ସାବଧାନ ! ଟ୍ୱିଟରରେ ଏମିତି କାମ କରନ୍ତୁ ନାହିଁ : ବନ୍ଦ ହୋଇପାରେ ଆପଣଙ୍କ ଆକାଉଣ୍ଟ

39

ବିଶେଷ –
୧ – ଅଭଦ୍ର ଭାଷା ଓ ଟ୍ରୋଲ୍ କରିବାକୁ ଚେଷ୍ଟା କରିବ ତ ବନ୍ଦ ହୋଇଯିବ ଆକାଉଣ୍ଟ
୨ – ୧୮ ଡିସେମ୍ବରରୁ ଟ୍ୱିଟରରେ କିଛି ନୂଆ ନିୟମ ସାମିଲ ହେବ
୩ – ଆଡଲ୍ଟ କଂଟେଟ ପାଇଁ ମଧ୍ୟ ବନ୍ଦ ହୋଇପାରେ ଆକାଉଣ୍ଟ

ସୋସିଆଲ୍ ମିଡିଆ ଏବେ ଆମ ଜୀବନର ଏକ ଅଙ୍ଗ ପାଲଟିଗଲାଣି । କାହା ପାଇଁ ଟାଇମପାସ୍ ତ କାହା ପାଇଁ ଖୁବ୍ ଜରୁରି ଜିନିଷ ପାଲଟିଯାଇଛି । ଆଜିକାଲି ଲୋକେ ବ୍ୟବସାୟ ମଧ୍ୟ ସୋସିଆଲ୍ ମିଡିଆରେ କରୁଛନ୍ତି । ଯଥାର୍ଥରେ କହିବାକୁ ଗଲେ ଲୋକେ ଖୁବ୍ ନିର୍ଭରଶୀଳ ସୋସିଆଲ ମିଡିଆ ଉପରେ । ଖାଲି ଏତିକି ନୁହେଁ କାହାକୁ ଟ୍ରୋଲ୍ କରିବା ,ଖରାପ ଭାଷାରେ ଗାଳି କରିବା ସବୁ ଏମିତି କାମ ବି କିଛି ଲୋକ ସୋସିଆଲ ମିଡିଆରେ କରୁଛନ୍ତି । ଯାହା କି ଖରାପ ପ୍ରଭାବ ପକାଉଛି ଲୋକଙ୍କ ଭିତରେ । ଟ୍ୱିଟର ଏମିତି ଜିନିଷ ଆଣିଛି ଯେଉଁଥିରେ ଦୀର୍ଘ ସମୟ ଧରି ଟ୍ରୋଲିଂ ଶେଷ ହୋଇଯିବ । ୧୮ ଡିସେମ୍ବରରୁ ଟ୍ୱିଟରରେ କିଛି ନୂଆ ନିୟମ ସାମିଲ ହେଉଛି ।
ଜାଣନ୍ତୁ କେଉଁ କାମ କରିବେନାହିଁ ଟ୍ୱିଟରରେ !

ଅଭଦ୍ରା ଭାଷା ଓ ଟ୍ରୋଲ୍ କରିବାକୁ ଚେଷ୍ଟା କରୁଥିଲେ ବନ୍ଦ ହୋଇପାରେ ଆକାଉଣ୍ଟ । ଦେଖାଯାଏ ଯେ ଲୋକେ ଆଲୋଚନା କରିବା ସମୟରେ ବା କାହାକୁ ଥଟ୍ଟା କରିବା ବେଳେ ଖରାପ ଭାଷା ପ୍ରୟୋଗ କରିଥାନ୍ତି । ଯାହା ପ୍ରଥମେ ଡିଲିଟ୍ ହୁଏନାହିଁ । ଟ୍ୱିଟରର ନୂଆ ହେଟଫୁଲ୍ କଣ୍ଡକ୍ଟ ପଲିସ୍ ଅନୁସାରେ , ୧୮ ଡିସେମ୍ବରରୁ ଟ୍ୱିଟର ଅନୁସାରେ , ଯଦି କିଏ ଅଭଦ୍ର ଭାଷାରେ ଲେଖିବା ବା କାହାକୁ ଟ୍ରୋଲ୍ କରିବାକୁ ଚେଷ୍ଟା କରେ ଟ୍ୱିଟର ତାଙ୍କର ଆକାଉଣ୍ଟକୁ ସସପେଣ୍ଡ କରିଦେବ ।

ସସପେଣ୍ଡ କରିବା ପୂର୍ବରୁ ଦେବ ଚେତାବନୀ –
ଯଦି କିଏ ଏମିତି କରିବାକୁ ଚେଷ୍ଟା କରନ୍ତି ଟ୍ୱିଟରର ପଲିସ୍ ଅନୁଯାୟୀ ୟୁଜରକୁ ଟ୍ୱିଟ୍ ଡିଲିଟ୍ କରିବାକୁ ଚେତାବନୀ ଦେବ । ପୁଣି ଯଦି ଏମିତି କଲେ ଟ୍ୱିଟର ଆକାଉଣ୍ଟ ସସପେଣ୍ଡ ହୋଇଯିବ । ଏହାପରେ ୟୁଜର ଟ୍ୱିଟରରେ ପ୍ରବେଶ କରିପାରିବେ ନାହିଁ , ଯେବେ ଯାଏ ତାଙ୍କ ଆକାଉଣ୍ଟ ପୁଣି ଓପନ ନହୋଇଛି ।

ଏମିତି ଜିନିଷ କଲେ ବି ବନ୍ଦ ହୋଇପାରେ ଆକାଉଣ୍ଟ
୧ – ଇଂଟଲେକ୍ଚୁଆଲ୍ ପ୍ରପର୍ଟିର ଚୋରି କରିବା
୨ – ଗ୍ରାଫିକ୍ ଜରିଆରେ ଆଡଲ୍ଟ କଂଟେଟ
୩ – କୌଣସି ବ୍ୟକ୍ତିଙ୍କ ନାଁରେ ୟୁଜର ନେମ୍ କରିବା

ଏମିତି ଅନେକ ଥର ନଜର ଆସିଛି ଯେ , ଅଭଦ୍ର ଭାଷାରେ ଲେଖିବା ବା କାହାକୁ ଟ୍ରୋଲ୍ କରିବାକୁ ଚେଷ୍ଟା କରିବା ଭଳି କାର୍ଯ୍ୟ । ଯେଉଁଥି ପାଇଁ ଟ୍ୱିଟର ଏପରି ପଦକ୍ଷେପ ଉଠାଇଛି । ଅନେକ ଥର ବଲିଉଡ ସେଲିବ୍ରିଟିଙ୍କୁ ମଧ୍ୟ ଟ୍ରୋଲ୍ କରିବାର ଚେଷ୍ଟା କରାଯାଇଛି । ଏହାପରେ ଅନେକ ସୂଚନା ଦିଆଯାଇଛି । କିନ୍ତୁ ୧୮ ଡିସେମ୍ବର ଠାରୁ ବିନା କୈଣସି ଚେତାବନୀ ଦେଇ ପଦକ୍ଷେପ ନିଆଯିବ ବୋଲି ଟ୍ୱିଟର ସଂସ୍ଥା କହିଛି।