ଅନଲାଇନ ଟଙ୍କା ଟ୍ରାନ୍ସଫର ବେଳେ ହୋଇଯାଇଛି କି ଭୁଲ୍ ? ତେବେ ଏଠାରେ କରନ୍ତୁ ମାତ୍ର ଗୋଟିଏ ଅଭିଯୋଗ, ତୁରନ୍ତ ଫେରି ପାଇବେ ସମସ୍ତ ଟଙ୍କା

286

ଆଜିର ଦିନରେ ଆମର ଦୈନନ୍ଦିନ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଯାଇଛି ଟେକନିକ ଆଉ ଏଥି ମଧ୍ୟରୁ ସବୁଠାରୁ ଖାସ୍ ସ୍ଥାନ ଅଳଙ୍କୃତ କରିଛି ବ୍ୟାଙ୍କିଂ ବ୍ୟବସ୍ଥା । ଯେଉଁଥିରେ ମୋବାଇଲ ବ୍ୟାଙ୍କିଂ କିମ୍ବା ଅନଲାଇନ ବ୍ୟାଙ୍କିଂ ଆଦି ସାମିଲ । ଆଜିର ଦିନରେ ଆମେ ଡିଜିଟାଲ ୱାଲେଟ୍, ଏନଇଏଫଟି ବା ଆରଡିଜିଏସ, ୟୁପିଆଇ, ଗୁଗୁଲ ପେ, ଭିମ ଆପ ଏବଂ ଅନ୍ୟ ସେବାଗୁଡିକ ଜରିଆରେ ଅତି ସହଜରେ ଟଙ୍କା କାରବାର କରିପାରୁଛେ । ଯାହା ଦ୍ୱାରା ଆମେ ମୁହୂର୍ତ୍ତକ ମଧ୍ୟରେ କୌଣସି ବି ବ୍ୟାଙ୍କ ଖାତାକୁ ଟଙ୍କା ଟ୍ରାନ୍ସଫର କରିପାରୁଛେ ।

ସେହିପରି ଅନଲାଇନ ଟଙ୍କା କାରବାର ତଥା ଟ୍ରାନ୍ସଫର ଦ୍ୱାରା ରିୟଲ ଟାଇମରେ କୌଣସି ବି ଆକାଉଂଟକୁ ଟଙ୍କା ପଠାଇବା କାମ ଅତି ସହଜ ଏବଂ ଖୁବ୍ କମ ସମୟରେ ହୋଇପାରୁଛି । ହେଲେ ଏହି ସୁବିଧା ଯେତିକି ସରଳ ସେତିକି ମଧ୍ୟ ବିପଦପୂର୍ଣ୍ଣ ଅଟେ । କାହିଁକି ନା ଆପଣଙ୍କର ସାମାନ୍ୟତମ ଭୁଲ ପାଇଁ ଆପଣଙ୍କ ଟଙ୍କା ଅନ୍ୟ କାହା ଆକାଉଂଟକୁ ଚାଲିଯିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଆସନ୍ତୁ ଜାଣିବା ଯଦି ଟଙ୍କା ଟ୍ରାନ୍ସଫର କରିବା ସମୟରେ ଭୁଲ ବଶତଃ ଅନ୍ୟ କାହା ଖାତାକୁ ଆପଣଙ୍କ ଟଙ୍କା ଚାଲିଯାଏ ତେବେ ଏଭଳି ପରିସ୍ଥିତିରେ କଣ କରିବା ଉଚିତ ।

ଅନଲାଇନ ଟଙ୍କା ଟ୍ରାନ୍ସଫର କରିବାର ପ୍ରକ୍ରିୟା

ଯଦି ଆପଣଙ୍କ କୌଣସି ବ୍ୟାଙ୍କରେ ନେଟ୍ ବ୍ୟାଙ୍କିଂ ତଥା ବ୍ୟାଙ୍କ ଇଂଟରନେଟରେ ଖାତା ରହିଛି ତେବେ ଆପଣ ଅନଲାଇନ ଏନଇଏଫଟି ଏବଂ ଆରଜିଏଫଟି ଅନୁସାରେ ଟଙ୍କା ଟ୍ରାନ୍ସଫର କରିପାରିବେ । ଏଥିପାଇଁ ବ୍ୟାଙ୍କ ଦ୍ୱାରା ମିଳିଥିବା ଉଭୟ ପାସଓାର୍ଡ ଏବଂ ୟୁଜରନେମକୁ ଅନଲାଇନ ବ୍ୟାଙ୍କିଂ ପ୍ରଣାଳୀରେ ପକାଇ ଲଗଇନ କରନ୍ତୁ । ଏହାପରେ ଥାର୍ଡପାର୍ଟି କିମ୍ବା ସେମ ବ୍ୟାଙ୍କ ଆକାଉଂଟ ହୋଲଡରର ବିଳଳ୍ପକୁ ଯାଇ , ଯେଉଁ ଆକାଉଂଟକୁ ଟଙ୍କା ପଠାଇବାର ଅଛି ତାର ଡିଟେଲ ଭରନ୍ତୁ । ପାଖାପାଖି ୧୦ରୁ ୧୨ ଘଂଟା ଭିତରେ ବ୍ୟାଙ୍କ ଭେରିଫାଏ କରି ଆପଣଙ୍କ ଖାତାକୁ ସମ୍ବନ୍ଧିତ ଖାତାରେ ଲିଙ୍କ କରିଦେଇଥାଏ । ଅଧିକାଂଶ ସମୟରେ ଆପଣ ଆକାଉଂଟ ନମ୍ବର ଭରିବାରେ ଭୁଲ କରିଦେଇଥାନ୍ତି । ତେବେ ବ୍ୟାଙ୍କ ତରଫରୁ ଯେଉଁ ଖାତାରେ ଟଙ୍କା ପଠାଇବାର ଅଛି ତାର ରେଜିଷ୍ଟ୍ରେସନ କରିବା ପାଇଁ ଦୁଇ ଥର ଖାତା ସଂଖ।। ଭରିବାକୁ କୁହାଯାଇଥାଏ ।

ଯଦି କୌଣସି ସଂଖ୍ୟା ଭୁଲ ରହିଛି ତେବେ ବ୍ୟାଙ୍କ ଏହାକୁ ରିଜେକ୍ଟ କରିଦେଇଥାଏ । ଅଧିକାଂଶ ସମୟରେ ଦୁଇ ଥର ଯାକ ଆକାଉଂଟ ନମ୍ବର ଦେବା ସମୟରେ ଆପଣ କୌଣସି ଅଙ୍କ ଏପଟସେପଟ କରିଦିଅନ୍ତି ତେବେ ଅନ୍ୟ କୌଣସି ବ୍ୟକ୍ତିଙ୍କ ଖାତା ଆପଣଙ୍କ ଆକାଉଂଟ ସହ ଯୋଡି ହୋଇଯାଇଥାଏ । ଏଭଳି ପରିସ୍ଥିତିରେ ଭୁଲ ତଥା ଅଜଣା ବ୍ୟକ୍ତିଙ୍କ ଖାତାକୁ ଆପଣଙ୍କର ଟଙ୍କା ଟ୍ରାନ୍ସଫର ହୋଇପାରେ । ଖାତା ଯୋଡିବା ପରେ ଆପଣ କେବେ ବି ସମ୍ବନ୍ଧିତ ଖାତାରେ ଟଙ୍କା ଟ୍ରାନ୍ସଫର କରିପାରିବେ । ସେହିପରି ଅନଲାଇନ ଟଙ୍କା ଟ୍ରାନ୍ସଫର କରିବାରେ ଆମାଉଂଟ ବି ଆପଣଙ୍କୁ ଭରିବାକୁ ପଡିଥାଏ । ଅଧିକାଂଶ ସମୟରେ ଦେଖିବାକୁ ମିଳିଥାଏ କି ଏହି ଆମାଉଂଟ ଭରିବାରେ ଭୁଲ ହୋଇଯାଇଥାଏ । ଏହାକୁ ସମାଧାନ ପାଇଁ ଏହି ଉପାୟ କରିପାରିବେ ।

ତୁରନ୍ତ ବ୍ୟାଙ୍କ ସହ ଯୋଗାଯୋଗ କରନ୍ତୁ

ଏଭଳି ପରିସ୍ଥିତିରେ ଆପଣଙ୍କୁ ସର୍ବପ୍ରଥମେ ଆପଣଙ୍କ ବ୍ୟାଙ୍କକୁ ଏକ ମେଲ ଜରିଆରେ ସୂଚନା ଦେବାକୁ ହେବ । କିମ୍ବା ଆପଣ ଫୋନ କରି ମଧ୍ୟ ଏସଂପର୍କରେ ଜଣାଇପାରିବେ । ଏହାପରେ ଆପଣ ବ୍ରାଂଚ ମ୍ୟାନେଜରରୁ ବ୍ୟକ୍ତିଗତ ଭାବରେ ଭେଟି ଘଟଣା ସଂପର୍କରେ ଜଣାଇପାରିବେ । ଯଦି କୌଣସି ପରିସ୍ଥିତିରେ ଆପଣଙ୍କର ଟଙ୍କା ଅନ୍ୟ କୌଣସି ବ୍ୟକ୍ତିଙ୍କ ଖାତାକୁ ଚାଲିଯାଏ ତେବେ ଏଭଳି ପରିସ୍ଥିତିରେ କେବଳ ସେହି ବ୍ୟାଙ୍କ ବା ଶାଖା ଏହି ସମସ୍ୟାର ସମାଧାନ କରିପାରିବେ । ଏଭଳି ପରିସ୍ଥିତିରେ ସର୍ବପ୍ରଥମେ ନିଜ ବ୍ୟାଙ୍କକୁ ସୂଚନା ଦେବା ଉଚିତ । ଏଥିସହିତ ହିଁ ଆପଣଙ୍କୁ ବ୍ୟାଙ୍କକୁ ଟଙ୍କା ପଠାଇବାର ଦିନ, ତାରିଖ, ପଠାଇବାର ସମୟ, ନିଜ ଆକାଉଂଟ ନମ୍ବର ଏବଂ ଟଙ୍କା ପାଇଥିବା ଆକାଉଂଟ ନମ୍ବର ସଂପର୍କରେ ଜଣାଇବାକୁ ହେବ । ଏଥିସହିତ ହିଁ ଯଦି ଆପଣ ଟଙ୍କା ସକସେସଫୁଲି ଟ୍ରାନ୍ସଫର ହେବାର ଏକ ସ୍କ୍ରିନସର୍ଟ ରଖିଛନ୍ତି ତେବେ ତାକୁ ମଧ୍ୟ ଦେଖାଇ ପାରିବେ ।

ଅଭିଯୋଗ କରନ୍ତୁ

ଏଭଳି ପରିସ୍ଥିତିରେ ଉକ୍ତ ବ୍ରାଂଚରେ ଅଭିଯୋଗ କରନ୍ତୁ , ଯେଉଁଠିକୁ ଆପଣ ଭୁଲବଶତଃ ଟଙ୍କା ଟ୍ରାନ୍ସଫର କରିଦେଇଛନ୍ତି । କାରଣ କୌଣସି ବି ବ୍ୟାଙ୍କ ନିଜର ଗ୍ରାହକଙ୍କ ଖାତାରୁ ଟଙ୍କା ସେ ପର୍ଯ୍ୟନ୍ତ ବାହାର କରିପାରିବ ନାହିଁ ଯେବର୍ଯ୍ୟନ୍ତ ଉକ୍ତ ଗ୍ରାହକଙ୍କଠାରୁ ଅନୁମତି ନମିଳିଛି । ସେହିପରି ବ୍ୟାଙ୍କ ନିଜ ଗ୍ରାହକଙ୍କର ତଥ୍ୟ ଅନ୍ୟ କାହା ସହ ସେୟାର କରିପାରିବ ନାହିଁ । ଏଥିପାଇଁ ଯଦି ଆପଣ ସମ୍ବନ୍ଧିତ ବ୍ୟାଙ୍କ କିମ୍ବା ବ୍ରାଂଚରେ ଅଭିଯୋଗ କରନ୍ତି ତେବେ ଏଭଳି ପରିସ୍ଥିତିରେ ବ୍ୟାଙ୍କ ଗ୍ରାହକଙ୍କର ଚିହ୍ନଟ କରି ତାଙ୍କୁ ଉକ୍ତ ଟଙ୍କା ଫେରାଇବାକୁ କହିବ । ଯାହା ତାଙ୍କ ଖାତାକୁ ଭୁଲବଶତଃ ଚାଲିଯାଇଛି ।

ବିପରୀତ ପରିସ୍ଥିତିରେ ଲିଗାଲ ଆକ୍ସନ ସହାୟତା କରିଥାଏ

କିଛି ପରିସ୍ଥିତିରେ ବ୍ୟାଙ୍କ ତରଫରୁ କୁହାଯିବା ପରେ ବି ଭୁଲବଶତଃ ଟଙ୍କା ପାଇଥିବା ବ୍ୟକ୍ତି ଟଙ୍କା ଫେରାଇବାକୁ ରାଜି ହୋଇନଥାନ୍ତି । ହେଲେ ଯଦି କୌଣସି ପରିସ୍ଥିତିରେ ଟଙ୍କା ପାଇଥିବା ବ୍ୟକ୍ତି ଯଦି ଏଭଳି କରନ୍ତି ତେବେ ବ୍ୟାଙ୍କ ଲିଗାଲ ଆକ୍ସନ ନେଇ ଆକାଉଂଟ ହୋଲଡରଙ୍କ ବିରୋଧରେ ମାମଲା ରୁଜୁ କରିପାରିବ । ଆପଣ ଆପଣଙ୍କ ତରଫରୁ ବି ଏଭଳି ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର ରହିଛି ।