ଆଜି ଭାରତ ଫେରିିବେ ଅଭିନନ୍ଦନ ! ୱାଘା ସୀମାରେ ବୀରପୁତ୍ରକୁ ସ୍ୱାଗତ କରିବେ ବାୟୁସେନା ପ୍ରତିନିଧି

230

କନକ ବ୍ୟୁରୋ : ଆଜି ଭାରତ ଫେରିବେ ଭାରତୀୟ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଦମାନ । ଭାରତୀୟ ପାଇଲଟ୍ ଅଭିନନ୍ଦନଙ୍କ ଫେରିବା ବାଟକୁ ଚାହିଁ ରହିଛି ସାରାଦେଶ । ୱାଘା ବର୍ଡର ଦେଇ ସ୍ୱଦେଶକୁ ଫେରିବେ ଅଭନନ୍ଦନ । ଅଭିନନ୍ଦନଙ୍କୁ ସ୍ୱାଗତ କରିବେ ବାୟୁସେନା ପ୍ରତିନିଧି ଦଳ । ସେହିପରି ପୁଅ ଆଣିବା ପାଇଁ ୱାଘା ବର୍ଡରରେ ପହଁଚିଛନ୍ତି ଅଭିନନ୍ଦନଙ୍କ ବାପା ମଆ । ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ବୁଧବାର ପାକିସ୍ତାନ ଅଧିକୃତ କଶ୍ମୀର ଅଂଚଳରେ ଭୁଲ ବଶତଃ ଅବତରଣ କରିଥିଲେ ।

ଭାରତୀୟ ସୀମା ଭିତରକୁ ପଶିଆସିଥିବା ପାକିସ୍ତାନ ଯୁଦ୍ଧ ବିମାନ ଏଫ-୧୬କୁ ଧ୍ୱଂସ କରିବା ପାଇଁ ପିଓକେ ଭିତରକୁ ପଶିଯାଇଥିଲେ ଅଭିନନ୍ଦନ । ତାଙ୍କୁ ସେଠାରୁ ପାକ୍ ସେନା କବଜା କରି ନେଇଥିଲା । ପାକିସ୍ତାନ କବଜାରେ ଭାରତୀୟ ପାଇଲଟ୍ ଥିବା ନେଇ ଭିଡିଓ ଭାଇରାଲ ହେବା ପରେ ନିସର୍ତରେ ତାଙ୍କୁ ମୁକ୍ତ କରିବାକୁ ଭାରତ ସରକାର ଦାବି କରିଥିଲେ । ପ୍ରବଳ ଆନ୍ତର୍ଜାତୀକ ଚାପ ଓ ଭାରତର ଯୁଦ୍ଧ ପ୍ରସ୍ତୁତି ଦେଖି ଶେଷରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଆଜି ଅଭିନନ୍ଦନଙ୍କୁ ମୁକ୍ତ କରିବେ ବୋଲି ଗତକାଲି ଘୋଷଣା କରିଥିଲେ ।

ଆଜିର ଦିନ ଭାରତ ପାଇଁ ହେବ ଐତିହାସିକ । କାରଣ ଆଜି କିଛି ଏଭଳି ହେବାକୁ ଯାଉଛି , ଯାହାକୁ ସବୁଦିନ ପାଇଁ ସାରା ଦେଶ ମନେ ରଖିବ । ବିନା କିଛି ସର୍ତରେ କିନ୍ତୁ ପ୍ରବଳ ଚାପରେ ପଡି ଶେଷରେ ପାକିସ୍ତାନ ମୁଣ୍ଡ ନୁଆଁଇଛି । ତାର କବଜାରେ ଥିବା , ଭାରତୀୟ ବାୟୁସେନା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ପାକିସ୍ତାନ ଆଜି ଭାରତକୁ ଫେରାଇବ ।

ଦୁଇ ଦିନ ଧରି ଏହି ଖବରକୁ ଅପେକ୍ଷା କରିଥିଲା ସାରା ଦେଶ । ଗୁରୁବାର ଅପରାହ୍ନରେ ପାକର ମିଳିତ ସଂସଦରେ ଏହି ଖୁସି ଖବର ଖୋଦ୍ ଜଣାଇଥିଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ଶାନ୍ତି ସ୍ଥାପନର ଉଦ୍ୟମ ଭାବେ ଭାରତକୁ ଶୁକ୍ରବାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଧମାନଙ୍କୁ ଫେରାଇ ଦିଆଯିବ ବୋଲି କହିଥିଲେ ଇମ୍ରାନ୍ ଖାନ୍ । ଏହି ବୀର ଯବାନଙ୍କ ଶତ୍ରୁ ଦେଶରୁ ସ୍ୱ୍ୱଦେଶ ପ୍ରତ୍ୟାବର୍ତ୍ତନକୁ ଏବେ ସାରା ଦେଶ ଅପେକ୍ଷା କରିବସିଛି ।