ଉପହାରରେ ଗାଈ ଦେଲେ ଯୋଗଗୁରୁ ବାବା ରାମଦେବ ! ଜାଣନ୍ତୁ କାହାକୁ ମିଳିଲା ବାବାଙ୍କ ପ୍ରିୟ ଗାଈ ?
ବେଳେ ବେଳେ ବାବା ରାମଦେବଙ୍କୁ ବିଭିନ୍ନ ରିୟଲିଟି ସୋ’ରେ ଅତିଥି ଭାବେ ଦେଖିବାକୁ ମିଳିଥାଏ । ପ୍ରତ୍ୟେକ ରିୟଲିଟି ସୋ’ରେ ସେ ପ୍ରତିଯୋଗୀ କିମ୍ବା ଜଜ୍ ମାନଙ୍କୁ ପତଞ୍ଜଳି ପ୍ରଡକ୍ଟ ଉପହାର ମଧ୍ୟ ଦେଇଥାନ୍ତି ଏବଂ ଯୋଗର କିଛି ଷ୍ଟେପ ମଧ୍ୟ ଶିଖାଇଥାନ୍ତି । ଷ୍ଟେଜ ଉପରେ ବାବା ଯୋଗ କରିବା ସହ ଦର୍ଶକଙ୍କ ମନୋରଞ୍ଜନ କରିଥାନ୍ତି । ତେବେ ଗତକାଲି ବାବା ରାମଦେବ ‘ସୁପର ଡ୍ୟାନ୍ସର ଟୁ’ ରିୟଲିଟି ସୋରେ ଜଣେ ପ୍ରତିଯୋଗୀଙ୍କୁ ଏଭଳି କିଛି ଉପହାର ଦେଇଛନ୍ତି, ଯାହା ସବୁଠାରୁ ନିଆରା । ଏଭଳି ଉପହାର ସେ ପୂର୍ବରୁ କାହାକୁ ଦେଇ ନଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୋ’ରେ ବିଶାଲ ଶର୍ମା ନାମକ ଜଣେ ପ୍ରତିଯୋଗୀଙ୍କର ବାସ୍ତବ ଜୀବନ ବିଷୟରେ ଜାଣିବା ପରେ ସେ ବିଶାଲଙ୍କୁ ଉପହାର ସ୍ୱରୂପ ଏକ ଗାଇ ଦେଇଛନ୍ତି । ରାମଦେବଙ୍କ କହିବା ଅନୁସାରେ ସେ ଗାଈକୁ ସେତିକି ଭଲ ପାଆନ୍ତି ଯେଉଁଭଳି ଭାବରେ ବିଶାଲ ତାଙ୍କ ଗାଈକୁ ଭଲ ପାଆନ୍ତି । ବିଶାଲଙ୍କର ଉଜ୍ୱଳ ଭବିଷ୍ୟତ ପାଇଁ ତାଙ୍କ ବାପା ମା ତାଙ୍କର ଏକମାତ୍ର ରୋଜଗାରର ପନ୍ଥା ଗାଈକୁ ବିକ୍ରି କରି ଦେଇଥିବାର ଖବର ଶୁଣିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏବଂ ପରେ ଏକ ଗାଈ ଉପହାର ଦେଇ ବିଶାଲଙ୍କ ମନୋବଳ ବଢାଇଥିଲେ ।
କୁନି କୁନି ପ୍ରତିଭାଙ୍କୁ ଲୋକଲୋଚନକୁ ଆଣୁଥିବାରୁ ସୋନି ଏଣ୍ଟରଟେନମେଣ୍ଟ ଚ୍ୟାନେଲକୁ ଧନ୍ୟବାଦ ଦେଇଛନ୍ତି ବାବା । ରାମଦେବ ଉପହାରସ୍ୱରୂପ ବିଶାଳଙ୍କୁ ଗାଈ ସହ ଏକ କାର ମଧ୍ୟ ଦେଇଥିଲେ । ଯାହା ବିଶାଲଙ୍କୁ ପ୍ରେରଣା ଯୋଗାଇବା ସହ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବାକୁ ସୁଯୋଗ ଦେବ ।