ଏଣିକି ଫେସବୁକ୍-ଟ୍ୱିଟରରେ ବି ପଠାଇପାରିବେ ଟଙ୍କା : କେବଳ ଡାଉନଲୋଡ୍ କରିବାକୁ ପଡିବ ଏହି ଗୋଟିଏ ଆପ୍

52

ଏସବିଆଇ ନିଜ ଗ୍ରାହକଙ୍କୁ ଭଲ ଓ ଫାଷ୍ଟ ସର୍ଭିସ ଦେବା ପାଇଁ ଜଣାଯାଏ । ଏହାକୁ ଆଖି ଆଗରେ ରଖି ଏସବିଆଇ ଆଉ ଏକ ନୂଆ ସେବା ଆରମ୍ଭ କରିଛନ୍ତି । ଯାହା ଜରିଆରେ ଆପଣ ନିଜ ସଂପର୍କୀୟ ବା ସାଙ୍ଗମାନଙ୍କୁ ଫେସବୁକ୍ ଓ ଟ୍ୱିଟର ଜରିଆରେ ମଧ୍ୟ ଟଙ୍କା ଟ୍ରାନ୍ସଫର କରିପାରିବେ । ଏମିତି ଆପଣ ଏସବିଆଇର ଆପ ଜରିଆରେ ସହାୟତା ନେଇପାରିବେ । ଆପଣ ଫେସବୁକ୍ ଓ ଟ୍ୱିଟରରେ ଜରିଆରେ ଟଙ୍କା ପଠାଇବା ସହିତ ବାଲାନ୍ସ ଚେକ୍ କରିବା ସମେତ ଆପଣଙ୍କ ୫ଟି ଶେଷ ନେଣଦେଣ ପ୍ରକ୍ରିୟାର ସୂଚନା ବି ଜାଣିପାରିବେ । ଆସନ୍ତୁ ଜାଣିବା କେମିତି ?

ଏଥିପାଇଁ ଆପଣଙ୍କୁ ଏହି ଆପ ଡାଉନଲୋଡ କରିବାକୁ ପଡିବ : ସୋଶିଆଲ ମିଡିଆ ଜରିଆରେ ବ୍ୟାଙ୍କିଙ୍ଗକୁ ସମ୍ଭବ କରିବା ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ‘ଏସବିଆଇ ମିଙ୍ଗଲ’ ଆପ ଲଂଚ କରିଛି । ଏହା ଏସବିଆଇର ସୋଶିଆଲ ବ୍ୟାଙ୍କିଙ୍ଗ ଆପ । ଏହି ଆପ୍ କୁ ଆପଣ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିପାରିବେ ।

ଏମିତି କରନ୍ତୁ ବ୍ୟବହାର :

• ଆପଣ ଏହି ଆପ ଖୋଲିବା ପରେ, ସେଥିରେ ୟୁଜରର ଅପ୍ସନ ଆସିବ । ଆପଣ ଏହା ଉପରେ କ୍ଲିକ୍ କରି ନିଜକୁ ରେଜିଷ୍ଟର କରିବାକୁ ପଡିବ । ଏହାପରେ ‘Continue with Facebook’ ଉପରେ କ୍ଲିକ୍ କରିବାକୁ ପଡିବ ।

• ଏହି ଅପ୍ସନ ଉପରେ କ୍ଲିକ କରିବା ପରେ ଆପଣଙ୍କୁ ଆପଣଙ୍କ ଫେସବୁକ୍ ୟୁଜର ନେମ୍ ଓ ପାସୱାର୍ଡରେ ଲଗଇନ୍ କରିବାକୁ ପଡିବ । ଆଗକୁ ବଢ଼ିଲେ, ଆପଣଙ୍କୁ ଆପଣଙ୍କ ଏସବିଆଇ ଡେବିଟ୍ କାର୍ଡର ଡିଟେଲ୍ସ ମଗାଯିବ ।

• ଏହାକୁ ଭେଲିଡେଟ୍ କରିବା ପରେ ହିଁ ଆପଣଙ୍କ ପଂଜିକୃତ ମୋବାଇଲ ନମ୍ବରରେ ବ୍ୟାଙ୍କ ତରଫରୁ ଏକ ଓଟିପି ପଠାଯିବ । ଏହାକୁ ପ୍ରବେଶ କରିବା ପରେ ଆପଣଙ୍କୁ ପାସୱାର୍ଡ ସେଟ୍ କରିବାକୁ ପଡିବ । ଏହାବାଦ୍ ଆପ୍ ଜରିଆରେ କ୍ୟାସ ନେଣଦେଣ କରିପାରିବେ ।

• ଏସବିଆଇ ମିଙ୍ଗଲରେ ଲଗଇନ୍ କରିବା ପରେ ଆପଣଙ୍କୁ ‘Pay a Friend’ ଉପରେ କ୍ଲିକ୍ କରିବାକୁ ପଡିବ । ଏହାପରେ ଆପଣଙ୍କୁ ଦୁଇଯି ଉପାୟରେ ଫଣ୍ଡ ଟ୍ରାନ୍ସଫର କରିବାର ବିକଳ୍ପ ମିଳିବ । ଏଥିରେ ‘ପେ ଟୁ ଆକାଉଣ୍ଟ’ ଏବଂ ‘ପେ ଟୁ ଫ୍ରେଣ୍ଡସ୍’ ର ବିକଳ୍ପ ମିଳିବ ।

• ଯଦି ଆପଣଙ୍କୁ ଫେସବୁକ୍ ଜରିଆରେ ବ୍ୟାଙ୍କିଙ୍ଗ ନେଣନେଣ କରିବାକୁ ଚାହୁଁଛନ୍ତି, ତେବେ ଏହାପାଇଁ ଆପଣଙ୍କୁ ଏସବିଆଇ ମିଙ୍ଗଲର ଫେସବୁକ୍ ପେଜ୍ କୁ ଯିବାକୁ ପଡିପାରେ । ଏହା ବ୍ୟତୀତ ନୂଆ ହିତାଧିକାରୀଙ୍କୁ ଯୋଡିପାରିବେ ।

• ଟ୍ୱିଟର ଜରିଆରେ ଟଙ୍କା ଟ୍ରାନ୍ସଫର କରିବାକୁ ଚାହୁଁଥିଲେ https://www.sbi.co.in/sbimingle/ ଏହି ସାଇଟ୍ କୁ ଯାଇ ଦେଖିପାରିବେ ।