ଆପଣ ଅଧିକ ସମୟ ଧରି ଟିଭି କିମ୍ବା କମ୍ପ୍ୟୁଟର ଦେଖୁଛନ୍ତି କି ? ତେବେ ସାବଧାନ, ହୋଇପାରେ କ୍ୟାନସର ଭଳି ମାରାତ୍ମକ ରୋଗ ।

35

ଆଜିକାଲି ପ୍ରାୟ ସମସ୍ତେ ଟିଭି ଏବଂ କମ୍ପ୍ୟୁଟର ବ୍ୟବହାର କରୁଛନ୍ତି । ସେ ଧନୀ ହେଉ କିମ୍ବା ଗରିବ ପ୍ରାୟ ସମସ୍ତଙ୍କ ଘରେ ଟିଭିଟିଏ ରହିଛି । ସେଥି ମଧ୍ୟରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ଟିଭି ଦେଖିବା ଏକ ଅଭ୍ୟାସ ପାଲଟି ଯାଇଛି । ଏପରିକି ସେମାନେ ଟିଭି ନଦେଖି ରହିପାରନ୍ତି ନାହିଁ । ଅଫିସରୁ କ୍ଲାନ୍ତ ହୋଇ ଘରକୁ ଫେରିବା ପରେ ଟିଭି ନଦେଖିଲେ ଶରୀରରୁ ତାଙ୍କର ଥକ୍କା ପଣ ଯାଇନଥାଏ । ଏବଂ ଏପରି ମଧ୍ୟ ଲୋକ ଅଛନ୍ତି ଯେଉଁମାନେ ଘଣ୍ଟା ଘଣ୍ଟା ଧରି ଟିଭି ପାଖରେ ବସି ରହିଥାନ୍ତି । ତେବେ କଣ ଆପଣ ମଧ୍ୟ ଏହିପରି ଟିଭି ସହ ଘଣ୍ଟା ଘଣ୍ଟା ବିତାଉଛନ୍ତି କି ? ଯଦି ହଁ, ତେବେ ଆପଣଙ୍କୁ ଆପଣଙ୍କ ଫିଟନେସ ଉପରେ ଧ୍ୟାନ ରଖିବାକୁ ପଡିବ । କିଛି ବିଶେଷଜ୍ଞଙ୍କ କହିବା ଅନୁସାରେ ଯଦି ଆପଣ ଟିଭି ଠାରୁ ଦୂରତା ରକ୍ଷା ନକରନ୍ତି ତେବେ ଆପଣ କାର୍ଡିଓଭସ୍କୁଲାର ଏବଂ କ୍ୟାନସର ଭଳି ମାରାତ୍ମକ ରୋଗର ଶିକାର ହୋଇପାରନ୍ତି । ତେଣୁ ଯଦି ଆପଣ ଟିଭି ଦେଖିବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ କିଛିଟା ବ୍ୟାୟାମ କରିବା ଅତ୍ୟନ୍ତ ଆବଶ୍ୟକ ।

ବିିଶେଷଜ୍ଞଙ୍କ କହିବା ଅନୁସାରେ, ଟିଭି ଦେଖିବା ଦ୍ୱାରା କିମ୍ବା କମ୍ପୁଟରରେ ଘଣ୍ଟା ଘଣ୍ଟା କାମ କରିବା ଦ୍ୱାରା ସମସ୍ତଙ୍କୁ ଏହି ରୋଗ ହୋଇନଥାଏ । ଯେଉଁ ମାନେ ଶାରୀରିକ ପରିଶ୍ରମ କରୁ ନାହାଁନ୍ତି ସେମାନଙ୍କୁ ଏହି ରୋଗ ହେବାର ସମ୍ଭାବନା ରହିଥାଏ । ତେଣୁ ପ୍ରତିଦିନ ବ୍ୟାୟାମ କରି ଶରୀରର କ୍ଷମତା ବଢାଇବା ସହ ଶରୀରକୁ ସୁସ୍ଥ ରଖିଲେ ଟିଭି ଏବଂ କମ୍ପ୍ୟୁଟର ଦ୍ୱାରା ହେଉଥିବା ରୋଗରୁ ଆପଣ ରକ୍ଷା ପାଇପାରିବେ ।