କେନ୍ଦ୍ର ସରକାରଙ୍କ ତାଗିଦ ପରେ ପଦକ୍ଷେପ ନେଲା ହ୍ୱାଟ୍ସଆପ୍ : ଲୋକଙ୍କୁ ସଚେତନ କରିବା ପାଇଁ ପ୍ରକାଶ କଲା ବିଜ୍ଞାପନ, ୟୁଜରଙ୍କ ଉଦ୍ଦେଶ୍ୟରେ ଦେଲା ଟିପ୍ସ

43

କନକ ବ୍ୟୁରୋ : ଦେଶରେ ଗୁଜବକୁ ନେଇ ବୃଦ୍ଧି ପାଉଥିବା ଆକ୍ରମଣ ଘଟଣାରେ କେନ୍ଦ୍ରସରକାରଙ୍କ ନୋଟିସ ପରେ ତତ୍ପରତା ଦେଖାଇଛି ହ୍ୱାଟ୍ସଆପ୍ । ଲୋକଙ୍କୁ ସଚେତନ କରିବା ପାଇଁ ଖବର କାଗଜରେ ହ୍ୱାଟ୍ସଆପ୍ ପକ୍ଷରୁ ଏକ ବିଜ୍ଞାପନ ଦିଆଯାଇଛି । ମଙ୍ଗଳବାର ଦିନ ଖବର କାଗଜରେ ଦିଆଯାଇଥିବା ବିଜ୍ଞାପନରେ ହ୍ୱାଟ୍ସଆପରେ ଦିଆଯାଉଥିବା ଫେକ୍ ଗୁଜବରୁ ବର୍ତ୍ତିବା ଉଦ୍ଦେଶ୍ୟରେ ୟୁଜରଙ୍କ ପାଇଁ କିଛି ଟିପ୍ସ ଦିଆଯାଇଛି । ଏହାସହ ଆଗାମୀ ଦିନରେ କିଛି ନୂଆ ଫିଚର ଆଣିବାକୁ ପ୍ରତିଶୃତି ଦେଇଛି କମ୍ପାନୀ । ଯାହାଫଳରେ କେଉଁଟି ଫେକ୍ ମେସେଜ ବୋଲି ଜାଣିହେବ । କିଛି ଦିନ ପୂର୍ବରୁ କେନ୍ଦ୍ର ସରକାର କମ୍ପାନୀକୁ ଫେକ୍ ମେସେଜ ଉପରେ ରୋକ ଲଗାଇବାକୁ ପଦକ୍ଷେପ ନେବା ପାଇଁ ତାଗିତ୍ କରିବା ସହ ନିର୍ଦ୍ଦେଶ ଦେଇଥିଲେ । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହି ଟିପ୍ସ ଗୁଡିକ ।

source : HuffPost India

ଆପଣ ହ୍ୱାଟ୍ସଅପ୍ ବ୍ୟବହାର କରୁଛନ୍ତି କି ? ଯଦି ହଁ ତେବେ କଣ ସବୁ ସତର୍କତା ଅବଲମ୍ବନ କରନ୍ତୁ ଓ ଏହି ଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ

୧- ଫରୱାର୍ଡ ମେସେଜରୁ ରୁହନ୍ତୁ ସାବଧାନ୍

୨- ଯେଉଁ ତଥ୍ୟ ଆପଣଙ୍କୁ ବିବ୍ରତ କରୁଛି ତା’ ଉପରେ ପ୍ରଶ୍ନ ଉଠାନ୍ତୁ

୩- ଯେଉଁ ତଥ୍ୟ ଉପରେ ବିଶ୍ୱାସ କରିହେଉ ନାହିଁ ତାହାର ତଦନ୍ତ କରନ୍ତୁ

୪- ଏଭଳି ମେସେଜ ଠାରୁ ଦୂରେଇ ରୁହନ୍ତୁ ଯାହା ଆପଣଙ୍କୁ ଅଲଗା ଲାଗୁଛି

୫- ବାର୍ତ୍ତାରେ ଥିବା ଫଟୋକୁ ଧ୍ୟାନରେ ଦେଖନ୍ତୁ

୬- ଫରୱାର୍ଡ ମେସେଜର ଲିଙ୍କକୁ ମଧ୍ୟ ଯାଂଚ କରନ୍ତୁ

୭- ଘଟଣାର ସତ୍ୟତା ଜାଣିବା ପାଇଁ ବିଭିନ୍ନ ସାଇଟକୁ ଫଲୋ କରନ୍ତୁ

୮- ଖବର ବୁଝିସୁଝି ସେୟାର କରନ୍ତୁ

୯- ନିଜ ହ୍ୱାଟ୍ସଅପ୍ ଉପରେ ନିଜେ ନିୟନ୍ତ୍ରଣ ରଖନ୍ତୁ

୧୦- ସଂପ୍ରସାରିତ ମିଥ୍ୟା ଖବର ଉପରେ ଧ୍ୟାନ ଦିଅନ୍ତୁ