ଛାଡପତ୍ର ଆବେଦନ କଲେ ଲୋକପ୍ରିୟ ଗାୟକ ବିଶାଲ ଡଡଲାନୀ !

24

ଲୋକପ୍ରିୟ ଗାୟକ ତଥା ଅନେକ ସୁପରହିଟ ସିନେମାରେ ସଙ୍ଗୀତ ଦେଇଥିବା ବିଶାଲ ଡଡଲାନୀ ସ୍ତ୍ରୀ ପିୟାଲୀ କପୁରଙ୍କ ଠାରୁ ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରିଛନ୍ତି । ବିଶାଲ ଓ ପିୟାଲୀ ବହୁତ ବର୍ଷ ହେଲା ଅଲଗା ରହୁଥିଲେ । ଏନେଇ ବିଶାଲ କହିଛନ୍ତି ଉଭୟେ ଅଲଗା ହେବା ପରେ ବହୁତ ଭଲ ବନ୍ଧୁ ହୋଇଯାଇଛନ୍ତି । ଏହାସହ ଉଭୟଙ୍କ ପରିବାର ମଧ୍ୟରେ ମଧ୍ୟ କୈାଣସି ତିକ୍ତତା ନାହିିଁ ବୋଲି ବିଶାଲ କହିଛନ୍ତି । ଏକ ୱେବସାଇଟ ସହ କଥାବାର୍ତ୍ତା ହେଲା ବେଳେ ବିଶାଲ କହିଛନ୍ତି ବହୁତ ବର୍ଷ ଧରି ଅଲଗା ରହିବାପରେ ମୁଁ ଓ ପିୟାଲୀ ଆପୋଷ ବୁଝାମଣାରେ ଏପରି ନିଷ୍ପତି ନେଇଛୁ । ଏହା ଆମର ବ୍ୟକ୍ତିଗତ ମାମଲା ଏବଂ ଏନେଇ ସର୍ବସାଧାରଣରେ ଅଧିକ କିଛି କହିବାପାଇଁ ଚାହାନ୍ତି ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।