ସଚିନଙ୍କୁ ପଛରେ ପକାଇଲେ କୋହଲି ! ୩ଟି ଦେଶ ବିପକ୍ଷରେ ଏହି ଐତିହାସିକ ରେକର୍ଡ କଲେ ବିରାଟ ।

510

କନକ ବ୍ୟୁରୋ : ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଏକ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି । ଗତକାଲି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ ବିରାଟ । ଆଉ ଏହା ଥିଲା ଦିନିକିଆରେ ତାଙ୍କର ୪୨ତମ ଶତକ । ଏହି ଶତକ ସହ ଅନେକ ରେକର୍ଡ ନିଜ ନାମରେ କରିଛନ୍ତି କୋହଲି ।

ସେହିଭଳି କୌଣସି ଖେଳାଳି ଭାବେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସର୍ବାଧିକ ୮ଟି ଶତକ ହାସଲ କରିବାର ନିଆରା ରେକର୍ଡ ମଧ୍ୟ ହାସଲ କରିଛନ୍ତି କ୍ରିକେଟର କିଙ୍ଗ । ଆଉ ସବୁଠାରୁ ବଡ କଥା ହେଉଛି, ଅନ୍ତର୍ଜାତୀୟ ଦିନିକିଆରେ ତିନିଟି ଦେଶ ବିରୋଧରେ ୮ କିମ୍ବା ଏହାଠୁ ଅଧିକ ଶତକ ହାସଲ କରିବାରେ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି ବିରାଟ କୋହଲି । ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ବିରୋଧରେ ୮-୮ଟି ଶତକ ହାସଲ କରିଛନ୍ତି ବିରାଟ ।

ବିରାଟଙ୍କ ବ୍ୟତୀତ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ମାଷ୍ଟରବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଶ୍ରୀଲଙ୍କା ବିରୋଧରେ ୮ଟି ଏବଂ ଅଷ୍ଟ୍ରେଲିଆ ବିରୋଧରେ ୯ଟି ଶତକ ହାସଲ କରିଛନ୍ତି । ଆଉ ଏହି କ୍ରମରେ ସଚିନଙ୍କୁ ପଛରେ ପକାଇ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି କୋହଲି । ଏହା ସହ ବିରାଟ ଦୁନିଆର ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି, ଯିଏକି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦିନିକିଆ କ୍ରିକେଟରେ ୨୦୦୦ ରନ୍ ପୂରଣ କରିଛନ୍ତି ।