ଅଚାନକ ଗସ୍ତ କରି ହଟହଟା ହେଲେ ଯୋଗୀ ଆଦିତ୍ୟନାଥ । ଯୁବକ କହିଲେ, ଆପଣଙ୍କ ପାଇଁ ବଢୁଛି ସମସ୍ୟା

624

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିଜ ସହର ଗୋରଖପୁରରେ ହଟହଟା ହେବାକୁ ପଡିଛି । ସରକାରୀ କାର୍ଯ୍ୟକ୍ରମରେ ଯାଇଥିବା ଯୋଗୀ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଅନ୍ୟ କାର୍ଯ୍ୟ ବାବଦରେ ପଚାରି ବୁଝିଥିଲେ । ଆଉ ଏହି ଗସ୍ତ ସମୟରେ ରାତ୍ର ଆଶ୍ରୟସ୍ଥଳକୁ ଯିବାକୁ ଭୁଲି ନଥିଲେ ଯୋଗୀ । କିନ୍ତୁ ଏଠାରେ ତାଙ୍କୁ ହଟହଟା ହେବାକୁ ପଡିଥିଲା । ରାତ୍ରି ଆଶ୍ରୟସ୍ଥଳକୁ ଯୋଗୀଙ୍କ ଅଚାନକ ଗସ୍ତକୁ ନେଇ ସେଠାରେ ଥିବା ଯୁବକ ଜଣକ ଏମିତି କଥା କହିଦେଲେ ଯେ କିଛି ସମୟ ପାଇଁ ଅସହଜ ହୋଇଯାଇଥିଲେ ଯୋଗୀ ।


ସୂଚନା ଅନୁଯାୟୀ, ବୁଧବାର ଗୋରଖପୁର ରେଳ ଷ୍ଟେସନରେ ଥିବା ରାତ୍ର ଆଶ୍ରୟସ୍ଥଳୀର ନିରୀକ୍ଷଣ କରିବାକୁ ଯେତେବେଳେ ଯୋଗୀ ଅଚାନକ ପହଞ୍ଚିଥିଲେ । ସେଠାରେ ଉପସ୍ଥିତ ଥିବା ଜଣେ ଯୁବକ ଯୋଗୀଙ୍କୁ ଯେଉଁ କଥା କହିଲେ ତାହା ସମସ୍ତଙ୍କୁ ତାଜୁବ କରି ଦେଇଥିଲା । ଯୁବକ ଜଣକ ଯୋଗୀଙ୍କୁ କହିଥିଲେ, ଆପଣ ଆସିବା ପୂର୍ବରୁ ଏଠାରେ ଭେରିଫିକେସନ ହେଉଥିଲା । କିନ୍ତୁ ଆପଣଙ୍କ ଅଚାନକ ଗସ୍ତ ପାଇଁ କିଛି ଅଫିସର ଅନୁପସ୍ଥିତ ରହିଥିଲେ । ଯାହାଦ୍ୱାରା ସମସ୍ୟା ବଢିଗଲା ବୋଲି କହିଥିଲେ ଯୁବକ ।

ଆଉ ଯୁବକଙ୍କ ଏଭଳି ବୟାନ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ଯୋଗୀ ମଧ୍ୟ କିଛି ସମୟ ପର୍ଯ୍ୟନ୍ତ ଅସହଜ ଅନୁଭବ କରିଥିଲେ । ଆଉ ଏହାପରେ ଯୁବକ ଜଣକୁ କହିଥିଲେ, ଆଚ୍ଛା ଠିକ୍ ଅଛି, ଚିନ୍ତା କରନ୍ତୁ ନାହିଁ । ଆଉ ଏହାପରେ ରାତ୍ର ଆଶ୍ରୟସ୍ଥଳର ଅବ୍ୟବସ୍ଥା ଦେଖି ଅଧିକାରୀମାନଙ୍କ ଉପରେ ବର୍ଷିଥିଲେ ଯୋଗୀ ।