ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ ! ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ସମ୍ଭାବନା
କନକ ବ୍ୟୁରୋ : ଆଜି ସଂଧ୍ୟା ସାଢେ ୫ଟାରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷରେ ବସିବାକୁ ଥିବା ଏହି ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବ ବୋଲି ଜଣାପଡିଛି । ସେଥିମଧ୍ୟରେ ରହିଛି ବ୍ରହ୍ମପୁର ସ୍ଥିତ ଆଇଜରକୁ ନିଃଶୁଳ୍କ ଜମି ଦେବା ସହ କିଛି ବିଭାଗର ମିଶ୍ରଣ ନେଇ ମଧ୍ୟ ପ୍ରସ୍ତାବ ଆସିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁସାରେ ସାଧାରଣ ଅଭିଯୋଗ ବିଭାଗ ଓ ପେନସନ୍ ବିଭାଗ ସହ ସାଧାରଣ ପ୍ରଶାସନ ବିଭାଗର ମିଶ୍ରଣର ପ୍ରସ୍ତାବ ରହିଛି । ସେହିପରି ପଂଚାୟତି ରାଜ ବିଭାଗ ସହିତ ଅନ୍ୟ ସଂସ୍ଥାର ମିଶ୍ରଣ ହେବ ବୋଲି ଚର୍ଚ୍ଚା ହେଉଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓ –