ଆୟକର ବିଭାଗର ନୂଆ ସୁବିଧା ! ଏଣିକି ମାତ୍ର ୪ ଘଣ୍ଟାରେ ମିଳିବ ପାନ୍ କାର୍ଡ ।

279

ଡିସେମ୍ବର ୫ ତାରିଖରୁ ଦେଶରେ ପାନ କାର୍ଡକୁ ନେଇ ଅନେକ ନିୟମରେ ପରିବର୍ତ୍ତନ ହେଉଥିବା ବେଳେ ଏକ ଭଲ ଖବର ମଧ୍ୟ ରହିଛି । ଜାତୀୟ ଗଣମାଧ୍ୟମରୁ ମିଲିଥିବା ସୂଚନା ଅନୁଯାୟୀ, ଏଣିକି ଖୁବ ଶିଘ୍ର ଆପଣଙ୍କୁ ଆପଣଙ୍କ ପାନ୍ କାର୍ଡ ଆବେଦନ କରିବାର ମାତ୍ର ୪ ଘଂଟା ଭିତରେ ମିଳିଯିବ । ଆଉ ଏଥିପାଇଁ କେବଳ ଆଧାରକାର୍ଡର ଆବଶ୍ୟକତା ପଡିବ । ଆଶା କରାଯାଉଛି ଆଗାମୀ ୧ ବର୍ଷ ମଧ୍ୟରେ ଏହି ବ୍ୟବସ୍ଥା ଲାଗୁ ହୋଇଯିବ ।

ସିବିଡିଟିର ଚେୟାରମ୍ୟାନ୍ ସୁଶୀଲ ଚନ୍ଦ୍ରା କହିଛନ୍ତି, ଆୟକର ବିଭାଗ ମାତ୍ର ୪ ଘଂଟାରେ କିପରି ପାନ୍ କାର୍ଡ ଯୋଗାଇ ଦିଆଯିବ, ସେହି ଯୋଜନା ଉପରେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଗଲାଣି । ଗତ ୨୦୧୭ ମସିହା ଏପ୍ରିଲ ମାସରେ ସିବିଡିଟି ଇ-ପାନ୍ ସୁବିଧା ଆରମ୍ଭ କରିଥିଲା । ଏହା ଜରିଆରେ ପ୍ରତ୍ୟେକ ଆବେଦନକାରୀଙ୍କୁ ସେମାନଙ୍କର ଇମେଲ୍ ଆଇଡି ମାଧ୍ୟମରେ ପାନ୍ କାର୍ଡର ସଫ୍ଟ କପି ପିଡିଏଫ୍ ଫର୍ମାଟରେ ପଠାଯାଇ ପାରିବ । ଏବଂ ଆବେଦନକାରୀମାନେ ନିଜ ଇ-ମେଲ୍ ଆଇଡିରୁ ଇ-ପାନ୍ ଡାଉନଲୋଡ୍ କରି ଏହାକୁ ଉପଯୋଗ କରିପାରିବେ ।

ମତାମତ

Your email address will not be published.