ଆପଣଙ୍କ ପାଖରେ ରହିଛି ମାତ୍ର ଏତିକି ଦିନ ସମୟ ! ତୁରନ୍ତ ବାଛିନିଅନ୍ତୁ ନିଜ ପସନ୍ଦର ଚ୍ୟାନେଲ, ନଚେତ୍ ଏହି ତାରିଖ ପରଠୁ ଆଉ ମିଳିବନି ସୁଯୋଗ

ନିଜ ଇଚ୍ଛା ଅନୁସାରେ ଚ୍ୟାନେଲ ବାଛି ପାରିବେ ଗ୍ରାହକ

551

ଟିଭି ଚ୍ୟାନେଲ ଚୟନ ପାଇଁ ଟ୍ରାଇ ଗ୍ରାହକଙ୍କୁ ପୂର୍ବରୁ ଦେଇଥିବା ସମୟସୀମାକୁ ଏକ ମାସ ଘୁଂଚାଇ ଦେଇଛି । ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ଗ୍ରାହକମାନଙ୍କୁ ସମୟ ଦେଇଛି ଟ୍ରାଇ । ଆଉ ଆସନ୍ତା ଫେବୃୟାରୀ ୧ ତାରିଖରୁ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଡିଟିଏଚ୍ ଅପରେଟର, ମଲ୍ଟି ସିଷ୍ଟମ୍ ଅପରେଟରଙ୍କ ସହ ଏନେଇ ଟ୍ରାଇ ବୈଠକରେ ଏହି ନିଷ୍ପତି ନେଇଛି ଟ୍ରାଇ । ଏହି ଅପରେଟରମାନେ ନୂଆ ବ୍ୟବସ୍ଥାରେ ସହଯୋଗ କରିବା ପାଇଁ ଟେଲିକମ୍ ରେଗୁଲେଟାରୀ ଅଥରିଟି ଅପ୍ ଇଣ୍ଡିଆ । ନୂଆ ବ୍ୟବସ୍ଥାକୁ ଲାଗୁ କରିବା ପାଇଁ ଅପରେଟରମାନେ ସମୟ ମାଗିବାରୁ ଏହି ନିଷ୍ପତି ନିଆଯାଇଛି ।

ଟ୍ରାଇର ସୂଚନା ଅନୁସାରେ, ଏହି ନୂଆ ପ୍ରେମଓାର୍କ କାରଣରୁ ଟିଭି ଦେଖିବା ବହୁତ ଶସ୍ତା ହେବ । ଏଥିରେ ଲୋକେ କେବଳ ସେତିକି ଟଙ୍କା ହିଁ ଦେବେ ଯେତିକି ଚ୍ୟାନେଲ ସେ ଦେଖିବାକୁ ପସନ୍ଦ କରିବେ । କିଛି ଦିନ ତଳେ ହିଁ ଟ୍ରାଇ ଲୋକଙ୍କୁ ଭରସା ଦେଇଥିଲା କି ଯେଭଳି ଭାବରେ ବିଜ୍ଞାପନ ଟିଭି ସ୍କ୍ରିନରେ ଆସୁଛି , ତାହା ବାସ୍ତବରେ ସତ୍ୟ ନୁହେଁ । କାହିଁକି ନା ୨୯ ଡିସେମ୍ବରରୁ ଆପଣଙ୍କର ଟିଭି ବ୍ଲାକ୍ ଆଉଟ୍ ହେବନି । ଆପଣଙ୍କ ଟିଭିରେ ପୂର୍ବ ଭଳି ହିଁ ଚ୍ୟାନେଲ ଆସୁଥିବ । କେବୁଲ ଟିଭି ଏବଂ ଡିଟିଏଚ ସେବାର ନୂଆ ସ୍କିମରେ ସିଫ୍ଟ ହେବା ପାଇଁ ଉପଭୋକ୍ତାଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯିବ । ଟ୍ରାଇ ସମସ୍ତ ଡିଟିଏଚ ସେବା ପ୍ରଦାନକାରୀ କଂପାନୀମାନଙ୍କୁ ଆଶ୍ୱସ୍ତ କରିବା ପାଇଁ କହିଛିକି ୨୯ ଡିସେମ୍ବର ପରେ ବି ଚ୍ୟାନେଲ ଆସୁଥିବ ।

ଏଠାରେ ଆମେ କହି ରଖୁଛୁ କି, ବର୍ତ୍ତମାନ ସମୟରେ ଟିଭି ଉପଭୋକ୍ତାଙ୍କୁ ଏଭଳି ଅନେକ ଚ୍ୟାନେଲଗୁଡିକୁ ବି କିଣିବାକୁ ପଡୁଛି, ଯାହାର ଆଶ୍ୟକତା ନାହିଁ । ହେଲେ ପ୍ୟାକେଜରେ ଥିବା କାରଣରୁ ତାଙ୍କୁ ଏଭଳି କରିବାକୁ ପଡୁଛି । କିନ୍ତୁ ନୂଆ ଯୋଜନା ଲାଗୁ ହେବା ପରେ ଉପଭୋକ୍ତା ପୂର୍ବ ତୁଳନାରେ ଅଧା ଦାମରେ ନିଜ ପସନ୍ଦର ଚ୍ୟାନେଲ ଦେଖିପାରିବେ ।