ବଲିଉଡ୍ କିଙ୍ଗ ଖାନଙ୍କୁ ବିରାଟ କୋହଲିଙ୍କ ଟକ୍କର ! ଶାହରୁଖଙ୍କୁ ପଛରେ ପକାଇ କୋହଲି ହେବେ ଦେଶର ସବୁଠାରୁ ମହଙ୍ଗା ସେଲିବ୍ରେଟି

33

ଭାରତୀୟ କ୍ରିକେଟ ଟିମର ଆନ୍ ଆଉ ଶାନ୍ କୁହାଯାଉଥିବା ବିରାଟ କୋହଲି କେବଳ ଯେ କ୍ରିକେଟ୍ ମଇଦାନରେ ଧମାକା କରିଛନ୍ତି ତାହା ନୁହେଁ ବରଂ ମାର୍କେଟରେ ମଧ୍ୟ ଖୁବ୍ ସାବାଷୀ ସାଉଂଟି ପାରିଛନ୍ତି । କ୍ରିକେଟ୍ ଜଗତରେ ତିନି ତିନି ଥର ସଫଳତା ହାସଲ କରିସାରିବା ପରେ ବିରାଟଙ୍କ ଲୋକପ୍ରିୟତା ବଢି ଯିବା ସହ ତାଙ୍କର ବ୍ରାଣ୍ଡ ଭାଲ୍ୟୁ ମଧ୍ୟ ପାଖାପାଖି ୨୫ ପ୍ରତିଶତ ବୃଦ୍ଧି ପାଇଛି । ଏହାର ଅର୍ଥ ହେଲା ବିରାଟ ଏବେ କିଙ୍ଗ ଖାନଙ୍କୁ ଟକ୍କର ଦେବା ସହ ଦେଶର ଦ୍ୱିତୀୟ ସବୁଠାରୁ ମହଙ୍ଗା ସେଲିବ୍ରେଟି ପାଲଟିଛନ୍ତି ।

ତେବେ କ୍ରିକେଟ୍ ମଇଦାନରେ ବିରାଟଙ୍କ ପ୍ରଦର୍ଶନ ଲଗାତର ଭାବେ ଭଲ ହେବାରେ ଲାଗିଛି । ଏକ ରିପୋର୍ଟର ଦାବୀ ରହିଛି କି, ଯଦି ଚଳିତ ବର୍ଷ ବିରାଟଙ୍କ ଏଭଳି ଭଲ ପ୍ରଦର୍ଶନୀ ରହେ ତେବେ ସେ ଦେଶର ସବୁଠାରୁ ମହଙ୍ଗା ସେଲିବ୍ରେଟି ବନିଯିବେ । ଖାଲି ସେତିକି ନୁହେଁ ବଲିଉଡ୍ କିଙ୍ଗ ଖାନ୍ ଶାହରୁଖଙ୍କୁ ମଧ୍ୟ ପଛରେ ପକାଇ ଦେବେ । ଆଉ ଯଦି ଏହା ସମ୍ଭବ ହୋଇପାରିବ ତେବେ ୨୨ ବର୍ଷ ପରେ ଏହା ପ୍ରଥମ ସଫଳତା ହେବ ଯେବେ କୌଣସି କ୍ରିକେଟର ବ୍ରାଣ୍ଡ ଭାଲ୍ୟୁ ତୁଳନାରେ ସବୁଠାରୁ ମହଙ୍ଗା ସେଲିବ୍ରେଟି ବନିବେ ।