ବଜାରରେ ‘ତେଲିଆ’ ମାଛର ତାଉ: କିଲୋ ୬୦୦୦, ମାଛ ବିକି ମାଲେମାଲ୍ ବେପାରୀ । ଦେଖନ୍ତୁ କେଉଁଠୁ ହେଲା ଧରା

976

କନକ ବ୍ୟୁରୋ: ମାଛ କିଲୋ ୬ ହଜାର । କଥାଟା କାନକୁ ଟିକେ କଡା ଲାଗୁଥିଲେ, ପକେଟକୁ ଟିକେ ଓଜନିଆ ଲାଗୁଥିଲେ ବି ଏକଦମ ସତ । କାରଣ ଧାମରା ହୁଇଲର ଦ୍ୱୀପରୁ ଧରା ହୋଇଛି ଏମିତି କିଛି ଦାମୀ ମାଛ । ଧରା ହୋଇଥିବା ମାଛର ନାଁ ହେଉଛି ତେଲିଆ । ଯାହାର ଦାମ ରହିଛି ୬ ହଜାର ଟଙ୍କା । ତେବେ ଗୋଟିଏ ଗୋଟିଏ ତେଲିଆ ମାଛର ଓଜନ ୨୫ରୁ ୨୭ କେଜି ହେବ ।

ଏହି ବିରଳ ଓ ଦାମୀ ମାଛକୁ ମାଛ ବେପାରୀ ବିକି ମାଲେମାଲେ ହେଉଛନ୍ତି । ଓଡିଶାରେ ଏହି ମାଛ କହିବାକୁ ଗଲେ ଆଦୌ ବିକ୍ରି କରାଯାଉନି । ସମୁଦ୍ରକୁ ମାଛ ଧରି ବେପାରୀ ସିଧା ଓଡିଶା ବାହାରକୁ ପଠାଇ ଦେଉଛନ୍ତି । ଅଧିକାଂଶ ମାଛ ପଶ୍ଚିମବଙ୍ଗକୁ ପଠା ଯାଉଛି ଆଉ ସେଠି ନିଲାମ ହେଉଛି । ଅଧିକ ଦରରେ ଯିଏ କିଣିବ ସିଏ ଏ ମାଛ ନିଏ । ତେଲିଆ ମାଛକୁ ମଧ୍ୟ ବିଦେଶକୁ ପଠାଯାଏ । ତେଲିଆ ମାଛରେ ଔଷଧୀୟ ଗୁଣ ଥିବାରୁ ଏହି ମାଛର ଚାହିଦା ଖୁବ ରହିଥିବା ମାଛ ବେପାରୀ କହିଛନ୍ତି । ତେବେ ଓଡିଶାରେ ପ୍ରଥମ ଥର ପାଇଁ ଏଭଳି ଖବର ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ।