ଶ୍ରୀଲଙ୍କାରେ ବିରାଟ-ଅନୁଷ୍କା ! ଦୁହେଁ ମିଶି କଲେ ବୃକ୍ଷ ରୋପଣ

48

ଭାରତୀୟ କ୍ରିକେଟ୍ ଟିମର ଅଧିନାୟକ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା, ଉଭୟ ନିଜ ନିଜ କ୍ଷେତ୍ରରେ ଖୁବ୍ ନାମକରା ବ୍ୟକ୍ତିତ୍ୱ । ଉଭୟ ମଧ୍ୟ ନିଜ ନିଜର କାମକୁ ନେଇ ବ୍ୟସ୍ତ ଥାଆନ୍ତି । କିନ୍ତୁ ସମୟ ମିଳିବା କ୍ଷଣି ଦୁହେଁ ଏକତ୍ର ଭେଟ ହୋଇଥା’ନ୍ତି । ଦୁହେଁ ଦୁହିଁଙ୍କୁ ପାଖରେ ପାଇ ଖୁସି ଅନୁଭବ କରନ୍ତି ।

ଏବେ ଏହି ଦୁଇଜଣକୁ ନେଇ ରୋଚକ ଖବର । ଦୁଇ ଜଣକର ଫଟୋ ମଧ୍ୟ କିଛି ଭିନ୍ନ କାହାଣୀ ଦର୍ଶାଉଛି । ଏକ ଫଟୋରେ ଦୁହେଁ ବୃକ୍ଷ ରୋପଣ କରୁଥିବାର ନଜର ଆସୁଛନ୍ତି । ବିରାଟ ବର୍ତ୍ତମାନ ଟିମ୍ ଇଣ୍ଡିଆ ସହ ଶ୍ରୀଲଙ୍କା ଗସ୍ତରେ । ଟେଷ୍ଟ ସିରିଜରେ ବିଜୟ ହାସଲ କରିବା ପରେ ଟିମ୍ ରବିବାର ଠାରୁ ୫ଟି ମ୍ୟାଚ ବିଶିଷ୍ଟ ୱାନଡେ ସିରିଜ ଖେଳିବ । ଟିମ୍ ଡିସେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ରହିବ ।

ଏହି ଅବସରରେ ଅଭିନେତ୍ରୀ ଅନୁଷ୍କା ନିଜର ବ୍ୟସ୍ତତା ଭିତରୁ ସମୟ ବାହାରି କରି ବିରାଟଙ୍କୁ ଭେଟିବା ପାଇଁ ଶ୍ରୀଲଙ୍କାରେ ପହଁଚିଥିଲେ । ବିରାଟ, ଅନୁଷ୍କା ଓ ଟିମ୍ ଇଣ୍ଡିଆର କୋଚ୍ ଏକା ସାଥିରେ ନଜର ଆସିଥିଲେ । ଏମାନଙ୍କ ସହ ଶ୍ରୀଲଙ୍କାର କିଛି ପ୍ରଶଂସକ ବି ଫଟୋ ଉଠାଇଥିଲେ । ଅନୁଷ୍କା-ବିରାଟଙ୍କ ଫଟୋ ତାଙ୍କର ପ୍ରଶଂସକଙ୍କୁ ଖୁବ୍ ପସନ୍ଦ ଆସିଛି । ଏହି ଫଟୋରେ ଅନୁଷ୍କା ବିରାଟଙ୍କ ସହ ଅଛନ୍ତି । ଆଉ ଦୁହେଁ ମିଶି ବୃକ୍ଷ ରୋପଣ କରିଛନ୍ତି ।