ଉପବାସ ରଖିଲେ ସତର୍କତା ଅବଲମ୍ବନ କରନ୍ତୁ : ଉପବାସ ବ୍ରତ ଭାଙ୍ଗିବା ପରେ କ’ଣ ଖାଇବା ଉଚିତ୍ କ’ଣ ନାହିଁ ? ଜାଣି ନିଅନ୍ତୁ

84

ଏବେ ନବରାତ୍ରି ଚାଲିଛି। ଏହି ସମୟରେ କ’ଣ କରିବା ଉଚିତ ଓ କିଭଳି ସତର୍କତା ଅବଲମ୍ବନ କରିବା ଉଚିତ, ବିଶେଷ କରି ଉପବାସ ବ୍ରତ ଭାଙ୍ଗିବା ସମୟରେ କେଉଁସବୁ ବିଷୟ ପ୍ରତି ଧ୍ୟାନ ଦେବା କଥା ତାହା ଜାଣି ରଖନ୍ତୁ।

ଓଭର ଡାଏଟିଂରୁ ଦୂରେଇ ରହନ୍ତୁ : ଉପବାସ ବ୍ରତ ଭାଙ୍ଗିବା ସମୟରେ କେତେକ ଲୋକ ପେଟପୁରା ଭୋଜନ ଗ୍ରହଣ କରିଥା’ନ୍ତି। କିନ୍ତୁ ଏହା ଠିକ୍ ନୁହେଁ । ଅତ୍ୟଧିକ ଭୋଜନରୁ ଦୂରେଇ ରହନ୍ତୁ।ଘଣ୍ଟା ଘଣ୍ଟା ଧରି ଖାଲି ପେଟରେ ରହିବା ପରେ ହଠାତ୍ ବେଶୀ ଭୋଜନ କରିବା ଠିକ୍ ନୁହେଁ। କାରଣ ଏହା ଫଳରେ ପେଟରେ ଯନ୍ତ୍ରଣା ଅନୁଭୂତ ହୋଇପାରେ ।ଏପରିକି ହଜମ କ୍ରିୟାରେ ମଧ୍ୟ ସମସ୍ୟା ଦେଖା ଦେଇପାରେ।

ପାଣି ପିଅନ୍ତୁ : ଦୀର୍ଘ ସମୟ ଧରି ଖାଲି ପେଟ ରହିବା ପରେ କେବଳ ଏକ ଗ୍ଲାସ ପାଣି ପିଇବା ଠିକ୍। ଏହାଦ୍ୱାରା ହଜମ କ୍ରିୟା ସନ୍ତୁଳିତ ହୋଇଥାଏ।

ଜୁସ୍ ପିଅନ୍ତୁ : ଆପଣ ଲେମ୍ବୁ ସରବତ,ଲସି,ପଇଡ ପାଣି ଓ ମୌସୁମୀ ଜୁସ୍ ମଧ୍ୟ ପିଇପାରନ୍ତି।

ପ୍ରୋଟିନ ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ : ଉପବାସ ବ୍ରତ ପରେ ପ୍ରୋଟିନଯୁକ୍ତ ଖାଦ୍ୟ ଗ୍ରହଣ କରିବା ଉଚିତ। ଏଥିପାଇଁ ଆପଣ ମଝିରେ ମଝିରେ ପନିର ତରକାରୀ ଓ ଅଙ୍କୁରିତ ଖାଦ୍ୟ ଗ୍ରହଣ କରିବା ଉଚିତ।

ମସଲାଯୁକ୍ତ ଖାଦ୍ୟଠୁ ଦୂରେଇ ରହନ୍ତୁ : ଉପବାସ ପରେ ତେଲ-ମସଲାଯୁକ୍ତ ଖାଦ୍ୟଠୁ ଦୂରେଇ ରହିବା ଭଲ।

ହାଲୁକା ଖାଦ୍ୟ ଖାଆନ୍ତୁ : ଯେତେବେଳେ ଆପଣ ଉପବାସ ବ୍ରତ ତ୍ୟାଗ କରିବାକୁ ଯାଉଛନ୍ତି, ସେତେବେଳେ କେବଳ ହାଲୁକା ଖାଦ୍ୟ ଖାଆନ୍ତୁ, ଯାହା ସହଜରେ ହଜମ ହୋଇପାରିବ।