ପୁଣି ଗାୟବ ହୋଇଗଲେ କଂଗ୍ରେସ ଅଧ୍ୟକ୍ଷ ! ଦୁବାଇ ଗସ୍ତ ପରେ କେଉଁ ଆଡ଼େ ଗଲେ ରାହୁଲ ଗାନ୍ଧୀ ?

ଜାତୀୟ ଗଣମାଧ୍ୟମ ପ୍ରକାଶ କଲା ରିପୋର୍ଟ । ମେଂଟ ରାଜନୀତି ସରଗରମ ହେଉଥିବା ବେଳେ ରାହୁଲ ଗାନ୍ଧୀଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

310

କନକ ବ୍ୟୁରୋ : କେଉଁଠି ଅଛନ୍ତି ରାହୁଲ ଗାନ୍ଧୀ ? ପୁଣି ଗାୟବ ହୋଇଗଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ୧୧ ଜାନୁୟାରୀରେ ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା କରିବା ପରେ ଦୁବାଇ ଯାଇଥିଲେ ।  ଦୁବାଇ ଗସ୍ତ ପରେ କେଉଁ ଆଡ଼େ ଗଲେ କଂଗ୍ରେସ ଅଧ୍ୟକ୍ଷ ? ଜାନୁଆରୀ ୧୧ ତାରିଖ ଦୁବାଇରେ ପ୍ରବାସୀ ଭାରତୀୟଙ୍କୁ ଭେଟିବା ପରେ ରାହୁଲ ଗାନ୍ଧୀଙ୍କୁ ଆଉ ଦେଖିବାକୁ ମିଳିନଥିବା ଜାତୀୟ ଗଣମାଧ୍ୟମ ‘ଦ ପ୍ରିଂଟ୍’ ଉଲ୍ଲେଖ କରିଛି । କୋଲକାତାରେ ମମତା ବାନାର୍ଜିଙ୍କ ମୋଦି ବିରୋଧୀ ସମାବେଶରେ କଂଗ୍ରେସ ଅଧ୍ୟକ୍ଷ ଯୋଗ ନଦେବା ପରେ ପୁଣିଥରେ ଚର୍ଚ୍ଚାକୁ ଚାଲିଆସିଛି ରାହୁଲ ଗାନ୍ଧୀଙ୍କ ଅନୁପସ୍ଥିତି । ୨୦୧୯ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ବିଜେପି ପାଇଁ ପ୍ରଚାର ଆରମ୍ଭ କରିସାରିଥିବା ବେଳେ ରାହୁଲଙ୍କ ଅନୁପସ୍ଥିତି ଯୋଗୁ କଂଗ୍ରେସର କିଛି ନେତା ଅସନ୍ତୁଷ୍ଟ ଥିବା ‘ପ୍ରିଂଟ୍’ ଉଲ୍ଲେଖ କରିଛି ।

ସେହିପରି କିଛି ନେତା ରାହୁଲ ୟୁରୋପରେ ଥିବା କହିଛନ୍ତି । ଆଉ କିଛି ନେତା ରାହୁଲ ଗାନ୍ଧୀଙ୍କ ଗସ୍ତ ବିଷୟରେ ଅବଗତ ନାହାନ୍ତି । ବିଗତ ଦିନରେ ବିଭିନ୍ନ ଆଲୋଚନା ପରେ ରାହୁଲ ଗାନ୍ଧୀ ନିଜ ଗସ୍ତ ବିଷୟରେ ଟ୍ୱିଟର ହ୍ୟାଣ୍ଡେଲରେ ଘୋଷଣା କରୁଥିଲେ । ତେବେ ଏହି ନୂଆ ଯାତ୍ରାଙ୍କୁ କିନ୍ତୁ ବ୍ୟକ୍ତିଗତ ରଖିଛନ୍ତି ରାହୁଲ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିଦେଶ ଭ୍ରମଣକୁ ବିଜେପି ସବୁବେଳେ ନନ୍ ସିରିୟସ୍ ଲିଡର୍ ଭାବେ ସମାଲୋଚନା କରିଆସୁଥିବା ବେଳେ ରାହୁଲଙ୍କ ଅନୁପସ୍ଥିତି ବିଜେପିକୁ ପୁଣି ସୁହାଇବା ‘ଦ ପ୍ରିଂଟ୍’ ଉଲ୍ଲେଖ କରିଛି ।