ଯୋଗୀ ରଖିଲେ ପ୍ରତିଶ୍ରୁତି ! ୨କୋଟି ୧୫ଲକ୍ଷ କୃଷକଙ୍କ ୩୦ ହଜାର କୋଟିର ଋଣ ମାଫ୍

34

କନକ ବ୍ୟୁରୋ : ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ ପଦକ୍ଷେପ । ୨କୋଟି ୧୫ଲକ୍ଷ କୃଷକଙ୍କ ୩୦ହଜାର ୭୨୯କୋଟି ଟଙ୍କାର କୃଷି ଋଣ ଛାଡ କରିଛନ୍ତି ଯୋଗୀ । ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରୀମଣ୍ଡଳର ପ୍ରଥମ କ୍ୟାବିନେଟ୍ ବୈଠକରେ ଆଜି ଏହି ନିଷ୍ପତି ନିଆଯାଇଛି । ୟୁପିର କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏହି ସୁବିଧା ପାଇବେ । ଏକ ଲକ୍ଷ ପର୍ଯ୍ୟନ୍ତ ଋଣ କରିଥିବା ଚାଷୀ ଏହି ସୁବିଧା ପାଇବେ । ଉତରପ୍ରଦେଶର ସମୁଦାୟ ଚାଷୀଙ୍କର ୯୨ ପ୍ରତିଶତ ଚାଷୀ ଏହି ଋଣ ଛାଡର ସୁବିଧା ପାଇବେ ।

ଉତର ପ୍ରଦେଶରେ ମୋଟରେ ୨କୋଟି ୩୦ଲକ୍ଷ କୃଷକ ଅଛନ୍ତି । ଏହି ଋଣକୁ ଆଧାର ଲିଙ୍କ୍ ଜରିଆରେ କୃଷକମାନଙ୍କ ବ୍ୟାଙ୍କ ଆକାଉଂଟରୁ କାଟି ଦିଆଯିବ । ଏହା ସହିତ ଏନପିଏ ଆକାଉଂଟ ହେଇଥିବା ପାଂଚ ହଜାର କୃଷକଙ୍କ ଋଣ ରାଶିକୁ ମଧ୍ୟ ଛାଡ କରିବାକୁ ନିଷ୍ପତି ନେଇଛନ୍ତି ୟୁପି ସରକାର । ୟୁପିରେ ବିଜେପି ସରକାର ଗଢ଼ିଲେ ଋଣ ଛାଡ କରାଯିବ ବୋଲି ନିର୍ବାଚନ ସମୟରେ ଇସ୍ତାହାରରେ ଦଳ ଘୋଷଣା କରିଥିଲା । ଆଉ ଏହି ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି ଯୋଗୀ ଆଦିତ୍ୟନାଥ ।