ବାହାଦୂର ପାଇଲଟ୍ ଅଭିନନ୍ଦନଙ୍କୁ ସଲାମ୍ କଲେ ଏହି ଆଫଗାନୀ ଭାଇଜାନ୍ ! କହିଲେ ନିଜ ମୁଣ୍ଡ ଧରି ଶତ୍ରୁମାଟିରେ ପାଦ ରଖିଥିବା ଏହି ବୀରଙ୍କୁ ମୁଁ ହୃଦୟରୁ ସଲାମ୍ କରୁଛି ।

240

ଭାରତୀୟ ବାୟୁସେନାର ବାହାଦୂର ପାଇଲଟ୍ ଅଭିନନ୍ଦନ ବର୍ଦ୍ଧମାନ କିଛି ସମୟ ମଧ୍ୟରେ ସ୍ୱଦେଶ ଫେରିବେ । ପ୍ରତି ଭାରତୀୟ ନିଜର ବୀର ଯବାନଙ୍କ ଲେଉଟାଣିକୁ ଚାତକ ପରି ଚାହିଁ ରହିଛନ୍ତି । ଅଭିନନ୍ଦନଙ୍କ ସାହସିକତା କେବଳ ଭାରତୀୟଙ୍କ ପାଇଁ ନୁହଁ ଆଫଗାନିସ୍ତାନବାସୀଙ୍କ ମନରେ ମଧ୍ୟ ଏକ ଉତ୍ସାହ ଭରିଦେଇଛି । ହସି ହସି ପାକିସ୍ତାନୀଙ୍କ କ୍ଲାସ୍ ଲଗାଉଥିବା ଆଫଗାନୀ ଭାଇଜାନ୍ ଙ୍କ ଆଉ ଏକ ଭିଡିଓ ଏବେ ଭାଇରାଲ୍ ହେଉଛି । ଭାରତୀୟ ପାଇଲଟ୍ ଅଭିନନ୍ଦନଙ୍କ ଲେଉଟାଣି ଖବର ଶୁଣି ଏହି ଆଫଗାନୀ ଭାଇଜାନ୍ ଖୁସି ଜାହିର କରିବା ସହ ତାଙ୍କୁ ସାଲ୍ୟୁଟ୍ ମଧ୍ୟ କରିଛନ୍ତି ।

 

ଭିଡିଓରେ ଆଫଗାନିସ୍ତାନ୍ ର ଏହି ବ୍ୟକ୍ତିି ଜଣକ ହସି ହସି କହୁଛନ୍ତି ଯେ , “ ଯେଉଁ ବ୍ୟକ୍ତି ନିଜ ମୁଣ୍ଡ ଧରି ପାକିସ୍ତାନ ମାଟିକୁ ଚାଲିଗଲା , ମୁଁ ଏଭଳି ମଣିଷ ମୋ ପୁରା ଜୀବନ ଭିତରେ ଦେଖିନାହିଁ । ଏ ମଣିଷ କେଉଁ ମାଟିରେ ତିଆରି ହୋଇଛି? ଭଗବାନଙ୍କ କୃପାରୁ କାଳେ ଏହି ବ୍ୟକ୍ତି ମୋ ଦେଶରେ ଜନ୍ମ ନେଇଥାନ୍ତା ! ନା ଆଖିରେ କୌଣସି ଡର ,ନା ମୁହଁରେ ଅବିଚଳିତର ରେଖା । ଶତ୍ରୁଦେଶରେ ମଧ୍ୟ ନିଜ ଘରେ ଥିଲା ଭଳି କଥା ହେଉଥିବା ଏହି ବ୍ୟକ୍ତିଙ୍କ ମା’କୁ ମୁଁ ହୃଦୟରୁ ସାଲ୍ୟୁଟ୍ କରୁଛି ଯେ ଏଭଳି ଜଣେ ସିଂହ ଭଳି ପୁତ୍ରକୁ ଜନ୍ମ ଦେଇଛନ୍ତି । କେବଳ ଏତିକି ନୁହଁ ଆଫଗାନୀ ଭାଇଜାନ୍ ପାକିସ୍ତାନକୁ ସତର୍କ କରାଇ କହିଛନ୍ତି , ଅନ୍ୟ ଦେଶରୁ ଟଙ୍କା ଭିକରେ ଆଣି ଆତ୍ମଘାତୀ ଆକ୍ରମଣ କରିବା ବନ୍ଦ କର ।