ଚୀନର ନୂଆ ଚାଲ, ଟାର୍ଗେଟରେ ଭାରତୀୟ ହ୍ୱାଟସଆପ ୟୁଜର୍ସ! ଜାଣନ୍ତୁ କେଉଁ ନିର୍ଦ୍ଦିଷ୍ଟ ନମ୍ବରରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଲା ଭାରତୀୟ ସେନା

44

କନକ ବ୍ୟୁରୋ : ଆପଣଙ୍କ ହ୍ୱାଟ୍ସଆପ ଆକାଉଣ୍ଟକୁ ହ୍ୟାକ୍ କରିପାରନ୍ତି ଚାଇନିଜ୍ ହ୍ୟାକର୍ । ଭାରତୀୟ ସେନା ଏନେଇ ଜାରି କରିଛି ସତର୍କ ସୂଚନା । ଚାଇନିଜ୍ ହ୍ୟାକର୍ ଭାରତୀୟଙ୍କ ହ୍ୱାଟ୍ସ ଆପ୍ ଆକାଉଁଟ୍ ଉପରେ ନଜର ରଖିଥିବା ସେନା ପକ୍ଷରୁ କୁହାଯାଇଛି । ଏନେଇ ସେନା ନିଜ ଟ୍ୱିଟର ଆକାଉଁଟରେ ଏକ ଭିଡ଼ିଓ ଜାରି କରିବା ସହ ସତର୍କ ରହିବାକୁ କହିଛି ।

ଭାରତୀୟ ସେନା ଜାରି କରିଛି ସତର୍କ ସୂଚନା । ଯେଉଁଥିରେ ଚୀନ ହ୍ୟାକର୍ ଭାରତୀୟଙ୍କ ହ୍ୱାଟ୍ସ ଆପ୍ ଆକାଉଣ୍ଟ ଉପରେ ନଜର ରଖିଥିବା ସେନା କହିଛି । ଏନେଇ ସେନା ଏକ ଭିଡ଼ିଓ ଜାରି କରିବା ସହ ସତର୍କତା ଅବଲମ୍ବନ କରିବାକୁ କହିଛି । ଭାରତୀୟ ଡିଜିଟାଲ୍ ୱାର୍ଲ୍ଡ ଭିତରକୁ ପ୍ରବେଶ କରିବାକୁ ଚୀନ ହ୍ୟାକର୍ ଅହରହ ଚେଷ୍ଟା କରୁଥିବା ସେନା ପକ୍ଷରୁ କୁହାଯାଇଛି । ଏଥିପାଇଁ ହ୍ୱାଟ୍ସ ଆପ୍ ଗ୍ରୁପ୍ ଜରିଆରେ ଆକାଉଣ୍ଟ ହ୍ୟାକ୍ କୌଶଳକୁ ହ୍ୟାକର୍ ଆପଣାଉଥିବା ସେନାର ସତର୍କ ସୂଚନାରେ କୁହାଯାଇଛି ।
ଚୀନ ହ୍ୟାକରଙ୍କଠୁ କିଭଳି ରହିବେ ସତର୍କ ?

କିପରି ବର୍ତିବେ ହ୍ୱାଟ୍ସ ଆପ୍ ହ୍ୟାକିଂରୁ ? ଏନେଇ କିଛି ସୂଚନା ମଧ୍ୟ ଦେଇଛି ଭାରତୀୟ ସେନା ।

• ‘+୮୬’ ନମ୍ବର ଜରିଆରେ ହ୍ୟାକିଂ ପାଇଁ ଉଦ୍ୟମ କରୁଛନ୍ତି ହ୍ୟାକର୍ ।
• ହ୍ୱାଟ୍ସ ଆପ୍ ଗ୍ରୁପକୁ ପ୍ରଥମେ ପ୍ରବେଶ କରୁଛନ୍ତି ହ୍ୟାକର ।
• ହ୍ୱାଟ୍ସ ଆପ୍ର କୌଣସି ଗ୍ରୁପରେ +୮୬ ନମ୍ବର ଥିଲେ ଦୂରେଇ ରୁହନ୍ତୁ ।
• ଗ୍ରୁପର ଅନ୍ୟ ସଦସ୍ୟଙ୍କ କଣ୍ଟାକ୍ଟ ନମ୍ବର ସେଭ ରଖନ୍ତୁ ।
• ନିଜ ନମ୍ବର ପରିବର୍ତନ କଲେ ଗ୍ରୁପ ଆଡମିନଙ୍କୁ ଜଣାନ୍ତୁ ।
• ଅଚିହ୍ନା ଗ୍ରୁପରେ ସଦସ୍ୟ ରୁହନ୍ତୁ ନାହିଁ ।
• ଗ୍ରୁପରେ ଅନ୍ ନୋନ୍ ବା ଅଜଣା ନମ୍ବର ଥିଲେ ତୁରନ୍ତ ଯାଂଚ କରନ୍ତୁ ।

ଭାରତୀୟଙ୍କ ବ୍ୟକ୍ତିଗତ ଗୋପନୀୟ ତଥ୍ୟ ଲିକ ପାଇଁ ଚୀନ ହ୍ୟାକର୍ ଯୋଜନା କରୁ ଥିବା ଜଣାପଡ଼ିଛି । ହ୍ୟାକରଙ୍କ ଟାର୍ଗେଟରେ ଗୁଇନ୍ଦା ଓ ପୁଲିସ୍ ବିଭାଗ ଥିବା ମଧ୍ୟ ଜଣା ପଡ଼ିଛି । ଅନ୍ୟପଟେ ଭାରତର ସାମ୍ପ୍ରତିକ ସ୍ଥିତି ଜାଣିବାକୁ ଚୀନ ଏଭଳି ଷଡ଼ଯନ୍ତ୍ର ରଚିବା ବିଶେଷଜ୍ଞ କହିଛନ୍ତି । ତେବେ ସାବଧାନ ରହିଲେ ବର୍ତିହେବ ସାଇବର ହମଲାରୁ ।