ବିନା କୌଣସି କୋଚିଙ୍ଗରେ ରେଲୱେ ପରୀକ୍ଷାରେ ହେବେ ଉତ୍ତୀର୍ଣ୍ଣ ! କରନ୍ତୁ ଏଭଳି ପ୍ରସ୍ତୁତି ।

44

ରେଳବାଇ ପାଖାପାଖି ୧ ଲକ୍ଷ ପଦ ପାଇଁ ବିଜ୍ଞପ୍ତି ଜାରି କରିଥିଲା ଏବଂ ଏହି ପଦଗୁଡିକ ପାଇଁ ଅଢେଇ କୋଟିରୁ ଅଧିକ ଆଶାୟୀ ଆବେଦନ କରିଥିଲେ । ତେବେ ଆବେଦନ କରିଥିବା ଆଶାୟୀ ମାନଙ୍କର ପ୍ରକୃତ ପରୀକ୍ଷା ଏବେ ଆରମ୍ଭ ହେବାକୁ ଯାଉଛି । ପରୀକ୍ଷାର୍ଥୀ ମାନେ ପଦଗୁଡିକ ପାଇଁ ଲିଖିତ ପରୀକ୍ଷାରେ ଭାଗ ନେବାକୁ ଯାଉଛନ୍ତି । ଯଦି ଆପଣ ମଧ୍ୟ ଏହି ପଦ ପାଇଁ ଆବେଦନ କରିଛନ୍ତି ତେବେ ବିନା କୌଣସି କୋଚିଙ୍ଗରେ ଏହି ପରି ଭାବେ ପରିଶ୍ରମ କରି ଆପଣ ପରୀକ୍ଷାରେ ପାସ କରିପାରିବେ ।
ରେଲୱେ ପରୀକ୍ଷାରେ ବସିବା ପୂର୍ବରୁ ପରୀକ୍ଷାର ସିଲାବସ କଣ ରହିଛି ତାହା ଭଲଭାବେ ବୁଝିନିଅନ୍ତୁ । ଏବଂ ଜାଣିରଖନ୍ତୁ ଯେ ଏଥିରେ କେଉଁ କେଉଁ ଆଧାରରେ ପ୍ରଶ୍ନ ପଚରା ଯାଇଥାଏ । ପ୍ରଥମେ ଏହାର ସମ୍ପୂର୍ଣ୍ଣ ବିବରଣୀ ଜାଣି ରଖିବା ଉଚିତ ଯେପରିକି ଆପଣଙ୍କ ଲକ୍ଷ୍ୟ କେନ୍ଦ୍ରିତ ହୋଇରହିବ । ଏହା ପରେ ପରୀକ୍ଷା ପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ ।

ପାଟର୍ନ ଜାଣିବା ପରେ ଏକ ରଣନୀତି ପ୍ରସ୍ତୁତ କରନ୍ତୁ । ଯେଉଁଥିରେ ଆପଣ ଚିନ୍ତା କରିବେ ଯେ, ଆପଣଙ୍କୁ କେଉଁ ଟପିକ କିମ୍ବା କେଉଁ ବିଷୟରେ ଦୁର୍ବଳ ଅଛନ୍ତି ଏବଂ କେଉଁଥିରେ ଆପଣ ଶକ୍ତ ଅଟନ୍ତି । ସେହି ଆଧାରରେ ଅଲଗା ଅଲଗା ବିଷୟ ପାଇଁ ସମୟ ଦିଅନ୍ତୁ ଏବଂ ଭଲ ଭାବେ ପ୍ରସ୍ତୁତ ହୁଅନ୍ତୁ । ସବୁ ଟପିକକୁ ଆପଣ ଭଲ ଭାବେ ପଢିବା ଆବଶ୍ୟକ, ଏଥିରୁ ଆପଣ ପରୀକ୍ଷାରେ ସବୁ ପ୍ରଶ୍ନ ବାବଦରେ ଜାଣିପାରିବେ । ଏମିତି କରିବା ଦ୍ୱାରା ଆପଣଙ୍କ ଅଭ୍ୟାସ ହେବା ସହ ପରୀକ୍ଷାରେ ପ୍ରଶ୍ନର ଉତ୍ତର ଦେବା ପାଇଁ ଆପଣଙ୍କୁ କୌଣସି ପ୍ରକାର ଅସୁବିଧା ହେବ ନାହିଁ ।

ଆପଣଙ୍କ ଟାଇମ ମ୍ୟାନେଜମେଣ୍ଟରେ ପ୍ରତି ବିଷୟକୁ ସାମିଲ କରନ୍ତୁ । ଆଉ ଏଥିରେ ସମୟ ଅନୁଯାୟୀ ଆପଣ ପ୍ରସ୍ତୁତି କରନ୍ତୁ । ଏହା ସହ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଥରେ ପଢିବାକୁ ବସିଲେ କ୍ରମାଗତ ଭାବେ ବସି ପଢନ୍ତୁ ନାହିଁ, ମଝିରେ ମଝିରେ ବିଶ୍ରାମ ନିଅନ୍ତୁ । ଟାଇମ ମ୍ୟାନେଜମେଣ୍ଟରେ ଆଉ ଗୋଟିଏ କଥା ଗୁରୁତ୍ୱ ଦିଅନ୍ତୁ ଯେ କିଭଳି ଆପଣ ୩ ଘଣ୍ଟାରେ ଆପଣଙ୍କ ପେପର ସମାଧାନ କରିପାରିବେ । କୌଣସି ପରୀକ୍ଷାର ପ୍ରସ୍ତୁତି ପାଇଁ ଆପଣଙ୍କ ପାଖରେ ସେହି ସମ୍ବନ୍ଧୀୟ ପୁସ୍ତକ ରହିବା ଆବଶ୍ୟକ । ପରୀକ୍ଷାର ପ୍ରସ୍ତୁତି ପାଇଁ ଆପଣ କ୍ରମାଗତ ଭାବେ ନୋଟ୍ସ ତିଆରି କରିଚାଲନ୍ତୁ । ଯେଉଁଥିରେ ଆପଣଙ୍କୁ ରିଭିଜନ ପାଇଁ ସୁବିଧା ହେବ ଏବଂ ଆପଣ ସହଜରେ ମନେ ରଖିପାରିବେ ।