ସ୍ତ୍ରୀଙ୍କ ସହ ଝଗଡା ପଡିଲା ମହଙ୍ଗା ! ମହିଳା ଗିଳିଦେଲେ ୪ ଲକ୍ଷ ଟଙ୍କା

32

ସ୍ତ୍ରୀଙ୍କ ସହ ଝଗଡା ମହଙ୍ଗା ପଡିଲା । କଲମ୍ବିଆରେ ଏକ ଦମ୍ପତି ମଧ୍ୟରେ ଝଗଡା ହେବା ପରେ ସ୍ତ୍ରୀ ଘରେ ରଖା ହୋଇଥିବା ୭୦୦୦ ୟୁଏସ ଡଲାର ତଥା ପାଖାପାଖି ୪ ଲକ୍ଷ ଟଙ୍କା ଗିଳିଦେଲେ । କିନ୍ତୁ ଏପରି କରିବା ତାଙ୍କ ପାଇଁ ଭାରି ପଡିଗଲା । ନୋଟ ଚୋବାଇବା ପରେ ମହିଳାଙ୍କ ଦେହ ହଠାତ ଖରାପ ହୋଇଯାଇଥିଲା ।

ପ୍ରକୃତ କଥା ହେଲା ମହିଳା ଜଣକ ଅନେକ ଦିନ ହେଲା ସ୍ୱାମୀଙ୍କ ସହ ବୁଲି ଯିବାପାଇଁ ଚାହୁଁଥିଲେ । ଏଥିଯୋଗୁଁ ମହିଳା ଜଣକ ଟୁର ପାଇଁ ମାସ ମାସ ଧରି କିଛି ଟଙ୍ଗା ଜମା କରୁଥିଲେ । ଦୂରକୁ ବୁଲିଯିବା କଥା ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା ଓ ମହିଳା ଜଣକ ହଠାତ୍ ରାଗିଯାଇ ନୋଟକୁ ଉଠାଇ ଖାଇଗଲେ । କିନ୍ତୁ ନୋଟ ଗିଳିବା ପରେ ମହିଳାଙ୍କ ଅବସ୍ଥା ଗୁରତର ହୋଇଗଲା । ତୁରନ୍ତ ଅସ୍ତପୋଚାର ପରେ ଯାଇ ତାଙ୍କର ଜୀବନ ବଞ୍ଚିଲା ।
ସୌଜନ୍ୟ-ପତ୍ରିକା.କମ