ଭିଲାଇରେ ଯୋଗଗୁରୁ ରାମଦେବଙ୍କ ନୂଆ ୱାଲ୍ଡ ରେକର୍ଡ:୧ ଲକ୍ଷ ଲୋକ ଏକାଠି କଲେ ସୂର୍ଯ୍ୟ ନମସ୍କାର

63

ram-1ଛତିଶଗଡ : ଯୋଗଗୁରୁ ରାମଦେବଙ୍କ ବିଶ୍ୱ ରେକର୍ଡ । ଛତିଶଗଡ ଭିଲାଇରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପାଖାପାଖି ୧ଲକ୍ଷ ଲୋକ ସାମିଲ ହୋଇ ଯୋଗ କରିଛନ୍ତି । ୧ଲକ୍ଷ ଲୋକଙ୍କୁ ନେଇ ଏକାଠି ସୂର୍ଯ୍ୟ ନମସ୍କାର କରିବାର ବିଶ୍ୱ ରେକର୍ଡ କରିଛନ୍ତି ଯୋଗଗୁରୁ ବାବା ରାମଦେବ ।

ଏହି ଯୋଗ ଶିବିରରେ ବାବା ରାମଦେବଙ୍କ ସହ ଛତିଶଗଡ ମୁଖ୍ୟମନ୍ତ୍ରୀ ରମନ ସିଂହଙ୍କୁ ମଧ୍ୟ ଯୋଗ କରୁଥିବାର ଦେଖିବାକୁ ମିଳିଛି । ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ୩ଦିନିଆ ଯୋଗ ଶିବିର ଆୟୋଜିତ ହେଉଛି । ଏଥିରେ ୫ଟି ବିଶ୍ୱ ରେକର୍ଡ କରିବା ପାଇଁ ପ୍ରୟାସ ହେବ । ଏଥିପାଇଁ ଗୋଲ୍ଡେନ ବୁକ ଅଫ ୱାର୍ଲ୍ଡ ରେକର୍ଡର ଟିମ ମଧ୍ୟ ଭିଲାଇରେ ଉପସ୍ଥିତ ଅଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –