରବ ଅର୍ଜନ କରିଛନ୍ତି । ଏତେ କମ ବୟସରେ ପ୍ରଥମଥର ପରୀକ୍ଷା ଦେଇ ରେଗା ଏକାବେଳେ ବି.କମ୍ ସହିତ ଚାଟାର୍ଡ ଆକାଉଂଟାଂଟ୍ ଡିଗ୍ରୀ ହାସଲ କରିଛନ୍ତି । ସେ ମୁମ୍ବାଇର ଆର.ଏ.ପୋଦାର କଲେଜରେ ବି.କମ୍ ସହିତ ଚାଟାର୍ଡ ଆକାଉଂଟାଂଟ୍ ପଢିବା ସଙ୍ଗେସଙ୍ଗେ ପ୍ରାଇସ୍ ୱାର୍ଟର ହାଉସ୍ କୁପର୍ସ ସଂସ୍ଥାରେ ଇନଟର୍ନସିପ୍ କରୁଥିଲେ। ରେଗା ଏବେ ଚାଟାର୍ଡ ଆକାଉଂଟାଂଟ୍ ହେବା ପରେ ବିଭିନ୍ନ ସଂସ୍ଥାରୁ ମିଳିଛି ତାଙ୍କୁ ମୋଟା ଅଙ୍କର ଅଫର । ଚାକିରି ପାଇଁ ତାଙ୍କ ନିକଟରେ ଅନେକ ଅଫର ଥିଲେ ମଧ୍ୟ ସିଭିଲ୍ ସର୍ଭିସ ପରୀକ୍ଷା ଦେଇ ଆଇଏଏସ୍ ହେବାର ଲକ୍ଷ୍ୟ ରଖିଛନ୍ତି ଓଡିଆ ଝିଅ ରେଗା ।