ଆପଣ ଜାଣନ୍ତି କି ? ଜନ୍ ଆବ୍ରାହମ ଓ ବିପାଶାଙ୍କ ପ୍ରେମରେ କେମିତି ପଡିଥିଲା ପୂର୍ଣ୍ଣଚ୍ଛେଦ !

42

ଅଭିନୟ ଦୁନିଆରେ ନିଜର ଜଲୱା ଦେଖାଇ କୋଟି କୋଟି ଦର୍ଶକଙ୍କ ହୃଦୟକୁ ଜିତିଥିବା ଜନ ଆବ୍ରାହମ ବଲିଉଡର ପ୍ରସିଦ୍ଧ କଳାକାର ମାନଙ୍କ ମଧ୍ୟରୁ ଜଣେ । ଫିଲ୍ମକୁ ନେଇ ତାରକା ମାନେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି, କିନ୍ତୁ ଅନେକ ସମୟ ତାଙ୍କର ପ୍ରେମ ସଂପର୍କ ପାଇଁ ମଧ୍ୟ ଚର୍ଚ୍ଚା ଜୋର ଧରିଥାଏ । ତେବେ ପୂର୍ବରୁ ବିପାଶାଙ୍କ ସହିତ ସଂପର୍କକୁ ନେଇ ଖୁବ ଚର୍ଚ୍ଚାରେ ରହିଥିଲେ ଜନ୍ । ଯଦିଓ ବିପାଶା ଏବେ କରଣଙ୍କୁ ବିବାହ କରି ସାରିଛନ୍ତି,ତେବେ ପୂର୍ବରୁ ସେ ଜନଙ୍କୁ ବିବାହ କରିବାକୁ ପ୍ରସ୍ତୁତ ହେଉଥିଲେ । କିନ୍ତୁ ଗୋଟିଏ ଭୁଲ୍ ଦ୍ୱାରା ଏହା ହୋଇ ପାରିନଥିଲା ।

ଆଜି ହେଉଛି ଜନ ଆବ୍ରାହମଙ୍କ ଜନ୍ମଦିନ । କିନ୍ତୁ ବିପାଶଙ୍କ ସହିତ ରିଲେସନସିପରେ ଥିବା ବେଳେ ସେ ଜନଙ୍କ ଜନ୍ମଦିନକୁ ଖୁବ ଧୁମଧାମରେ ପାଳନ କରୁଥିଲେ । ବେଳେବେଳେ ଦୁଇଜଣଙ୍କ ଘରେ ଜନ୍ମଦିନ ପାଳନ ହେଉଥିବାର ଦେଖିବାକୁ ମିଳିଥାଏ । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଦୁଇଜଣଙ୍କ ମଧ୍ୟରେ ଏତେ ଭଲ ସଂପର୍କ ଥିବାପରେ ମଧ୍ୟ ଦୁଇଜଣ ଅଲଗା ହୋଇ ଯାଇଥିଲେ ।

ଦର୍ଶକ ଏହି ଯୋଡ଼ିକୁ ଖୁବ ପସନ୍ଦ ମଧ୍ୟ କରୁଥିଲେ । ଦୁଇଜଣଙ୍କ ଫିଲ୍ମ ସୁପରହିଟ ମଧ୍ୟ ହୋଇଥିଲା । ତେବେ ୨୦୧୪ ଆସିବା ଖୁସିରେ ଜନ ଏଭଳି କିଛି ଟ୍ୱିଟ୍ କରିଥଲେ ଯାହା ଦ୍ୱାରା ଦୁଇଜଣଙ୍କ ସଂପର୍କରେ ନୂଆ ମୋଡ଼ ଆସିଥିଲା । ବାସ୍ତବରେ ନୂଆ ବର୍ଷ ଆସିବା ଖୁସିରେ ଜନ ନିଜକୁ ରୋକି ପାରିନଥିଲେ । ଯଦିଓ ସେ ବିପାଶାଙ୍କୁ ଭଲ ପାଉଥିବାର କହୁଥିଲେ,କିନ୍ତୁ ତାଙ୍କ ହୃଦୟରେ ଆଉ କାହାକୁ ସ୍ଥାନ ଦେଇଥିଲେ ।

ଦୁଇଜଣଙ୍କ ମଧ୍ୟରେ ସଂପର୍କ ନିବିଡ଼ ଥିଲେ ମଧ୍ୟ ସେ ଅନ୍ୟ ଏକ ସଂପର୍କ ଗଢିବାକୁ ଚାହୁଁଥିଲେ । ସେ ଟ୍ୱିଟରରେ ଲେଖିଥିଲେଯେ, ଆପଣଙ୍କୁ ଏବଂ ଆପଣଙ୍କ ପ୍ରେମକୁ ୨୦୧୪ର ଶୁଭକାମନା । ଏବଂ ତାଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ମଧ୍ୟ ଶୁଭକାମନା ଦେଇଥିଲେ । ସେ ଲେଖିଥିଲେଯେ ଜନ୍ ,ଲଭ ଏବଂ ପ୍ରିୟା ଆବ୍ରାହମ । ଅର୍ଥାତ୍ ଜନ୍ ନିଜର ଜଣେ ପ୍ରେମିକା ପ୍ରିୟା ରୁଂଚାଲଙ୍କୁ ବିବାହ କରିସାରିଥିଲେ । ତେବେ ସେ ତାଙ୍କୁ ବିବାହ କରି ସାରିଥିଲେ କିନ୍ତୁ ଏହି ଖବର କାହା ପାଖରେ ମଧ୍ୟ ନଥିଲା । ଏହା ଜାଣିବା ପରେ ବିପାଶାଙ୍କ ହୃଦୟ ଭାଙ୍ଗି ଯାଇଥିଲା,ଏବଂ ସେ ବିଶ୍ୱାସ କରି ପାରିନଥିଲେଯେ ଯେଉଁ ବ୍ୟକ୍ତି ତାଙ୍କୁ ବିବାହ କରିବାକୁ କହୁଥିଲା, ସେ ପୂର୍ବରୁ ବିବାହିତ ।