ହିମାଚଳପ୍ରଦେଶରେ ବଡ ଧରଣର ଦୁର୍ଘଟଣା । ଘାଟି ତଳକୁ ଖସିଲା ବସ୍, ଆଖି ଆଗରେ ଚାଲିଗଲା ୨୦ ଲୋକଙ୍କ ଜୀବନ ।

521

ହିମାଚଳପ୍ରଦେଶର କୁଲୁରୁ ଏକ ବଡ ମର୍ମନ୍ତୁଦ ଦୁର୍ଘଟଣାର ଖବର ଏବେ ସାମ୍ନାକୁ ଆସିଛି । ଘାଟିକୁ ଏକ ବସ୍ ଖସିପଡିବା ଫଳରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାଟି କୁଲୁର ବଞ୍ଜାର ଅଞ୍ଚଳରେ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ବସଟି କୁଲୁରୁ ଗାଡାଗୁଶେଣୀକୁ ଯାଉଥିବା ବେଳେ ବଞ୍ଜାର ନିକଟରେ ପ୍ରାୟ ୫୦୦ ଫୁଟ୍ ଘାଇ ତଳକୁ ଖସିପଡିଥିଲା । ଏହି ବସରେ ୪୦ରୁ ୫୦ ଜଣ ଥିବା ଆଶଙ୍କା କରାଯାଉଛି ।ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଉଛି ।

ଦୁର୍ଘଟଣାଟି ଏତେ ଭୟଙ୍କର ହୋଇଛି ଯେ, ଘାଟି ତଳକୁ ପଡ଼ିବା ପରେ ଏହାର ଉପରପାଶ୍ୱର୍ ପୂରା ଉଡିଯାଇଛି । ତେବେ ବଞ୍ଚିଯାଇଥିବା ଲୋକଙ୍କ କହିବା ଅନୁଯାୟୀ, ଆମେ ଭାଗ୍ୟବାନ ଯେ ଆମେ ବଞ୍ଚିଯାଇଛି । ଏହା କୌଣସି ଚମ୍ତକାର ଠାରୁ ମଧ୍ୟ କମ ନୁହେଁ ।