ଦୀର୍ଘାୟୁ ହେବାକୁ ଚାହାନ୍ତି କି ? ଖାଆନ୍ତୁ ମାଛ

23

ନିକଟରେ ଏକ ଗବେଷଣାରରୁ ଜଣାପଡିଛି ଯେଉଁ ବ୍ୟକ୍ତି ସପ୍ତାହକୁ ଦୁଇଥର ମାଛ ଖାଆନ୍ତି ସେମାନଙ୍କ ଜୀବନ ୨ ବର୍ଷ ବଢିଯାଏ । ମାଛରେ ଥିିବା ଓମେଗା ୩ ଫ୍ୟାଟି ଏସିଡ ହୃଦଘାତରର ସମ୍ଭାବନାକୁ ୩୫% କମାଇ ଦେଇଥାଏ । ୱାସିଂଟନ ବିଶ୍ୱବିଦ୍ୟାଳୟର ଗବେଷକମାନେ ଆମେରିକାର ୬୫ ରୁ ଅଧିକ ବର୍ଷର ବୟସ୍କ ବ୍ୟକ୍ତିଙ୍କୁୁ ନେଇ ଏକ ଗବେଷଣା କରିଥିଲେ ।

ଅଧ୍ୟୟନରୁ ଜଣାପଡିଥିଲା ଯେଉଁମାନେ ନିୟମିତ ମାଛ ଖାଆନ୍ତି ସେମାନଙ୍କ ଠାରେ ଫ୍ୟାଟି ଏସିଡ ଦ୍ୱାରା ହାଇ ବ୍ଲଡ ଲେଭେଲ କାରଣରୁ ଦୁଇ ବର୍ଷ ଅଧିକ ବଞ୍ଚିବାର ସମ୍ଭାବନା ବଡିଯାଏ । ତେଣଉ ଯେଉଁମାନେ ଦୀର୍ଘ ଜୀବନ ବଞ୍ଚିବା ପାଇଁ ଚାହୁୁଁଛନ୍ତି ସେମାନେ ସପ୍ତାହରେ ଦୁଇ ଥର ମାଛ ଖାଇବା ଅଭ୍ୟାସ ଆରମ୍ଭ କରିଦେବା ଉଚିତ ବୋଲି ଗବେଷକ ମାନେ ପ୍ରକାଶ କରିଛନ୍ତି ।