କିପରି ନିର୍ଦ୍ଧାରିତ ହୋଇଥାଏ ପାସପୋର୍ଟର ରଙ୍ଗ ? ଜାଣନ୍ତୁ କେଉଁ ଦେଶ ପାଇଁ କେଉଁ ରଙ୍ଗର ପାସପୋର୍ଟ ହୋଇଥାଏ ବ୍ୟବହାର ।

67
ପାସପୋର୍ଟ ହେଉଛି ଏପରି ଏକ ଡକୁମେଣ୍ଟ ଯାହା ବିନା, ବିଦେଶ ଯାତ୍ରା କରିବା ଅସମ୍ଭବ ହୋଇଥାଏ । ନେପାଳ ଏବଂ ଭୂଟାନକୁ ଛାଡି ଅନ୍ୟ ଯେକୌଣସି ଦେଶକୁ ଯିବାକୁ ହେଲେ ପାସପୋର୍ଟ ବାଧ୍ୟତାମୂଳକ ଅଟେ । କିନ୍ତୁ ଆପଣ କେବେ ଭାବିଛନ୍ତି କି, ପାସପୋର୍ଟର ରଙ୍ଗ କିପରି ଧାର୍ଯ୍ୟ କରାଯାଇଥାଏ ? ତେବେ ଆସନ୍ତୁ ଜାଣିବା କେଉଁ ଦେଶ ପାଇଁ କେଉଁ ରଙ୍ଗର ପାସପୋର୍ଟ ବ୍ୟବହାର କରାଯାଇଥାଏ ।
ପ୍ରକୃତରେ କହିବାକୁ ଗଲେ ପ୍ରତିଟି ଦେଶକୁ ନିଜ ନିଜର ପାସପୋର୍ଟ ଚୟନ କରିବାର ସ୍ୱାଧୀନତା ଦିଆଯାଇଛି । କିନ୍ତୁ କୌଣସି ଦେଶ ନିଜ ନିଜର ପାସପୋର୍ଟ ଚୟନ କରିବା ପୂର୍ବରୁ କେତେକ ବିଶେଷ ତଥ୍ୟ ଉପରେ ଧ୍ୟାନ ଦେବାକୁ ପଡିଥାଏ । କେବଳ ସେତିକି ନୁହେଁ ପାସପୋର୍ଟ ରଙ୍ଗ ଚୟନ କରିବା ପାଇଁ ଆହୁରି ମଧ୍ୟ ଅନେକ କାରଣ ରହିଛି । ତେବେ ଜାଣନ୍ତୁ କେଉଁ ରଙ୍ଗର ପାସପୋର୍ଟର କଣ ବିଶେଷତ୍ତ୍ୱ ରହିଛି ।
ଲାଲ ପାସପୋର୍ଟ  :
କିଛି ଦେଶରେ ଯେଉଁଠି କମ୍ୟୁନିଟି ସରକାର ଅଛି ସେଠାର ପାସପୋର୍ଟର ରଙ୍ଗ ଲାଲ ଏବଂ ମେରୁନ ରଙ୍ଗର ହୋଇଥାଏ । ଯେପରିକି ଚୀନ୍ , ଋଷ, ସର୍ବିୟା, ରୋମାନିଆ, ପୋଲାଣ୍ଡ ଏବଂ ଜର୍ଜିଆ ଭଳି ଦେଶ ଗୁଡିକର ରଙ୍ଗ ଲାଲ ହୋଇଥାଏ । ଏହାକୁ ଛାଡି ୟୁରୋପୀୟ ୟୁନିୟନର ସଦସ୍ୟ ଦେଶ ମାନଙ୍କର ମଧ୍ୟ ପାସପୋର୍ଟର ରଙ୍ଗ ଲାଲ ହୋଇଥାଏ । ଏହା ସହିତ ଏନଡିଏନ୍ କମ୍ୟୁନିଟି ଦେଶ ବୋଲିବିୟା, କଲମ୍ବିଆ ଏବଂ ପେରୁ ଭଳି ଦେଶରେ ମଧ୍ୟ ପାସପୋର୍ଟର ରଙ୍ଗ ଲାଲ ହୋଇଥାଏ ।
ସବୁଜ ପାସପୋର୍ଟ :
ଦୁନିଆର ଅଧିକତମ ଇସଲାମିକ ଦେଶର ପାସପୋର୍ଟ ସବୁଜ ରଙ୍ଗର ହୋଇଥାଏ । ଏହାର କାରଣ ହେଉଛି ଇସଲାମିକ ଦେଶରେ ସବୁଜ ରଙ୍ଗର ବିଶେଷ ମହତ୍ୱ ରହିଛି । ଏହା ବ୍ୟତିତ ଫାସୋ, ନାଇଜେରିୟା, ନାଇଜର, ଆଇବରି ଏବଂ ସେନେଗଲ ଭଳି ଦେଶର ପାସପୋର୍ଟର ରଙ୍ଗ ମଧ୍ୟ ସବୁଜ ହୋଇଥାଏ ।
ନୀଳ ପାସପୋର୍ଟ :
ନୀଳ ରଙ୍ଗର ପାସପୋର୍ଟ ସାଧାରଣତଃ ଗଣତାନ୍ତ୍ରିକ ଦେଶ ଗୁଡିକରେ ହୋଇଥାଏ । ଦକ୍ଷିଣ ଆମେରିକାର ଦେଶ ବ୍ରାଜିଲ, ଆର୍ଜେଣ୍ଟିନା ଏବଂ ପାରାଗ୍ୱେ ଭଳି ଦେଶରେ ପାସପୋର୍ଟର ରଙ୍ଗ ନୀଳ ହୋଇଥାଏ ।
କଳା ପାସପୋର୍ଟ :
ଦୁନିଆର କେତେକ ଦେଶରେ କଳା ରଙ୍ଗର ପାସପୋର୍ଟ ବ୍ୟବହାର ହୋଇଥାଏ । ଯେଉଁଥିରେ ଅଂଗୋଲା, କଙ୍ଗୋ, ମଲାବୀ, ବୋସ୍ୱାନା, ଯାମ୍ବିଆ ଇତ୍ୟାଦି ସାମିଲ ରହିଛନ୍ତି ।
ଭାରତର ପାସପୋର୍ଟ :
ଭାରତରେ ସାଧାରଣତଃ ତିନିପ୍ରକରାର ପାସପୋର୍ଟ ବ୍ୟବହାର ହୋଇଥାଏ । ଯଥା, ଡିପ୍ଲୋମେଟିକ ପାସପୋର୍ଟ, ଅଫିସିଆଲ ପାସପୋର୍ଟ ଏବଂ ସାମାନ୍ୟ ପାସପୋର୍ଟ ।
ଡିପ୍ଲୋମେଟିକ ପାସପୋର୍ଟ :
ଏହି ପାସପୋର୍ଟ କୂଟନୈତିକ ଚାକିରିରେ ନିୟୋଜିତ ଥିବା ବ୍ୟକ୍ତି ମାନଙ୍କୁ ଦିଆଯାଇଥାଏ । ଏହି ପାସପୋର୍ଟର ରଙ୍ଗ ଲାଲ ହୋଇଥାଏ ।
ଅଫିସିଆଲ ପାସପୋର୍ଟ :
ଏହି ପାସପୋର୍ଟ ସରକାରୀ ଅଧିକାରୀ ମାନଙ୍କୁ ବିଦେଶ ଯାତ୍ରା କରିବା ପାଇଁ ଜାରି କରାଯାଇଥାଏ । ଏହି ପାସପୋର୍ଟର ରଙ୍ଗ ଧଳା ହୋଇଥାଏ ।
ସାମାନ୍ୟ ପାସପୋର୍ଟ :
ଏହି ପାସପୋର୍ଟ ଦେଶର ସାଧାରଣ ଲୋକ ବ୍ୟବହାର କରିପାରିବେ । ଏହାର ରଙ୍ଗ ନୀଳ ହୋଇଥାଏ ।