ଫେସବୁକ୍ ପାଇଁ ଅଡ଼ୁଆରେ ଡାକ୍ତର : ଯୁବତୀ କହିଲେ, ୨୫ ଲକ୍ଷ ଟଙ୍କା ଦିଅ ନହେଲେ ସ୍ତ୍ରୀଙ୍କୁ ପଠାଇବି ଚାର୍ଟ

61

ଆଜିକା ସମୟରେ ସୋସିଆଲ ମିଡ଼ିଆର ବହୁଳ ବ୍ୟବହାର ହେଉଛି । ପିଲାଠାରୁ ବୁଢ଼ାଯାଏଁ ସମସ୍ତେ ଫେସବୁକ, ହ୍ୱାଟସଆପ, ଟ୍ୱିଟର, ଇନଷ୍ଟାଗ୍ରାମ ବ୍ୟବହାର କରୁଛନ୍ତି । ଏବେ ବନ୍ଧୁତା ସୃଷ୍ଟି ହୁଏ ଫେସବୁକ, ଟ୍ୱିଟର ପରି ସୋସିଆଲ ମିଡ଼ିଆରେ । ଯେତବେବେଳ ଚାହିଁଲ ସାଙ୍ଗ ହୋଇଯାଅ ଆଉ ଯେତେବେଳେ ଇଚ୍ଛା ହାତ ଛାଡ଼ିଦିଅ । ଏପରିସ୍ଥଳେ ଜାଣିବା କଷ୍ଟ, କିଏ କେଉଁ ଉଦ୍ଦେଶ୍ୟରେ ବନ୍ଧୁତାର ହାତ ବଢ଼ାଉଛି ? ସୋସିଆଲ ମିଡ଼ିଆରେ ବନ୍ଧୁତା ଯେତେ ସହଜ ଦେଖାଯାଏ ବାସ୍ତବରେ ସେତେ ସହଜ ନୁହଁ । ଆପଣ ଅନେକ ସମୟରେ ଖବରରେ ପଢ଼ୁଥିବେ ନିଶ୍ଚୟ ସୋସିଆଲ ମିଡ଼ିଆରେ ବନ୍ଧୁତା, ତା’ପରେ ପ୍ରେମ ଆଉ ତା’ ପରେ ପ୍ରତାରଣା । ପାଟଣାର ଜଣେ ଡାକ୍ତରଙ୍କ ସହ ଠିକ ଏପରି କିଛି ଘଟିଛି ।

ଫେସବୁକରେ ଯୁବତୀଙ୍କ ସହ ଚାର୍ଟିଂ କରିବା ଜଣେ ଡାକ୍ତରଙ୍କୁ ମହଙ୍ଗା ପଡ଼ିଛି । ଏହି ଘଟଣା ଘଟିଛି ପାଟଣାରେ । ଜଣେ ଯୁବତୀ ତାଙ୍କୁ ଫେସବୁକରେ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇ ଚାର୍ଟିଂ ଆରମ୍ଭ କରିଥିଲେ । ଆଉ ଏବେ ଫେସବୁକରେ ଫ୍ରେଣ୍ଡ ହୋଇଥିବା ଯୁବତୀ ଜଣକ ଏବେ ଡାକ୍ତରଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଦେଇଛନ୍ତି । ସମସ୍ତ ଚାର୍ଟକୁ ପତ୍ନୀଙ୍କୁ ଦେଖାଇଦେବେ ବୋଲି କହୁଛନ୍ତି । ଡାକ୍ତରଙ୍କ ଅନୁସାରେ ଚାର୍ଟିଂର କେଣ୍ଟଂଟକୁ ବଦଳାଇ ତାକୁ ଆପତ୍ତିଜନକ ଭାବେ ପ୍ରସ୍ତୁତ କରି ବ୍ଲାକମେଲ କରାଯାଇଛି । ମାମଲା ଏବେ ପୋଲିସ ପାଖରେ ପହଞ୍ଚିଛି ।

ସୂଚନା ଅନୁସାରେ ନାଳନ୍ଦା ମେଡ଼ିକାଲ କଲେଜରେ ଫାର୍ମାକୋଲୋଜି ବିଭାଗରେ ସହାୟକ ପ୍ରାଧ୍ୟାପକ ଡ଼ଃ ମହଶ୍ୱେର ପ୍ରସାଦଙ୍କୁ ବ୍ଲାକମେଲ କରି ୨୫ ଲକ୍ଷ ଟଙ୍କା ଦାବି କରିବାର ମାମଲା ସାମ୍ନାକୁ ଆସିଛି । ଏନେଇ ଡାକ୍ତର ଥାନାରେ ଅଭିଯୋଗ କରି ସାହାଯ୍ୟ ପାଇଁ ଗୁହାରି କରିଛନ୍ତି । ଡ଼ଃ ମହେଶ୍ୱର ପ୍ରସାଦଙ୍କ କହିବା ଅନୁସାରେ ମେ ୨୦୧୮ଠାରୁ ଫୋନରେ ତାଙ୍କୁ ବ୍ଲାକମେଲ କରାଯାଉଛି । ଫେସବୁକ ଫ୍ରେଣ୍ଡ ହୋଇଥିବା ଯୁବତୀ ଜଣକ ୨୫ ଲକ୍ଷ ଟଙ୍କା ଦାବି କରିଆସୁଛନ୍ତି । ମୋବାଇଲରୁ କଲ କରୁଥିବା ଯୁବତୀ ଜଣକ ବିଭିନ୍ନ ସମୟରେ ନିଜର ଭିନ୍ନ ଭିନ୍ନ ପରିଚୟ ଦେଇ ଟଙ୍କା ଦାବି କରୁଛନ୍ତି । ତେବେ ବାରମ୍ବାର ଏପରି ହେବାରୁ ସେ ଏବେ ଡରିଯାଇଛନ୍ତି । ଆଉ ଏନେଇ ପୋଲିସର ସାହାୟତା ଭିକ୍ଷା କରିଛନ୍ତି ।