ତରଭୁଜ ମଞ୍ଜିରୁ ମିଳିଥାଏ ଅନେକ ଉପକାରିତା ! ଡାଇବେଟିସ୍ ନିୟନ୍ତ୍ରଣ କରିବା ସହ ହ୍ରାସ କରିଥାଏ ଓଜନ, ଜାଣନ୍ତୁ କିପରି କରିବେ ବ୍ୟବହାର ।

46

ଖରାଦିନେ ତରଭୁଜ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । ଏହା ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଶରୀର ପାଇଁ ମଧ୍ୟ ଏହା ଲାଭଦାୟକ ହୋଇଥାଏ । ଏଥିରେ ୯୨ପ୍ରତିଶତ ପାଣି ଥିବାରୁ ଖରାଦିନେ ଏହାକୁ ଖାଇଲେ ଶରୀରରେ ଜଳୀୟଅଂଶ ଠିକ୍ ଭାବରେ ରହିଥାଏ । ତେବେ ତରଭୁଜ ଖାଇଲେ ଶରୀରକୁ କ’ଣ ଲାଭ ମିଳିଥାଏ ତା’ହା ତ ଆପଣମାନେ ଜାଣିଥିବେ । କିନ୍ତୁ ତରଭୁଜ ମଞ୍ଜି ଶରୀର ପାଇଁ କେତେ ଲାଭଦାୟକ ତାହା ଆପଣ ଜାଣିଛନ୍ତି କି ? ତରଭୁଜର ମଞ୍ଜିରେ ମାଇକ୍ରୋ ନିଉଟ୍ରିଏଣ୍ଟସ୍, ଆଇରନ, ଜିଙ୍କ, ପ୍ରୋଟିନ ଏବଂ ଫାଇବର ଭରପୂର ମାତ୍ରରେ ରହିଥାଏ । ସୁସ୍ଥ ରହିବା ପାଇଁ ଗୋଟେ ଖାଦ୍ୟରେ ଏ ସବୁ ଜିନିଷ ରହିବା ନିହାତି ଜରୁରୀ । ତରଭୁଜ ମଞ୍ଜି ଖାଇବାକୁ ଯଦି ଆପଣ ପସନ୍ଦ କରୁ ନାହାନ୍ତି, ତେବେ ଏହାକୁ ଗ୍ରାଇଣ୍ଡ କରି ବା ସିଝାଇ ଆପଣ ଖାଇ ପାରିବେ । ତେବେ ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ :

୧. ହୃଦଜନିତ ସମସ୍ୟା ଥିବା ରୋଗୀମାନଙ୍କ ପାଇଁ ତରଭୁଜର ମଞ୍ଜି ଅତ୍ୟନ୍ତ ଲାଭଦାୟକ । ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରରେ ରକ୍ତ ସଞ୍ଚାଳନକୁ ଠିକ୍ ରଖିଥାଏ । ଯଦି ଆପଣଙ୍କର ହୃଦଜନିତ ସମସ୍ୟା ରହିଛି ତେବେ ତରଭୁଜର ମଞ୍ଜି ଆଜିଠୁ ଖାଇବା ଆରମ୍ଭ କରନ୍ତୁ ।

୨. ତରଭୁଜ ମଞ୍ଜିରେ ଆଣ୍ଟିଅକ୍ସିଡ଼ାଣ୍ଟର ମାତ୍ରା ଅଧିକ ପରିମାଣରେ ରହିଥାଏ । ଯାହା ତ୍ୱଚାରେ ବୟସର ରେଖା ସହଜରେ ଆସିବାକୁ ଦେଇ ନଥାଏ ।

୩. ତରଭୁଜ ମଞ୍ଜିକୁ ସିଝାଇ ଖାଇବା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଏଥିରେ ଥିବା ପୋଷକ ତତ୍ତ୍ୱ ରକ୍ତରେ ସର୍କରା ସ୍ତରକୁ ନିୟନ୍ତ୍ରଣ କରି ରଖିଥାଏ । ବିନା ଔଷଧରେ ଯଦି ଆପଣ ମଧୁମେହର ସମସ୍ୟାରୁ ରକ୍ଷା ପାଇବାକୁ ଚାହୁଁଛନ୍ତି, ତେବେ ଆଜିଠାରୁ ତରଭୁଜ ମଞ୍ଜିକୁ ସିଝାଇ ଖାଇବା ଆରମ୍ଭ କରନ୍ତୁ ।

୪. ତରଭୁଜ ମଞ୍ଜିରେ ଲାଇକୋପିନ୍ ରହିଥାଏ । ଯାହା କେଶ ଏବଂ ତ୍ୱଚାକୁ ସୁସ୍ଥ ରଖିଥାଏ ।