ଆୟ କମ୍ ଥିବାରୁ ସ୍ୱାମୀଙ୍କୁ ବେଲଣା ବାଡ଼ିରେ ପିଟିବା ସହ ଚେଙ୍କ ଦେଉଥିଲା ସ୍ତ୍ରୀ ! ନିର୍ଯାତନା ଅସହ୍ୟ ହେବାରୁ ଘର ଛାଡ଼ି ପଳାଇଲେ ଯୁବକ

253

ଯୌତୁକ ପାଇଁ ହେଉ କିମ୍ବା ଅନ୍ୟ କୌଣସି କାରଣ ପାଇଁ ହେଉ ମହିଳାମାନେ ଘରୋଇ ହିଂସାର ଶିକାର ହୁଅନ୍ତି । ଦିନକୁ ଦିନ ମହିଳାଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅତ୍ୟାଚାର ବଢ଼ିବାରେ ଲାଗିଛି । ପୁରୁଷ ପ୍ରଧାନ ସମାଜରେ ନାରୀମାନେ ପ୍ରତି ମୁହୂର୍ତ୍ତରେ ହିଂସାର ଶିକାର ହେଉଛନ୍ତି । ଘରୋଇ ହିଂସା ଏବଂ କର୍ମକ୍ଷେତ୍ରରେ ଯୌନ ଶୋଷଣ ସହ ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ପ୍ରତି ଅତ୍ୟାଚାର ଦିନକୁ ଦିନ ବଢିବାରେ ଲାଗିଛି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କେବଳ ମହିଳା ନୁହେଁ ପୁରୁଷମାନେ ମଧ୍ୟ ଘରୋଇ ହିଂସାର ଶିକାର ହୁଅନ୍ତି । ନିକଟରେ ଏପରି ଏକ ଖବର ଆସିଛି,ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଦିଲ୍ଲୀରେ ପୁଣି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ସ୍ୱାମୀର ମାସିକ ଆୟ କମ ଥିବାରୁ ସ୍ତ୍ରୀ ସ୍ୱାମୀକୁ ନିର୍ଯାତନା ଦେଉଥିଲା । ସେ ବିଷୟରେ ଖୁଲାସା ହେବା ପରେ ଏବେ ତାହା ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ପୀଡ଼ିତ ଜଣେ କମ୍ପ୍ୟୁଟର ଶିକ୍ଷକ ହୋଇଥିବା ବେଳେ ତାଙ୍କର ମାସିକ ଆୟ ଖୁବ୍‌ କମ୍‌ ଥିଲା । ଏହି କାରଣ ପାଇଁ ସ୍ତ୍ରୀ ନିଜ ମନ ମୁତାବକ କିଛି କାମ କରି ପାରୁ ନଥିଲେ । ୨୦୦୦ ମସିହାରେ ବିବାହ ହୋଇଥିବା ବେଳେ ବିବାହର କିଛି ବର୍ଷ ପରେ ସ୍ତ୍ରୀ ପୀଡ଼ିତଙ୍କ ଉପରେ ଅତ୍ୟାଚାର କରିବା ଆରମ୍ଭ କରିଥିଲେ ।

ଟଙ୍କା କମ ଥିବାରୁ ଖାଇବାକୁ ନ ଦେବା ସହ ମାଡ଼ ମାରୁଥିଲେ । ଏହା ସହ ପ୍ରତିବାଦ କରିବାରୁ ଚିମୁଟାରେ ଚେଙ୍କ ଦେବା ସହ ପେନ୍‌ରେ ଫୋଡ଼ୁଥିବା କଥା ପୀଡ଼ିତ ଜଣାଇଛନ୍ତି । ବାରମ୍ବାର ଏପରି ହେବାକୁ ପୀଡ଼ିତ କିଛି ବାଟ ନ ପାଇ ଘରୁ ଚାଲି ଆସିବା ସହ ୧୦ଦିନ ହେଲାଣି ସେ ଘରକୁ ଫେରି ନାହାନ୍ତି । ଘରକୁ ଫେରିବା ନାଁ ଧରିଲେ ସେ ଚମକି ପଡ଼ୁଥିବା ଦେଖାଯାଇଛି । ଘରୁ ଆସିବା ପରେ ତାଙ୍କ ଅବସ୍ଥା ଖରାପ ହେବାରୁ ନିଜ ପୂର୍ବ ଛାତ୍ରଙ୍କ ସହାୟତା ନେଇ ସେ ନିଜର ଚିକିତ୍ସା କରାଉଥିବା ଜଣାପଡ଼ିଛି ।

ପୀଡ଼ିତଙ୍କ କହିବା ଅନୁଯାୟୀ,ମାସକୁ ୩୫ହଜାର ଆୟ କରୁଥିଲେ ମଧ୍ୟ ତାଙ୍କ ସ୍ତ୍ରୀକୁ ଏହାକୁ କମ ଲାଗୁଥିଲା । ଦୁଇ ମାସ ପୂର୍ବରୁ ହଠାତ୍‌ ତାଙ୍କ ସ୍ତ୍ରୀ ତାଙ୍କ ଉପରେ ରାଗିବା ଆରମ୍ଭ କରିଥିଲେ । ଧିରେ ଧିରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହେବା ପରେ ତାଙ୍କ ସ୍ତ୍ରୀ ଖାଇବାକୁ ଦେବା ବନ୍ଦ କରିବା ସହ ମାଡ଼ ମାରିଥିଲେ । ଅକ୍ଟୋବର ୩୧ରେ ପରଠାରୁ ସେ ତାଙ୍କୁ ଚିମୁଟାରେ ଚେଙ୍କ ଦେବା ସହ ପେନ୍‌ରେ ତାଙ୍କ ଦେହକୁ ଫୋଡ଼ିବାକୁ ଲାଗିଥିଲେ । ପ୍ରତିଦିନ ଏପରି ହେବାରୁ ଘର ଛାଡ଼ିବାକୁ ବାଧ୍ୟ ହୋଇଥିଲେ ପୀଡ଼ିତ । ଏ ନେଇ ଅଭିଯୋଗ ହେବା ପରେ ଅଭିଯୁକ୍ତ ମହିଳାକୁ ଖୋଜିବା ଆରମ୍ଭ କରିଛି ପୁଲିସ ।