YouTubeରୁ ଶିଖନ୍ତୁ ସେୟାର ବଜାରର ଏବିସିଡି । ଆପଣଙ୍କ ପ୍ରତ୍ୟକଟି ପ୍ରଶ୍ନର ମିଳିବ ଉତ୍ତର ।

43

ସେୟାର ମାର୍କେଟ କଣ ? ଏହା କିପରି କାମ କରେ ? କିପରି ଏଥିରେ ଟଙ୍କା ରୋଜଗାର ହୋଇଥାଏ ଏବଂ କେଉଭଳି ଭାବେ ସେୟାରକୁ କିଣା ବିକା କରାଯାଏ । ଏହିଭଳି ଅନେକ ପ୍ରଶ୍ନ ଲୋକମାନଙ୍କ ମନରେ ଉଙ୍କି ମାରିଥାଏ । କିନ୍ତୁ ଆଜିକାଲିର ଟେକ୍ନୋଲୋଜି ଏତେ ଆଗକୁ ବଢିଗଲାଣି ଯେ, ମନକୁ ଆସୁଥିବା ଯେ କୌଣସି ପ୍ରଶ୍ନର ଉତ୍ତର ଖୁବ ସହଜରେ ମିଳିପାରୁଛି । ତେଣୁ ସେୟାର ମାର୍କେଟକୁ ନେଇ ଲୋକମାନଙ୍କ ମନରେ ଯେଉଁ ସବୁ ପ୍ରଶ୍ନ ଆସୁଛି ସେ ସବୁର ଉତ୍ତର ୟୁଟ୍ୟୁବରେ ଅନେକ ଲୋକ ଭିଡିଓ ମାଧ୍ୟମରେ ବୁଝାଇ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଲୋକ ମାନଙ୍କ ବିଷୟରେ ।

ନିତିନ ଭାଟିଆ :
ଆଜିକାଲି ୟୁଟ୍ୟୁବରେ ସେୟାର ବଜାରର ଲର୍ଣ୍ଣିଙ୍ଗ ଭିଡିଓ କାଫି ଫେମସ ହେବାକୁ ଲାଗିଛି । କିଛି ଏହି ଭଳି ୟୁଟ୍ୟୁବ ଚ୍ୟାନେଲ ନିତିନ ଭାଟିଆ ଚଲାଉଛନ୍ତି । ନିତିନ ସେୟାର ବଜାର, ରିୟଲ ଏଷ୍ଟେଟ, ବ୍ୟକ୍ତିଗତ ଫାଇନାନ୍ସ ଭଳି ଅନେକ ତଥ୍ୟ ଲୋକମାନଙ୍କ ପାଖରେ ଭିଡିଓ ମାଧ୍ୟମରେ ପହଞ୍ଚାଉଛନ୍ତି ।

ସୁନିଲ ମିଗଲାନୀ :

ସୁନିଲ ମିଗଲାନୀ ସେୟାର ବଜାରର ବ୍ୟବହାରକୁ କିପରି ବୁଝିପାରିବେ ସେ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇଥାନ୍ତି । ସୁନିଲଙ୍କ ୟୁଟ୍ୟୁବ ଚ୍ୟାନେଲରେ ୨,୬୨ ଲକ୍ଷ ସସ୍କ୍ରାଇବର ରହିଛନ୍ତି । ଏହା ବ୍ୟତିତ ସୁନିଲ ବିଜ୍ନେସ ନ୍ୟୁଜ ଚ୍ୟାନେଲରେ ମଧ୍ୟ ତାଙ୍କର ସୋ’ କରନ୍ତି ।

ପଙ୍କଜ କାମରା :

ପଙ୍କଜ କାମରା ମଧ୍ୟ ସେୟାର ବଜାରର ତଥ୍ୟ ଖୁବ ସହଜରେ ଲୋକମାନଙ୍କୁ ବୁଝାଇଦେଇଥାନ୍ତି । ସେ ତାଙ୍କ ଚ୍ୟାନଲରେ ଖୁବ ସହଜ ଶବ୍ଦରେ ସେୟାର ବଜାରରେ ନିବେଶ କିପରି କରିବେ ଏବଂ ଲାଭବାନ କିପରେ ହୋଇପାରିବେ ସେନେଇ ପଂକଜ ଲୋକମାନଙ୍କ ପାଖରେ ସବିଶେଷ ତଥ୍ୟ ପହଞ୍ଚାଇଥାନ୍ତି ।