ଖୁବଶୀଘ୍ର ବନ୍ଦ ହେବାକୁ ଯାଉଛି ୟାହୁ ମେସେଞ୍ଜର ! ଜାଣନ୍ତୁ ବନ୍ଦ ହେବାର କାରଣ । 

51

ୟାହୁ ନିଜର ବର୍ଷ ପୁରୁଣା ମେସେଞ୍ଜରକୁ ୧୭ ଜୁଲାଇ ୨୦୧୮ ଠାରୁ ବନ୍ଦ କରିବାକୁ ଯାଉଛି । ରିପୋର୍ଟ ମୁତାବକ ୟାହୁ ୟୁଜର୍ସଙ୍କୁ ଚାଟ୍ ହିଷ୍ଟ୍ରୀ ଡାଉନଲୋଡ୍ କରିବାକୁ ୬ ମାସ ସମୟ ଦେବ । ୟାହୁ ମେସେଞ୍ଜର ଖୋଲିବା ପରେ ୟୁଜର୍ସଙ୍କୁ ଷ୍କ୍ୟୁରେଲ୍ ୱେବସାଇଟରେ ରିଡାଇରେକ୍ଟ କରାଯିବ । ଅର୍ଥାତ୍ ଆପଣ ୟାହୁ ମେସେଞ୍ଜର ଆକ୍ସେସ୍ କରିବା ପାଇଁ ୟୁଆରଏଏଲ୍ ଡାଏଲ୍ କରିବେ ତ ଷ୍କ୍ୟୁରେଲ୍ ମେସେଞ୍ଜିଙ୍ଗ୍ ଆପ୍ ଖୋଲିବ ।

ୟାହୁ ମେସେଞ୍ଜର ୧୯୯୮ ମସିହାରେ ଲଞ୍ଚ୍ କରାଯାଇଥିଲା ଏବଂ ସେତେବେଳେ ଏହାର ନାଁ ୟାହୁ ପେଜର୍ ଥିଲା । ୨୧ ଜୁନ୍ ୧୯୯୯ ରେ ଏହାକୁ ୟାହୁ ମେସେଞ୍ଜର ନାମରେ ପୁନର୍ବାର ଲଞ୍ଚ୍ କରାଗଲା । କମ୍ପାନୀ ଏହି ମେସେଞ୍ଜିଙ୍ଗ୍ ଆପର ନୂଆ ଭର୍ସନ ଲଞ୍ଚ୍ କରିଥିଲା ଯେଉଁଥିରେ କମ୍ପାନୀକୁ ସଫଳତା ମିଳିନଥିଲା । ଯେଉଁଥିପାଇଁ କମ୍ପାନୀ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ୧୯୯୪ ମସିହାରେ ଲଞ୍ଚ୍ କରାଯାଇଥିବା ୟାହୁ ଆପ୍ ଗୋଟିଏ ସମୟରେ ଇଣ୍ଟରନେଟରେ ପ୍ରଧାନ ଭୁମିକା ନେଇଥିଲା । କିନ୍ତୁ ପର ମୁହୂର୍ତ୍ତରେ ଆମେରିକାର ଟେଲିକମ୍ କମ୍ପାନୀ ଭେରିଜନ୍ ୪.୮ ବିଲିୟନ୍ ଡଲାର ମୂଲ୍ୟରେ ଏହି କମ୍ପାନୀକୁ କିଣି ନେଇଥିଲେ । ବର୍ତ୍ତମାନ ୟାହୁ ଭେରିଜନ୍ କମ୍ପାନୀର ସହାୟକ କମ୍ପାନୀ ରୂପେ କାର୍ଯ୍ୟରତ ।