ମନ୍ଦିରର ଚଟାଣ ସ୍ପର୍ଶ କଲେ ହୁଅନ୍ତି ଗର୍ଭବତୀ : ଜାଣନ୍ତୁ ହିମାଚଳ ପ୍ରଦେଶର ପ୍ରସିଦ୍ଧ ମା’ “ସିମସା”ଙ୍କ ମହତ୍ତ୍ୱ

38

ସନ୍ତାନ ଜନ୍ମ କରିବା ହିଁ ଏକ ସ୍ତ୍ରୀ ପାଇଁ ସବୁଠାରୁ ଖୁସିର କଥା । ପିଲାଜନ୍ମ ପରେ ହିଁ ଜଣେ ମା ନିଜକୁ ସଂପୂର୍ଣ୍ଣ ଅନୁଭବ କରିଥିାଏ । ସନ୍ତାନ ନହେବାର ଦୁଃଖ କେବଳ ସେଇମାନେ ଅନୁଭବ କରିପାରନ୍ତି ଯାହା ପାଖରେ ପିଲାଟିଏ ନଥାଏ । ସନ୍ତାନ ଅଶାରେ ଲୋକ ଅନେକ ପ୍ରକାର ଉୟାୟ ମଧ୍ୟ କରିଥାଆନ୍ତି ତଥାପି ଅନେକ ଲୋକଙ୍କୁ ସନ୍ତାନ ସୁଖ ମିଳିପାରେନି ।

କିନ୍ତୁ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଭାରତ ବର୍ଷରେ ଏପରି ଏକ ମନ୍ଦିର ଅଛି ଯେଉଁଠିକି ଗଲେ ମିଳିଯାଏ ସନ୍ତାନ ସୁଖ । ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାର ସିମସ ଗାଁ’ରେ ଅଛି ମା’ “ସିମସା”ଙ୍କ ମନ୍ଦିର । ମା’ “ସିମସା”ଙ୍କ ଆଶିର୍ବାଦରୁ ସନ୍ତାନ ସୁଖ ମିଳୁଥିବାରୁ ଏହି ମନ୍ଦିର ବହୁତ ପ୍ରସିଦ୍ଧ ।

ଏଇ ମନ୍ଦିରରର ମହତ୍ତ୍ୱ ହେଲା ମନ୍ଦିରର ଚଟାଣ ସ୍ପର୍ଶ କଲେ ହିଁ ମହିଳାମାନେ ସନ୍ତାନକ୍ଷମ ହୋଇ ଯାଆନ୍ତି । ଶୁଣାଯାଏ ନିଜେ ଦେବୀ ମା’ ଭକ୍ତଙ୍କ ସ୍ୱପ୍ନରେ ଆସି ସେମାନଙ୍କୁ ଆଶିର୍ବାଦ ଦିଅନ୍ତି । ଏଥିପାଇଁ ଦୂରଦୁରାନ୍ତରରୁ ସନ୍ତାନ ପାଇଁ ମହିଳାମାନେ ଏଠାକୁ ଆସନ୍ତି । ଏହି ମନ୍ଦିିର “ସନ୍ତାନଦାତ୍ରୀ” ନାମରେ ମଧ୍ୟ ପ୍ରସିଦ୍ଧ । ଏଠାରେ ମହିଳା ଭକ୍ତମାନେ ମା ସିମସାଙ୍କୁ ସ୍ୱପ୍ନରେ ଦେଖିବା ପାଇଁ ଉତ୍ସବ ପାଳନ କରନ୍ତି ।

ଏହି ଉତ୍ସବ ସମୟରେ ମହିଳା ଭକ୍ତମାନେ ମା’ଙ୍କୁ ସ୍ୱପ୍ନରେ ଦେଖିବାପାଇଁ ଦିନ ରାତି ମନ୍ଦିରର ଚଟାଣରେ ଶୋଇଥାଆନ୍ତି । କୁହାଯାଏ ଏପରି କଲେ ମା ତାଙ୍କୁ ବରଦାନ କରନ୍ତି ଓ ସେମାନେ ଶ୍ରୀଘ୍ର ଗର୍ଭବତୀ ହୋଇ ଥାଆନ୍ତି । ବିିଶ୍ୱାସ ରହିଛି ସ୍ୱପ୍ନରେ ମା’ ସିମସା ଯାହାକୁ ଫଳ ଦିଅନ୍ତି ସେହି ମହିଳାଙ୍କୁ ସନ୍ତାନ ପ୍ରାପ୍ତି ହୋଇଥାଏ ।